37.1 C
Bhubaneswar
Sunday, May 5, 2024
Homeଦେଶ ବିଦେଶଆୟୁସ୍ମାନ ଭାରତ ଯୋଜନା : ଏବେ ମିଳିବ ମାଗଣାରେ ଆୟୁସ୍ମାନ କାର୍ଡ , ମାଗଣା ସ୍ୱାସ୍ଥ୍ୟ...

ଆୟୁସ୍ମାନ ଭାରତ ଯୋଜନା : ଏବେ ମିଳିବ ମାଗଣାରେ ଆୟୁସ୍ମାନ କାର୍ଡ , ମାଗଣା ସ୍ୱାସ୍ଥ୍ୟ ସେବା ଓ ୫ ଲକ୍ଷ ଟଙ୍କାର ବୀମା ପାଇଁ କେଉଁଠାରୁ କରିବେ ଆବେଦନ

ନୂଆଦିଲ୍ଲୀ : ଆୟୁସ୍ମାନ ଭାରତ ଯୋଜନାର ଲାଭାର୍ଥୀ ମାନଙ୍କ ପାଇଁ ସରକାର ଏକ ବଡ ନିଷ୍ପତି ନେଇଛନ୍ତି । ଏବେ ଆୟୁସ୍ମାନ ଭାରତ ଯୋଜନା ଲାଭାର୍ଥୀଙ୍କୁ ନିଜର ଆୟୁସ୍ମାନ କାର୍ଡ, ମାଗଣା ସ୍ୱାସ୍ଥ୍ୟ ସେବା ମିଳିବ । ଏଥିପାଇଁ କୌଣସି ଟଙ୍କା ଦେବାକୁ ପଡିବ ନାହିଁ । ପୁର୍ବରୁ ଏହି କାର୍ଡ ପାଇର୍ ୩୦ ଟଙ୍କା ନିଆଯାଉଥିଲା ।

ଲାଇଭ ମିଣ୍ଟର ରିପୋର୍ଟ ଅନୁସାରେ ଏହି କାର୍ଡ ଦ୍ୱାରା ଲାଭାର୍ଥୀମାନେ ନିଜ ଚିକିତ୍ସା ମାଗଣାରେ କରାଇ ପାରିବେ । ଏହି କାର୍ଡର ଡୁପ୍ଲିକେଟ ବନାଇବା ପାଇଁ ୧୫ ଟଙ୍କା ଲାଗିବ । ଏହି କାର୍ଡ ବନାଇବା ଯୋଜନା ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ ତରଫରୁ ନିଆଯାଇଛି । ଏହି ଯୋଜନା ଅନୁସାରେ ସେବା ବିତରଣ ପ୍ରକ୍ରିୟା ସୁବ୍ୟବସ୍ଥିତ ରହିବ । ସରକାର କହିଛନ୍ତି ଯେ ଆୟୁସ୍ମାନ ଭାରତ ଯୋଜନାର ସୁବିଧା କୌଣସି ହସ୍ପିଟାଲରେ ମଧ୍ୟ ମିଳିପାରିବ । ଏହା ଏକ ପ୍ରକାର ପିବିସି କାର୍ଡ ଅଟେ । ଯାହକୁ କାଗଜ କାର୍ଡ ଭାବରେ ଅଣାଯାଉଛି ।

ଆୟୁସ୍ମାନ ଭାରତ ଯୋଜନା କ’ଣ:
ଆୟୁସ୍ମାନ ଭାରତ ଯୋଜନାକୁ ପ୍ରଧାନମନ୍ତ୍ରୀ ଆରୋଗ୍ୟ ଯୋଜନା କିମ୍ବା ନ୍ୟାସନାଲ ହେଲ୍‌ଥ ପ୍ରୋଟେକସନ ସ୍କିମ ଓ ମୋଦିକେୟାର ନାମରେ ମଧ୍ୟ ଜଣାଯାଏ । କେନ୍ଦ୍ର ସରକାର ଏହି ଯୋଜନା ମୁତାବିକ ଦେଶର ୧୦ କୋଟି ପରିବାରଙ୍କୁ ବାର୍ଷିକ ୫ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଉପଲବ୍ଧ କରାଉଛନ୍ତି ।

ଚିକିତ୍ସା ପାଇଁ ଆୟୁସ୍ମାନ କାର୍ଡ ଆବଶ୍ୟକ :
ଏହି ଯୋଜନା ଦ୍ୱାରା ଭାରତର ୧୦ କୋଟି ପରିବାରକୁ କ୍ୟାନସର ସହିତ ୧୩୦୦ରୁ ଅଧିକ ରୋଗ ପାଇଁ ମାଗଣାରେ ଚିକିତ୍ସା ଓ ପ୍ରତ୍ୟେକ ପରିବାରକୁ ୫ ଲକ୍ଷ ଟଙ୍କାର ବୀମା ଦିଆଯାଉଛି । ଯଦି ଆପଣଙ୍କ ନାମ ଏହି ଯୋଜନାରେ ଆସୁଛି ତେବେ ଆପଣଙ୍କ ପାଖରେ ଆୟୁସ୍ମାନ କାର୍ଡ ଥିବା ଆବଶ୍ୟକ । ଏହି କାର୍ଡକୁ ଆୟୁସ୍ମାନ ଭାରତ ଯୋଜନା ଗୋଲ୍ଡେନ କାର୍ଡ ମଧ୍ୟ କୁହାଯାଏ ।

ଆୟୁସ୍ମାନ ଭାରତ ଯୋଜନା ପାଇଁ କାର୍ଡ ବନାଇବା ଏବେ ଅତ୍ୟନ୍ତ ସୁବିଧାଜନକ:
ଯଦି ଆପଣଙ୍କ ନାଁ ଏହି ଯୋଜନାରେ ରହିଛି ଓ ଆପଣ ଗୋଲ୍ଡେନ କାର୍ଡ ବନାଇବାକୁ ଚାହୁଥାନ୍ତି ତେବେ ଆପଣଙ୍କୁ ଏହି ଯୋଜନାରେ ସାମିଲ ଥିବା ଜନ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମ୍ପର୍କ କରିବା ଉଚିତ । ଗ୍ରାମୀଣ କ୍ଷେତ୍ରରେ ଏହି କାର୍ଡ ବନାଇବା ପାଇଁ ଜନ ସ୍ୱାସ୍ଥ୍ୟ ସେବା କେନ୍ଦ୍ର ବନାଯାଇଛି । । ଏହାକୁ ବନାଇବା ପାଇଁ ଆପଣଙ୍କୁ ୩୦ ଟଙ୍କା ଦେବାକୁ ପଡୁଥିଲା । ଏହା ଏହା ମାଗଣାରେ କରାଯାଇ ପାରିବ । ଏହାସହ ଆପଣଙ୍କୁ ଆଧାର କାର୍ଡ , ରାସନ କାର୍ଡ ଓ ମୋବାଇଲ ନମ୍ବର କହିବାକୁ ହେବ ।
ଆୟୁସ୍ମାନ ଭାରତ ଯୋଜନାରେ ନୂଆ ନିୟମ କରାଯାଇଛି । ନୂଆ ବିବାହ କରି ଆସିଥିବା ବୋହୁର ସମସ୍ତ ସ୍ୱାସ୍ଥ୍ୟ ସେବା ପାଇଁ କୌଣସି ପ୍ରମାଣ ପତ୍ରର ଦେବା ଆବଶ୍ୟକ ନାହିଁ । ସେମାନେ ତାଙ୍କ ସ୍ୱାମୀଙ୍କ ପ୍ରମାଣ ପତ୍ର ଦେଖାଇ ସମସ୍ତ ସୁବିଧା ନେଇ ପରିବେ ।

ଆୟୁସ୍ମାନ ଭାରତ ଯୋଜନାରେ ଏପରି ଦେଖନ୍ତୁ ନିଜ ନାମ:
ପ୍ରଥମେ ଏଚଟିଟିପିଏକ://ମେରା.ପିଏମଜୟ.ଗଭ.ଇନ/ସର୍ଚ୍ଚ/ଲଗଇନ ରେ କ୍ଲିକ କରନ୍ତୁ । ଏହାପରେ ନିଜ ମୋବାଇଲ ନମ୍ବର ଆଡ କରାନ୍ତୁ । ଏହାପରେ କ୍ୟାପଚା କୋର୍ଡ ଆଡ କରନ୍ତୁ । ଏହାପରେ ଓଟିପି ଜେନେରେଟ କରି । ନିଜର ଡିଟେଲ ଯାଞ୍ଚ କରନ୍ତୁ ।

ଆୟୁସ୍ମାନ ଭାରତ ହେଲ୍ପଲାଇନ ନମ୍ବର:
ଏହି ନମ୍ବରେ ଆପଣ ଜାଣି ପାରିବେ ଆପଣଙ୍କ ନାମ ଏହି ଆୟୁସ୍ମାନ ଭାରତ ଯୋଜନାରେ ଅଛି କି ନାହିଁ । ଏହି ନମ୍ବର ହେଉଛି ୧୪୫୫୫ । ଏଥିରେ ସବୁ ନିୟମ ଆପଣ ଜାଣି ପରିବେ । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାର ଆଉ ଏକ ନମ୍ବର ହେଉଛି ୧୮୦୦ ୧୧୧ ୫୬୫ । ଏହା ୨୪ ଘଣ୍ଟା ଚାଲୁ ରହେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking