28.1 C
Bhubaneswar
Saturday, April 27, 2024
HomeUncategorizedଆଗଲପୁର ଠାରେ ବିଙ୍ଗ ହ୍ୟୁମାନ ର ରକ୍ତଦାନ ଶିବିର 

ଆଗଲପୁର ଠାରେ ବିଙ୍ଗ ହ୍ୟୁମାନ ର ରକ୍ତଦାନ ଶିବିର 

ବଲାଙ୍ଗିର,- ସାରା ଦେଶରେ ଏବେ ଲକ ଡାଉନ ଚାଲିଛି । ଲୋକେ ଏହି ମହାମାରୀ ସମୟରେ ରକ୍ତ ଭଣ୍ଡାରକୁ ସାଧାରଣରେ ଆସି ରକ୍ତଦାନ କରି ପାରୁ ନଥିବା ବେଳେ, ବଲାଙ୍ଗୀର ରକ୍ତ ଭଣ୍ଡାର ରେ ପୁଣି ରକ୍ତଅଭାବ ଦେଖାଦେଇଦେଇଛି । ବହୁ ରୋଗୀ ସହ ଗର୍ଭବତୀ, ଦୁର୍ଘଟଣା ଗ୍ରସ୍ତ ଓ ଥାଲାସେମିଆ ରୋଗୀ ମଧ୍ୟ ରକ୍ତ ପାଇଁ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହାକୁ ଅନୁଭବ କରି  ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ  ଆଗଲପୁର ବ୍ଲକ ଅନ୍ତର୍ଗତ ନଅ ଗାଁ (କ ) ର ପଞ୍ଚାୟତ କାର୍ଯ୍ୟାଳୟ ଠାରେ ରକ୍ତଦାନ ଶିବିର ଅନୁଷ୍ଠିତ କରିଥିବା ଅନୁଷ୍ଠାନ କହିଛି  । ଅନୁଷ୍ଠାନ ର ସକ୍ରିୟ ସଦସ୍ୟ ତଥା ସମାଜସେବୀ ମାଧବଚନ୍ଦ୍ର ନାଏକ, ନଗାଁ ସରପଞ୍ଚ ଆନନ୍ଦ ବିଶି, ସଂଜୀବ ସାହୁ ଙ୍କ ଉଦ୍ୟମକ୍ରମେ ଏହି  ଆୟୋଜନ ହୋଇଥିଲା । ରକ୍ତଦାନ  ଶିବିର ରେ ଯୁବକ, ଶିକ୍ଷାବିତ, ଛାତ୍ରଛାତ୍ରୀ, ମହିଳା ମାନେ ସ୍ୱଇଚ୍ଛା ରେ ରକ୍ତଦାନ କରିଥିଲେ ।ଏହି ଶିବିର ରେ କୋଭିଡି ନିୟମ ମାନି ୩୨ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ଶିବିର ରେ ବିଙ୍ଗ ହ୍ୟୁମାନ ଆଗଲପୁର ଶାଖା ର ସଭାପତି ପ୍ରେମାନନ୍ଦ ପଧାନ, ସମ୍ପାଦକ ସଂଯୋଗ ସାହୁ, ଲୋଇସିଂହା ସଭାପତି ଅଜୟ ବେହେରା, ମୁକେଶ ସାହୁ ସଂଯୋଜନାକରିଥିବା ବେଳେ ବିଶ୍ୱନାଥ ସାହୁ, ସୁଶାନ୍ତ ସାହୁ, ସରୋଜ ମହାକୁର, ଘନଶ୍ୟାମ ମେହେର, ଅକ୍ଷୟ ସାହାଣୀ, ରଞ୍ଜନ ସରାଫ, ମିକୁ ମେହେର, ନିରଞ୍ଜନ ବାରିକ, ନିରୋଜ ବାରିକ ଆଦି ସଦସ୍ୟ ରକ୍ତଦାନ କରିଥିଲେ । ତେବେ ବଲାଙ୍ଗୀର ଜିଲ୍ଲା ପାଇଁ ପ୍ରଦତ୍ତ ରାଜ୍ୟ ସରକାର ଏକମାତ୍ର ଭ୍ରାମ୍ୟମାଣ ରକ୍ତ ସଂଗ୍ରହ ଯାନ ଏବେ ଖରାପ ହୋଇ ପଡିରହି ଥିବା ବେଳେ   ଏହାପ୍ରତି କେହି ଧ୍ୟାନ ଦେଉନ ଥିବା ଅତ୍ୟନ୍ତ ଦୁଃଖର ବିଷୟ । ଫଳରେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ଇଛା ଓ ଆବଶ୍ୟକତା ଥିବା ସତ୍ୱେ  ରକ୍ତଦାନ ଶିବିର ଆୟୋଜନ କରିପାରୁ ନାହାନ୍ତି । ତେଣୁ ଏହି ଯାନ କୁ ଖୁବ ଶୀଘ୍ର କାର୍ଯ୍ୟକାରୀ କରିବାକୁ ଅନୁଷ୍ଠାନ ର ଜିଲ୍ଲା ସମ୍ପାଦକ ବିବେକ ପଟେଲ ଦାବି କରିଛନ୍ତି ।
5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking