28.1 C
Bhubaneswar
Saturday, April 27, 2024
Homeଓଡିଶାଅଗଷ୍ଟ ୧୩ରୁ ୧୫, ତ୍ରିରଙ୍ଗା ପଦଯାତ୍ରା

ଅଗଷ୍ଟ ୧୩ରୁ ୧୫, ତ୍ରିରଙ୍ଗା ପଦଯାତ୍ରା

ଭୁବନେଶ୍ୱର: ଆସନ୍ତା ସ୍ୱାଧୀନତା ଦିବସ ବର୍ତ୍ତମାନର ଯୁବପିଢ଼ି ପାଇଁ ଅମୃତ ସଦୃଶ । ଅମୃତ ମହୋତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ୱାନକ୍ରମେ ‘ହର୍ ଘର୍ ତ୍ରିରଙ୍ଗା’ ବା ‘ଘର ଘର ତ୍ରିରଙ୍ଗା’ ଅଭିଯାନ ଅଗଷ୍ଟ ୧୩ରୁ ୧୫ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପୀ ପାଳନ କରାଯିବ । ତେଣୁ ଆଜାଦୀ କା ଅମୃତ ମହୋତ୍ସବକୁ ସ୍ମରଣୀୟ ରଖିବା ଓ ଜାତୀୟ ପତାକାକୁ ସର୍ବାଗ୍ରେ ରଖିବା ପାଇଁ ଘରେ ଘରେ ତ୍ରିରଙ୍ଗା ପତାକା ଉଡ଼ାଇବାକୁ ବିଜେପି ଅନୁରୋଧ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ସ୍ୱାଧୀନତା ୭୫ବର୍ଷ ପୂର୍ତ୍ତି ଅବସରରେ ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି । ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି କଟକ ଜିଲ୍ଲା ବାଙ୍କୀ ଏନ୍‌ଏସିରେ ଆଦିବାସୀ, ଦଳିତ ଓ ବୃଦ୍ଧବୃଦ୍ଧାଙ୍କୁ ତ୍ରିରଙ୍ଗା ପତାକା ଓ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ଚିତ୍ର ଦେବା ସହ ଘରେ ଘରେ ତ୍ରିରଙ୍ଗା ଉଡ଼ାଇବାକୁ ନିବେଦନ କରିଛନ୍ତି ।

ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଘର ଘର ତ୍ରିରଙ୍ଗା’ ଆହ୍ୱାନକୁ ସଫଳ କରିବା ଲାଗି ସହରଠୁ ଗାଁ ପ୍ରତ୍ୟେକ ଜାଗାରେ ତ୍ରିରଙ୍ଗା ପତାକା ଉଡ଼ାଇ ଆମେ ସ୍ୱାଧୀନ ବୋଲି ଗର୍ବ କରିବା ଉଚିତ । ବାଙ୍କୀ ଏନ୍‌ଏସି ଅଞ୍ଚଳରେ ପଦଯାତ୍ରା ବେଳେ ‘ଉଡ୍‌ରେ ତ୍ରିରଙ୍ଗା ଉଡ୍‌’ ସଙ୍ଗୀତ ପରିବେଷିତ ହୋଇଥିଲା । ତ୍ରିରଙ୍ଗା ଯାତ୍ରାକୁ ସଫଳ କରିବା ଲାଗି ହଜାର ହଜାର ସଂଖ୍ୟାରେ ସାଧାରଣ ଜନତା ଏଥିରେ ସାମିଲ ହୋଇଥିଲେ । ତ୍ରିରଙ୍ଗା ଯାତ୍ରାରେ ଦେଶ ବିକାଶର ଅବଦାନ ରଖି ଯାଇଥିବା ମହାପୁରୁଷ ଓ ରାଷ୍ଟ୍ରନାୟକଙ୍କ ପ୍ରେରଣାକୁ ମନେ ପକାଇ ଆତ୍ମନିର୍ଭର ଭାରତ ଗଠନ ପାଇଁ ସଂକଳ୍ପ ଅମୃତ ମହୋତ୍ସବର ମୂଳ ଲକ୍ଷ୍ୟ ।

ଏନେଇ ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତାଙ୍କ ସହ ବାଙ୍କୀ ଏନ୍‌ଏସି ଜନତା ପଦଯାତ୍ରାରେ ସାମିଲ ହୋଇ ଯଶ୍ୱସୀ ମୋଦୀଙ୍କ ଆହ୍ୱାନଙ୍କୁ ସମ୍ମାନ ଜଣାଇ ଘରେ ଘରେ ତ୍ରିରଙ୍ଗା ପହଞ୍ଚାଇବାକୁ ଉଦ୍ୟମ କରୁଥିବାରୁ ଶ୍ରୀ ମହାନ୍ତି ଧନ୍ୟବାଦ ଜଣାଇଛନ୍ତି । ଏହି ଅବସରରେ ଓବିସି ମୋର୍ଚ୍ଚା ସଭାପତି ସୁରଥ ବିଶ୍ୱାଳ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ବାଙ୍କୀ ନେତା ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରମୁଖଙ୍କ ସହ ଅନେକ କାର୍ଯ୍ୟକର୍ତ୍ତା ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking