33.1 C
Bhubaneswar
Wednesday, April 24, 2024
Homeଓଡିଶାକରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ

କରୋନାରେ ସାମ୍ବାଦିକଙ୍କ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ

ଭୁବନେଶ୍ୱର: କରୋନାରେ ଏବେ ଯଦି କୌଣସି ସାମ୍ବାଦିକଙ୍କ ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ରାଜ୍ୟ ସରକାର ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ବୋଲି ଘୋଷଣା କରିଛନ୍ତି । ପୂର୍ବରୁ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସହାୟତା ରାଶି ଘୋଷଣା କରିଥିଲେ । ହେଲେ ବୁଲି ବୁଲି ଲୋକଙ୍କ ପାଖରେ ଖବର ପହଞ୍ଚାଉଥିବା ସାମ୍ବାଦିକମାନଙ୍କ ପାଇଁ କିଛି ଘୋଷଣା ହୋଇନଥିଲା । ହେଲେ ଆଜି ମୁଖ୍ୟମନ୍ତ୍ରୀ କାର୍ଯ୍ୟରତ ସାମ୍ବାଦିକମାନଙ୍କ ପାଇଁ ସହାୟତା ରାଶି ଘୋଷଣା କରିଛନ୍ତି । ଏହି ସମୟରେ କାର୍ଯ୍ୟରତ ଥିବା ସାମ୍ବାଦିକଙ୍କର କରୋନା ପାଇଁ ଯଦି ମୃତ୍ୟୁ ହୁଏ, ତେବେ ତାଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ପ୍ରଦାନ କରାଯିବ ବୋଲି ସେ କହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking