28.1 C
Bhubaneswar
Wednesday, April 24, 2024
Homeଓଡିଶାଲାଞ୍ଚ ଅଭିଯୋଗକୁ ନେଇ ସିବିଆଇ ଚଢଉ ମାମଲା: ଜେଲ ଗଲେ ଚର୍ଚ୍ଚିତଙ୍କ ସମେତ ୫ ଅଭିଯୁକ୍ତ

ଲାଞ୍ଚ ଅଭିଯୋଗକୁ ନେଇ ସିବିଆଇ ଚଢଉ ମାମଲା: ଜେଲ ଗଲେ ଚର୍ଚ୍ଚିତଙ୍କ ସମେତ ୫ ଅଭିଯୁକ୍ତ

ଭୁବନେଶ୍ୱର: ପାରାଦୀପ ବନ୍ଦରରେ ଘରୋଇ ସଂସ୍ଥାକୁ ଅହେତୁକ ଅନୁକମ୍ପା ଓ ଲାଞ୍ଚ ମାମଲାରେ ଗିରଫ ହୋଇଥିବା ଶିଳ୍ପପତି ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ଜାମିନ୍ ଆବେଦନ ଖାରଜ ହୋଇଛି । ସ୍ୱତନ୍ତ୍ର ସିବିଆଇ କୋର୍ଟ ଚର୍ଚ୍ଚିତ ଓ ଦେବପ୍ରିୟ ମହାନ୍ତିଙ୍କ ସମେତ ୪ ଅଭିଯୁକ୍ତଙ୍କ ଜାମିନ୍ ଖାରଜ କରିଛନ୍ତି । ଏହାପରେ ଚର୍ଚ୍ଚିତଙ୍କ ସମେତ ୫ ଅଭିଯୁକ୍ତଙ୍କୁ ୬ ଦିନିଆ ବିଚାର ବିଭାଗୀୟ ହାଜତକୁ ପଠାଇଦିଆଯାଇଛି । ଏହି ମାମଲାରେ କେବଳ ବିଲଡର ଶିଶିର ଦାସଙ୍କୁ ଜାମିନ ମିଳିଛି । ଅନ୍ୟପଟରେ ସିବିଆଇ ପକ୍ଷରୁ ୯ ଦିନିଆ ରିମାଣ୍ଡ ଆବେଦନ ମଧ୍ୟ ଖାରଜ ହୋଇଛି ।

ସୂଚନା ମୁତାବକ, ଚର୍ଚ୍ଚିତ ମିଶ୍ରଙ୍କୁ ସିବିଆଇ ଗିରଫ କରି କୋର୍ଟରେ ହାଜର କରିବା ପରେ ଗତ ୬ ତାରିଖରେ ୪ ଦିନିଆ ରିମାଣ୍ଡରେ ନେଇଥିଲା । ଏହି ରିମାଣ୍ଡ ସମୟରେ ସିବିଆଇର ଅଧିକାରୀମାନେ ଚର୍ଚ୍ଚିତଙ୍କୁ ଅଧିକ ପଚରାଉଚରା କରିଥିବା ଜଣାପଡ଼ିଛି । ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରେ ପାରାଦୀପ ପୋର୍ଟ ଚିଫ୍ ମେକାନିକାଲ ଇଂଜିନିୟର ସରୋଜ ଦାସ, ଠିକାଦାର ସୁମନ୍ତ ରାଉତ, କେସିଟି ଗ୍ରୁପ୍‌ର ଶଙ୍ଖଶୁଭ୍ର ମିତ୍ର ଓ ଓଏସଏଲର ଡିଜିଏମ୍ ସୂର୍ଯ୍ୟନାରାୟଣ ସାହୁ ଅଛନ୍ତି ।

ଏହାଛଡା କେସିଟି ଗ୍ରୁପର ଦେବପ୍ରିୟ ମହାନ୍ତି ଏବଂ ଓଏସଏଲର ଚର୍ଚ୍ଚିତ ମିଶ୍ରଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା । ଚର୍ଚ୍ଚିତ ମିଶ୍ର ସିବିଆଇ ନିକଟରେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ଗିରଫ କରାଯାଇଥିଲା । ସମସ୍ତ ୭ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ସରିବା ପରେ ବୁଧବାର ସେମାନଙ୍କୁ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟରେ ହାଜର କରିଥିଲା । ଥରେ ସେମାନଙ୍କୁ ୯ ଦିନିଆ ରିମାଣ୍ଡରେ ନେବାକୁ ସିବିଆଇ ଆବେଦନ କରିଥିଲା । ତାହା ଖାରଜ ହୋଇଯାଇଛି । ସମସ୍ତ ଅଭିଯୁକ୍ତଙ୍କ ଭଏଏସ୍ ସାମ୍ପୁଲ୍ ଟେଷ୍ଟ ଓ ଅନ୍ୟାନ୍ୟ ତଦନ୍ତ ପାଇଁ ରିମାଣ୍ଡ ଦରକାର ବୋଲି ସିବିଆଇ ଯୁକ୍ତି ବାଢିଥିଲେ । ଅନ୍ୟପଟେ ଶିଶିରଙ୍କ ଜାମିନ୍ ମିଳିଥିବାବେଳେ ଅନ୍ୟ କାହାରିକୁ ଜାମିନ୍ ମିଳିନାହିଁ ।

ପ୍ରକାଶ ଥାଉକି, ପାରାଦୀପ ପୋର୍ଟରେ ଠିକା କାମ ପାଇବା ଲାଗି ୨୫ ଲକ୍ଷ ଟଙ୍କା ଲାଞ୍ଚ ମାମଲାକୁ ନେଇ ୨୪ ଘଣ୍ଟାର ମାରାଥନ ଚଢାଉ ପରେ ସିବିଆଇ ଘଟଣାରେ ସମ୍ପୃକ୍ତ ଥିବା ଅଭିଯୋଗରେ ମହିମା ମିଶ୍ରଙ୍କ ସାନପୁଅ ଚର୍ଚ୍ଚିତ ମିଶ୍ରଙ୍କ ସମତେ ସଂପୃକ୍ତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଏ ନେଇ ସିବିଆଇର ନୂଆଦିଲ୍ଲୀ ସ୍ଥିତ କାର୍ଯ୍ୟାଳୟରେ ୩ ତାରିଖରେ ଏକ ମାମଲା ରୁଜୁ ହୋଇଥିଲା । ସିବିଆଇ ରେଡ ସମୟରେ ସେମାନଙ୍କ ଠାରୁ ୮୪.୫ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ସିବିଆଇ ଟିମ ପକ୍ଷରୁ ବିଭିନ୍ନ ଦଗକୁ ନେଇ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking