34.1 C
Bhubaneswar
Thursday, April 25, 2024
Homeଓଡିଶାପ୍ରଧାନ ଶିକ୍ଷୟିତ୍ରୀ ନାମରେ ଦୁର୍ନୀତି ଅଭିଯୋଗ, ତଦନ୍ତ ହେବ କେବେ

ପ୍ରଧାନ ଶିକ୍ଷୟିତ୍ରୀ ନାମରେ ଦୁର୍ନୀତି ଅଭିଯୋଗ, ତଦନ୍ତ ହେବ କେବେ

ନର୍ଲା(ସୁରେଶ ଚନ୍ଦ୍ର ସାହୁ) : ସରକାର ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ଦାନ ପାଇଁ ପ୍ରତି ଆର୍ଥିକ ବର୍ଷରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ମାଗଣାରେ ଶିକ୍ଷା ,ଖାଦ୍ୟ, ପୋଷାକ ,ବହିପତ୍ର ଓ ହଷ୍ଟେଲ ବ୍ୟବସ୍ଥା କରିଛନ୍ତି। ଏହାର ଦାଇତ୍ୱ ନିର୍ବାହନ କରୁଛନ୍ତି ସମାଜ କଲ୍ୟାଣ ବିଭାଗ। କିନ୍ତୁ ନିମ୍ନ ସ୍ତରରେ ବହୁ ଅନିୟମିତତା ହେଉଥିବା ଅଭିଯୋଗ ଆସିଛି। ଖୁଦ ସଂପୃକ୍ତ ବିଦ୍ୟାଳୟର ଶିକ୍ଷୟିତ୍ରୀ ଓ ବ୍ଳକ ସମାଜ ମଙ୍ଗଳ ଅଧିକାରୀ ମଧ୍ୟ ଏଠି ସାମିଲ ଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ। ସୂଚନା ଅନୁଯାୟୀ, ଥୁଆମୂଳ ରାମପୁର ବ୍ଳକ ମହୁଳପାଟଣା ଠାରେ ରହିଛି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ। ଏଠି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ୪୦୬ ଜଣ ଛାତ୍ରଛାତ୍ରୀ ଅଧ୍ୟାୟନ କରୁଥିବା ବେଳେ ୧୫୦ ସିଟେଡ଼ ଛାତ୍ରଛାତ୍ରୀ ନିବାସ ରହିଛି। କରୋନା ମହାମାରୀ ଜଗୁ ଗତ ମାର୍ଚ୍ଚ ୨୦୨୦ରୁ ଏ ପର୍ଯ୍ୟନ୍ତ ବିଦ୍ୟାଳୟ ବନ୍ଦ ରହିଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ମାନେ ଘରେ ଅଛନ୍ତି ।

ସୂଚନା ଆଇନ ବଳରେ ଅନ୍ତେବାସୀ ଛାତ୍ରଛାତ୍ରୀମାନଙ୍କୁ ଗତ ଏପ୍ରିଲ ମାସ ୨୦୨୦ ଠାରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ଜଣେ ଛାତ୍ର ଙ୍କୁ ୭୫୦ ଟଙ୍କା ଓ ଛାତ୍ରୀଙ୍କୁ ଙ୍କୁ ୮୦୦ ଟଙ୍କା ମାସକୁ ଲେଖାଏଁ ପ୍ରଦାନ କରାଯାଇଥିବା ସୂଚନା ମିଳିଛି। କିନ୍ତୁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ରୋଜାଳିନୀ ବସ୍ତିଆ ଛାତ୍ରଛାତ୍ରୀମାନଙ୍କୁ ଟଙ୍କା ପ୍ରଦାନରେ ବାଟମାରଣା କରିଥିବା ଅଭିଯୋଗ ହେଉଛି। ସୂଚନା ଆଇନ ତଥ୍ୟ ଅନୁଯାୟୀ କାଗଜପତ୍ର ସବୁ ଠିକ ରହିଥିବା ବେଳେ କେବଳ ତିନି ମାସ ର ସୂଚନା ମିଳିଥିବା ବେଳେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ଠାରୁ ଏପ୍ରିଲ ୨୦୨୦ରୁ ଅକ୍ଟୋବର ପର୍ଯ୍ୟନ୍ତ ୭ମାସ ପର୍ଯ୍ୟନ୍ତ ଟଙ୍କା ଯୋଗାଣ ହୋଇଛି। କିନ୍ତୁ ତୃଣମୂଳରେ ଶିକ୍ଷୟିତ୍ରୀ ଛାତ୍ରଛାତ୍ରୀ ମାନଙ୍କ ଠାରୁ କମ ଟଙ୍କା ପ୍ରଦାନ କରିଥିବା ଅଭିଯୋଗ ହୋଇଛି । ଏ ନେଇ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କ ନଜର କୁ ଅଣାଯାଇଥିବା ବେଳେ ସେ ଏହା ଉପରେ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି। କିନ୍ତୁ କାର୍ଯ୍ୟାନୁଷ୍ଠାନ ହେବ ନା ଏହାକୁ ରଫାଦଫା କରାଯିବ ତାହା ଆଗାମୀ ଦିନରେ ଜଣାପଡିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking