29.1 C
Bhubaneswar
Saturday, April 27, 2024
Homeଓଡିଶାଭୋଜିକୁ ଆସିଥିଲେ ୨ କରୋନା ଆକ୍ରାନ୍ତ : ଭୟରେ ଗ୍ରାମବାସୀ, କଣ୍ଟାକ୍ଟ ଟ୍ରେସିଂରେ ୪୦

ଭୋଜିକୁ ଆସିଥିଲେ ୨ କରୋନା ଆକ୍ରାନ୍ତ : ଭୟରେ ଗ୍ରାମବାସୀ, କଣ୍ଟାକ୍ଟ ଟ୍ରେସିଂରେ ୪୦

ବଳଙ୍ଗା : ପୁରୀ ଜିଲ୍ଲା ବଳଙ୍ଗା ଥାନା ଅନ୍ତର୍ଗତ ଗଢ଼ପଦନପୁର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଝିଅ ବିବାହରେ ଯୋଗଦେବାକୁ ଭୁବନେଶ୍ୱରରୁ ଆସିଥିବା ୨ଜଣ ସମ୍ପର୍କୀୟ ସୋମବାର କରୋନା ପଜିଟିଭ୍ ଆକ୍ରାନ୍ତ ଥିବା ଜଣାପଡ଼ିବା ପରେ ଗାଁ’ ରେ ଭୟର ବାତାବରଣ ଖେଳିଯାଇଛି । ଏହି ଘଟଣାରେ ଆଜି ନିମାପଡ଼ା ଅତିିରିକ୍ତ ବିଡିଓ ଶିବପ୍ରସାଦ ସେଠୀ ସରପଞ୍ଚଙ୍କ ପ୍ରତିନିଧି ଗୋଲକ ବେହେରା, ଅଙ୍ଗନବାଡ଼ି କର୍ମୀ ଏବଂ ଆଶା କର୍ମୀଙ୍କ ସହ ଗଢ଼ପଦନପୁର ଗାଁ’ ରେ ପହଞ୍ଚି ବିବାହ ଘର ହୋଇଥିବା ଘର ନିକଟରେ ପହଞ୍ଚି ଗ୍ରାମବାସୀଙ୍କ ସହ ଆଲୋଚନା କରି ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ୪୦ରୁ ଊର୍ଦ୍ଧ୍ୱ ଲୋକଙ୍କ ତଥ୍ୟ ଯୋଗାଡ଼ କରିଛନ୍ତି । ଆକ୍ରାନ୍ତଙ୍କ ସମ୍ପର୍କରେ ଆସିଥିବା ଏହି ୪୦ଜଣଙ୍କୁ ବାହାରକୁ ନଯିବା ସହିତ ନିଜ ଘରେ କ୍ୱାରେଣ୍ଟାଇନରେ ରହିବାକୁ ଅତିରିକ୍ତ ବିଡିଓ ପରାମର୍ଶ ଦେଇଛନ୍ତି । ଆଜିି ସମସ୍ତଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ପଠାଯିବ ବୋଲି ସରପଞ୍ଚ କହିଛନ୍ତି ।

ତେବେ ସବୁଠାରୁ ବଡ଼କଥା ହେଲା ଆକ୍ରାନ୍ତ ୨ଯୁବକ ଗତ ୪ ତାରିଖ ରାତିରେ ବ୍ରହ୍ମପୁର ସିଟ୍ ବସଷ୍ଟାଣ୍ଡ ରୋଡ଼ରେ ଏକ ଟାଟା ସୁମୋ ଗାଡ଼ିରେ ୧୦୭ କିଲୋ ଗଞ୍ଜେଇ ସହ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ହାତରେ ଧରାପଡ଼ିଥିଲେ । ଫଳରେ ଅଭିଯୁକ୍ତ ୨ଯୁବକଙ୍କୁ କୋଭିଡ ପରୀକ୍ଷା କରି କୋର୍ଟଚାଲାଣ ପରେ ବ୍ରହ୍ମପୁର ଜେଲକୁ ପଠାଇ ଦିଆଯାଇଥିଲା । ତେବେ ସେମାନଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିବା ପରେ ଜେଲରୁ ଅଣାଯାଇ ବ୍ରହ୍ମପୁର ସ୍ଥିତ କୋଭିଡ ହସ୍ପିଟାଲରେ ଚିକିତ୍ସା କରାଯାଉଥିଲା । ସେଠାରୁ ସିକ୍ୟୁରିଟ ଗାର୍ଡକୁ ଚକମା ଦେଖାଇ ଯୁବକ ଦ୍ୱୟ ଫେରାର ହୋଇଯାଇଥିଲେ । ଯାହାକି ପ୍ରଶାସନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲା । ତେବେ ବ୍ରହ୍ମପୁରରୁ ଆସିଥିବା ଏକ ପୁଲିସ ଟିମ୍ ବରଗଡ଼ ପୁଲିସ ସହାୟତାରେ ଯୁବକ ଦ୍ୱୟଙ୍କ ଘରକୁ ଯିବାରେ ସେମାନେ ଘରେ ନଥିବା ଜାଣିବା ପରେ ସାହିପଡ଼ିଶାଙ୍କ ତଥ୍ୟ ଆଧାରରେ ଯୁବକ ଦ୍ୱୟ ବଳଙ୍ଗା ଥାନା ଅନ୍ତର୍ଗତ ଗଢ଼ପଦନପୁର ଗାଁ’କୁ ବିବାହ ଭୋଜିରେ ଯୋଗଦେବାକୁ ଯାଇଥିବା ଜାଣିବାକୁ ପାଇଥିଲା।

ସେମାନଙ୍କୁ ଖୋଜୁଥିବା ଏକ କୋଭିଡ ଭ୍ୟାନ ବଳଙ୍ଗା ଥାନାରେ ପହଞ୍ଚି ଗଢ଼ପଦନପୁର ଗାଁ’ରେ ପହଞ୍ଚିଥିଲା । ତେବେ ସେତେବେଳକୁ ଯୁବକ ଦ୍ୱୟ ଫେରାର ହୋଇସାରିଥିଲେ । ଫଳରେ ନେବାକୁ ଆସିଥିବା ଗାଡ଼ିକୁ ଖାଲି ହାତରେ ଫେରିବାକୁ ପଡ଼ିଥିଲା । ଏହି ଯୁବକ ଦ୍ୱୟ ଗଢ଼ପଦନପୁର ଗାଁରେ ୨ଦିନ ଧରି ରହି ଗାଁରେ ବୁଲାବୁଲି କରିଥିଲେ । ତେବେ ସୋମବାର ହୋଇଥିବା ବିଭାଘର ଭୋଜିରେ ଆକ୍ରାନ୍ତ ଯୁବକ ଦ୍ୱୟ ପ୍ରାୟ ସମସ୍ତ ବନ୍ଧୁବାନ୍ଧବଙ୍କ ସହ ମିଶିଥିଲା ବେଳେ ଗାଁ ଲୋକଙ୍କ ସହ ମଧ୍ୟ ମିଶିଥିଲେ । ଏହି ଘଟଣାକୁ ନେଇ ଗଢ଼ପଦନ ଗାଁରେ କରୋନା ସଂକ୍ରମଣକୁ ନେଇ ଏକ ପ୍ରକାର କୋକୁଆ ଭୟ ସୃଷ୍ଟି କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking