28.1 C
Bhubaneswar
Sunday, April 28, 2024
Homeଦେଶ ବିଦେଶଆଜମ ଖାନ୍ ନିର୍ଦ୍ଦୋଷରେ ଖଲାସ

ଆଜମ ଖାନ୍ ନିର୍ଦ୍ଦୋଷରେ ଖଲାସ

ନୂଆଦିଲ୍ଲୀ: ଘୃଣ୍ୟ ଭାଷଣ ମାମଲାରେ ଉତ୍ତରପ୍ରଦେଶର ଏକ ଅଦାଲତ ବୁଧବାର ସମାଜବାଦୀ ପାର୍ଟି ନେତା ଆଜମ ଖାନ୍‌ଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । ୨୦୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଘୃଣ୍ୟ ଭାଷଣ ଦେଇଥିବା ଅଭିଯୋଗରେ ନିମ୍ନ ଅଦାଲତ ତାଙ୍କୁ ଦୋଷୀସାବ୍ୟସ୍ତ କରିଥିଲା । ଏହାପରେ ଆଜମ ଖାନ୍‌ଙ୍କ ବିଧାୟକ ପଦ ରଦ୍ଦ କରାଯାଇଥିଲା । ଆଜମଙ୍କ ବିଧାୟକ ପଦ ରଦ୍ଦ ହେବାପରେ ଉତ୍ତରପ୍ରଦେଶର ରାମପୁର ଆସନରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ ସେଠାରୁ ବିଜେପି ପ୍ରାର୍ଥୀ ଆକାଶ ସାକ୍ସେନା ବିଜୟୀ ହୋଇଛନ୍ତି । ଆଜମ ଖାନ୍‌ଙ୍କ ବିରୋଧରେ ମୋଟ ୯୭ଟି ଅପରାଧିକ ମାମଲା ବିଚାରାଧୀନ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking