28.1 C
Bhubaneswar
Saturday, April 27, 2024
Homeଓଡିଶାଗୁଣୁପୁରରେ ପ୍ରତିଷ୍ଠା ହେଲା ସଙ୍କରାନନ୍ଦ ବୈଦିକ ଗୁରୁକୁଳ

ଗୁଣୁପୁରରେ ପ୍ରତିଷ୍ଠା ହେଲା ସଙ୍କରାନନ୍ଦ ବୈଦିକ ଗୁରୁକୁଳ

ରାୟଗଡ : ରାୟଗଡ ଜିଲ୍ଲା ଗୁଣୁପୁର ଠାରେ ସରସ ବୈଦିକ ଟ୍ରଷ୍ଟ ଦ୍ୱାରା ସଙ୍କରାନ ନ୍ଦ ବୈଦିକ ଗୁରୁକୁଳ ପ୍ରତିଷ୍ଠା ଉତ୍ସବ ଆୟୋଜନ କରାଯାଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ କାଶୀ ପୀଠ ଶଙ୍କରଚାର୍ଯ୍ୟ ସ୍ଵାମୀ ନରେନ୍ଦ୍ରନନ୍ଦ ସରସ୍ୱତୀ ଯୋଗ ଦେଇ ବୈଦିକ ସନାତନ ଧର୍ମ ଉପରେ ଆଲୋକପାତ କରିଥିଲେ । ଏଥିପୂର୍ବରୁ ସ୍ୱାମୀଜୀଙ୍କୁ ଭବ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା କରାଯାଇଥିଲା । ପରେ ସିଟି ସ୍କୁଲ ପଡ଼ିଆ ଠାରେ ବିଶାଳ ସନାତନ ଧର୍ମ ଓ ବୈଦିକ ଚର୍ଚ୍ଚା ଆରମ୍ଭ ହୋଇଥିଲା । ଏଥିରେ ସ୍ୱାମୀ ସତ୍ୟାନନ୍ଦ ମହାରାଜ, ସ୍ୱାମୀ ଭାସ୍କର ତୀର୍ଥ, ରାଜେନ୍ଦ୍ରନନ୍ଦ ପ୍ରଭୃତି ବହୁ ମାନ୍ୟଗଣ୍ୟ ସାଧୁସନ୍ଥ ଯୋଗ ଦେଇଥିଲେ । ସଙ୍କରାଚାର୍ଯ୍ୟ ସନାତନ ଧର୍ମ ର ବ୍ୟାଖ୍ୟା କରିବା ସହ ଭାରତ ସମ୍ବିଧାନ ର ସମୀକ୍ଷା ଆବଶ୍ୟକ, ରାଜନେତା ଙ୍କ ଶିକ୍ଷାଗତ ଯୋଗ୍ୟତା ନିରୂପଣ, ଧର୍ମନିରପେକ୍ଷ ଶବ୍ଦ କୁ ବାଦ ଦେଇ ଭାରତକୁ ସନାତନ ହିନ୍ଦୁ ରାଷ୍ଟ୍ରର ମାନ୍ୟତା ଦେବା, ତିନି ସେନା ବାହିନୀ କୁ ସର୍ବୋଚ୍ଚ କ୍ଷମତା ଦେବା, ଦେଶଦ୍ରୋହୀ ଙ୍କୁ ଜେଲରେ ସୁରକ୍ଷା ନ ଦେଇ ସେମାନଙ୍କୁ ସର୍ଵ ସମ୍ମୁଖରେ ଫାଶୀ ଦେବା ପ୍ରଭୃତି ଦାବି ଉପସ୍ଥାପନ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking