28.1 C
Bhubaneswar
Saturday, April 27, 2024
Homeବ୍ରେକୀଙ୍ଗସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଗିରଫ

ସାମ୍ବାଦିକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଗିରଫ

ଜୟପୁର: ସାମ୍ବାଦିକ ଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ଅନ୍ୟ ଜଣେ ଅଭିଯୁକ୍ତ ଆନନ୍ଦ ବିଶ୍ୱାଳ ଙ୍କୁ କୋରାପୁଟ ସଦର ଥାନା ଅଞ୍ଚଳ ରୁ ଗିରଫ ହୋଇଥିବା ନେଇ ଏକ ପ୍ରେସମିଟ ଯୋଗେ ସୂଚନା ଦେଇଛନ୍ତି ଜୟପୁର SDPO ବରୁଣ ଗୁଣ୍ଠପାଲି। କୋରାପୁଟ ଜିଲ୍ଲା କୁନ୍ଦ୍ରା ବ୍ଲକ ର କାର୍ଯ୍ୟରତ ସମ୍ବାଦିକ ଅକ୍ଷୟ ପଟନାୟକ ଙ୍କୁ ଗତ29 ତାରିଖ ଦିନ କୁନ୍ଦ୍ରା ନିକଟରେ ଦୁଇ ଦୁର୍ବୁତ୍ତ ଖଣ୍ଡା ରେ ଆକ୍ରମଣ କରିଥିଲେ। ଫଳରେ ସାମ୍ବାଦିକ ଜଣକ ଗୁରୁତର ଆହତ ହୋଇ ଥିଲେ। ଆଉ ତାଙ୍କୁ ଜିଲା ମେଡିକାଲ ରେ ଭର୍ତି କରାଯାଇଥିଲା। ଘଟଣା କୁ ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରି ଘଟଣା ଘଟିବା ଦିନ ହି ଜଣେ ଅଭିଯୁକ୍ତ ଶଙ୍କର ପ୍ରଧାନ କୁ ଗିରଫ କରିଥିଲା।ତାଙ୍କ ଠାରୁ ଗୋଟିଏ ଖଣ୍ଡା ମଧ୍ୟ ଜବତ କରିଥିଲା ପୋଲିସ। ଏହି ଘଟଣା ରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ଆନନ୍ଦ ବିଶ୍ୱାଳ ଫେରାର ହୋଇଯାଇଥିଲେ। ତିନି ଦିନ ପରେ ତାଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ।ଅନ୍ୟ ପଟେ ଏହି ଆକ୍ରମଣ ର କାରଣ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ବୋଲି ସୂଚନା ଦେଇଛନ୍ତି ଜୟପୁର SDPO।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking