28.1 C
Bhubaneswar
Sunday, April 28, 2024
Homeଓଡିଶାଗୁପ୍ତେଶ୍ୱର ମନ୍ଦିର ଦର୍ଶନ ବନ୍ଦ 

ଗୁପ୍ତେଶ୍ୱର ମନ୍ଦିର ଦର୍ଶନ ବନ୍ଦ 

ବୈପାରିଗୁଡା : କୋରୋନା ଭୂତାଣୁକୁ ନେଇ ସବୁ ଚିନ୍ତାରେ ଥିବାବେଳେ କୋରାପୁଟ ଜିଲ୍ଲା ପ୍ରଶାସନ କୋରନା ପାଇଁ ଆଉ ଏକ ପଦକ୍ଷେପ ଗ୍ରହଣ କରିଛି । ଆଜି ଠାରୁ ଜିଲ୍ଲାର ସମସ୍ତ ମନ୍ଦିର, ମସଜିଦ, ଗୀର୍ଜା ଭଳି ସମସ୍ତ ଧର୍ମାନୁଷ୍ଠାନ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି ଜିଲ୍ଲା ପ୍ରଶାସନ ।ଧର୍ମାନୁଷ୍ଠାନ ଗୁଡିକରେ ଭିଡ ଜମିବାର ଆଶଙ୍କା କରି ଏଭଳି ପଦକ୍ଷେପ ନିଆଯାଇଛି । ପୁଣି ଖୋଲିବା ପାଇଁ ନିର୍ଦ୍ଦେଶ ନ ମିଳିଲା ପର୍ଯ୍ୟନ୍ତ ଏ ସବୁ ବନ୍ଦ ରଖିବାକୁ କୋରାପୁଟ ଜିଲ୍ଲାପାଳ ଅବଦୁଲ ମହମ୍ମଦ ଅକତର ନିର୍ଦ୍ଦେଶ ଦେଇଛନ୍ତି । ସେହିପରି ବୈପାରୀଗୁଡା ବ୍ଲକ ଗୁପ୍ତେଶ୍ୱର ମନ୍ଦିର ଭକ୍ତଙ୍କ ପାଇଁ ଦର୍ଶନ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିବ । ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନାଇଟ କାର୍ଫୁ ଲଗା ଯାଇଥିବା ବେଳେ ଏବେ ପ୍ରସିଦ୍ଧ ଗୁପ୍ତେଶ୍ୱର ମନ୍ଦିର ସମ୍ପୂର୍ଣ୍ଣ ବନ୍ଦ ରହିବ । ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ କୋରୋନା ଭୂତାଣୁ କିଭଳି ନ ବ୍ୟାପିବ ଚିନ୍ତାରେ ପ୍ରଶାସନ l ସେଥିପାଇଁ ଏଭଳି ସବୁ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking