37.1 C
Bhubaneswar
Thursday, March 28, 2024
Homeଓଡିଶାଆଖିବୁଜିଲା ବାଘ ମଙ୍ଗଳ

ଆଖିବୁଜିଲା ବାଘ ମଙ୍ଗଳ

ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଏକ କଲରାପତରିଆ ଅଣ୍ଡିରା ବାଘର ମୃତ୍ୟୁଘଟିଛି । ତା’ର ନାଁ ମଙ୍ଗଳ । ଏହି ବାଘ ୬ବର୍ଷର ହୋଇଥିଲାବେଳେ ୨୦୧୨ରେ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଚଣ୍ଡିଗଡ଼ରୁ ନନ୍ଦନକାନନକୁ ଆସିଥିଲା । କିଛି ଦିନ ହେବ ସେ ଜ୍ୱରରେ ଆକ୍ରାନ୍ତ ଥିଲା । ଖିଆପିଆ କରୁନଥିଲା । ନନ୍ଦନକାନନ ପଶୁ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଥିଲା । ହେଲେ ସ୍ୱାସ୍ଥ୍ୟରେ ଉନ୍ନତି ନଘଟିବାରୁ ଏହି ୧୬ବର୍ଷିୟ କଲରାପତରିଆ ଅଣ୍ଡିରା ବାଘ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲା ।

ସେ ୧୯ନମ୍ବର ପଛପଟ ଖୁଅଡ଼ ମଧ୍ୟରେ ରହୁଥିଲା । ଅସୁସ୍ଥତା ଯୋଗୁ ମଙ୍ଗଳକୁ ଏକ ଯନ୍ତା ସାହାଯ୍ୟରେ ଖୁଆଡ଼ରୁ ବାହାର କରି ନନ୍ଦନକାନନ ଭେଟନାରୀରେ ଥିବା ଏକ ସ୍ୱତନ୍ତ୍ର କୋଠରୀରେ ରଖି ଚିକିତ୍ସା କରାଯାଉଥିଲା । ତା’ର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଓୟୁଏଟିକୁ ପଠାଯାଇଥିଲା । ଆଣ୍ଟିବାୟୋଟିକ ମେଡିସିନ ମଧ୍ୟ ଦିଆଯାଉଥିଲା । ଭେଟନାରୀରେ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି । ବ୍ୟବଚ୍ଛେଦ ପରେ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟହେବ । କଲରା ପତରିଆର ମୃତ୍ୟୁପରେ ନନ୍ଦନକାନନରେ ବାଘସଂଖ୍ୟା ୫କୁ ଖସି ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking