34.1 C
Bhubaneswar
Thursday, April 25, 2024
Homeଓଡିଶାପୁରୀ ଜିଲ୍ଲାର ୩ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ପୁରୀ ଜିଲ୍ଲାର ୩ଟି ଅଞ୍ଚଳ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

ପୁରୀ : ପୁରୀ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମଣ । ଗତକାଲି ସଂଧ୍ୟା ସୁଦ୍ଧା ଜିଲ୍ଲାର ୩ଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ସେଥିମଧ୍ୟରୁ ପୁରୀ ସହରର ୪ ନମ୍ବର ଓ୍ଵାର୍ଡ ମଣିକର୍ଣ୍ଣିକା ସାହି ଥିବା ବେଳେ ପିପିଲି ବ୍ଲକର ପପରଙ୍ଗା ଗାଁ ଓ ବ୍ରହ୍ମଗିରି ବ୍ଲକର ଗଡରୋଡଙ୍ଗ ଗାଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରାଯାଇଛି । ଜିଲ୍ଲାରେ କରୋନା ମୁକାବିଲା ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ଜିଲ୍ଲାପାଳ ସାକ୍ଷୀଗୋପାଳ, ମଙ୍ଗଳପୁର, ବଡଶଙ୍ଖ, କଣାସ, ପ୍ରଭୃତି ଅଞ୍ଚଳ ଗସ୍ତ କରିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡ଼ିକର ଭିତ୍ତିଭୂମି ଓ ବିଭିନ୍ନ ସୁବିଧାର ଯାଞ୍ଚ କରିଛନ୍ତି । ଗାଁ ଓ ପଞ୍ଚାୟତସ୍ତରରେ କରୋନା ପରିଚାଳନା କମିଟିର ଅଧିକାରୀ ଓ କର୍ମଚାରୀଙ୍କ ସହ ପ୍ରସ୍ତୁତି ସଂପର୍କରେ ଆଲୋଚନା କରିଛନ୍ତି ।
ସୂଚନାଯୋଗ୍ୟ, ବର୍ତ୍ତମାନ ପୁରୀରେ କରୋନା ଆନ୍ତ୍ରନ୍ତ ସଂଖ୍ୟା ୩୭୧କୁ ଛୁଇଁଛି । ସେଥିମଧ୍ୟରୁ ୨ଜଣ ସଂକ୍ରମିତ ମୃତ୍ୟୁବରଣ କରିଛନ୍ତି । ୨୮୮ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟ ୮୦ଜଣ ଆକ୍ରାନ୍ତ ରାଜ୍ୟର ବିଭିନ୍ନ କୋଭିଡ୍ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି । ସେହିପରି ଜିଲ୍ଲାରେ ଜଣେ ଆକ୍ରାନ୍ତ ମୃତ୍ୟୁବରଣ କରିଥିଲେ ସୁଦ୍ଧା କରୋନା ସଂକ୍ରମଣରେ ମୃତ୍ୟୁବରଣ କରିନାହାଁନ୍ତ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking