37.2 C
Bhubaneswar
Friday, April 19, 2024
Homeବ୍ରେକୀଙ୍ଗଦୁର୍ଗମ ଅଞ୍ଚଳର ବିରଳ ଦୃଶ୍ୟ; ମନରେଗାରେ ଶିଶୁ ଶ୍ରମିକ

ଦୁର୍ଗମ ଅଞ୍ଚଳର ବିରଳ ଦୃଶ୍ୟ; ମନରେଗାରେ ଶିଶୁ ଶ୍ରମିକ

ଭୁବନେଶ୍ୱର : ଆଜିର ଶିଶୁ ଆଗାମୀ କାଲିର ଭବିଷ୍ୟତ । ତାଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମାଲମାଲ ଯୋଜନା। ଯାହା ମାଧ୍ୟମରେ ପ୍ରତି ଆର୍ଥିକ ବର୍ଷରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। । ବିଶେଷ କରି ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ପାଇଁ ସ୍ୱତନ୍ତ୍ର ପ୍ୟାକେଜ ରହିଥିବା ବେଳେ ଦୁର୍ଗମ ଅଞ୍ଚଳରେ ଲାଗୁ ହୋଇଛି ବିଭିନ୍ନ ଯୋଜନା ଓ ଆନୁସାଙ୍ଗିକ ବ୍ୟବସ୍ଥା। ଅନେକ ପ୍ରକଳ୍ପ ହାତକୁ ନେଇ ଆଦିବାସୀ ମାନଙ୍କ କିପରି ଆର୍ଥିକ ଓ ସାମାଜିକ ସ୍ୱଚ୍ଛଲହୋଇପାରିବ ସେ ଦିଗରେ ସରକାର ବି ବେଶ ସଚେତନ ଅଛନ୍ତି। । କିନ୍ତୁ ସରଳ ଆଦିବାସୀ ମାନଙ୍କ ସରଳତା ସୁଯୋଗ ନେଇ ବିଭିନ୍ନ ସମୟରେ ଶାରିରୀକ, ମାନସିକ ଶୋଷଣ ର ଶିକାର ହେଉଥିବା ଦେଖିବାକୁ ମିଳୁଛି।

ଏପରି ଏକ ଘଟଣା ଦେଖିବାକୁ ମିଳିଛି କଲହାଣ୍ଡି ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଥୁଆମୂଳରାମପୁର ବ୍ଲକ ମହୁଲପାଟଣା ଗ୍ରାମପଞ୍ଚାୟତ ର ଉପରଚୋବ୍ରି ଗ୍ରାମରେ । ଏଠି ମନରେଗା ଯୋଜନାରେ ହେଉଥିବା ରାସ୍ତା କାର୍ଯ୍ୟରେ ଗରିବ ନିରୀହ ଆଦିବାସୀ ନାବାଳିକା ଝିଅ ମାନଙ୍କୁ କାମରେ ନିୟୋଜିତ କରିଥିବା ଦେଖିବାକୁ ମିଳିଛି। ସରକାର ଶିଶୁ ଶ୍ରମିକ କୁ କାର୍ଯ୍ୟ ରେ ନିୟୋଜିତ କରିବାକୁ ବାରଣ କରିଥିବା ବେଳେ ଏଥିପାଇଁ ବହୁ କଟକଣା ଓ ନୀୟମ ଲାଗୁ କରିଛନ୍ତି କିନ୍ତୁ ମହୁଳପାଟଣା ଗ୍ରାମପଞ୍ଚାୟତ ର ଉପରଚୋବ୍ରି ଗ୍ରାମର ଅଣ୍ଡରାମସ୍କା ପଡ଼ା ଠାରୁ ସ୍କୁଲ ଛକ ପର୍ଯ୍ୟନ୍ତ ହେଉଥିବା ମନରେଗା ଯୋଜନାରେ ରାସ୍ତା କାର୍ଯ୍ୟ ରେ ମାଟି କାମରେ ନିୟୋଜିତ ହୋଇଥିବା ଦେଖିବାକୁ ମିଳିଛି।କୋମଳମତି ନାବାଳିକା ମାନେ ଏଥିରେ କେଉଁ ପ୍ରକାର କଷ୍ଟ ପାଉଥିବେ ତାହା ସହଜେ ଅନୁମେୟ।

ଏଠାରେ ପ୍ରକାଶ ଥାଉକି କୁ ଉକ୍ତ କାଯ୍ୟ ସ୍ଥଳରେ ବିନା ସୂଚନା ଫଳକରେ କାଯ୍ୟ ନିର୍ବାହ ହେଉଥିବା ବେଳେ ଗ୍ରାମପଞ୍ଚାୟତ ରେ କିଛି ଅସାଧୁ ଅଧିକାରୀ ଏଥିରେ ଲିପ୍ତ ଥିବା ଜଣାଯାଇଛି।ବିଭିନ୍ନ ସମୟରେ ଏଠି ସରକାରୀ ନିମୟକୁ ଖୋଲଖୋଲି ଉଲଘଂନ କରି ଲକ୍ଷ ଲକ୍ଷ ଟଙ୍କା ଘୋଟଲା କରୁଥିବା ମଧ୍ୟ ଅଭିଯୋଗ ହେଉଛି।ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ଙ୍କୁ ପଚାରିବାରୁ ଶିଶୁ ଶ୍ରମିକ ନିଯୁକ୍ତି କଥା କୁ ସ୍ୱୀକାର କରିବା ସହିତ ଏହା ସମ୍ପୃକ୍ତ ଗ୍ରାମ ରୋଜଗାର ସେବକ ଓ ଠିକାଦାର ଲଗେଇ ଥିବା ପ୍ରକାଶ କରିଛନ୍ତି।ଏ ମାନଙ୍କୁ ପ୍ରଶାସନିକ ଅଧିକାରୀ କଣ କାର୍ଯ୍ୟାନୁଷ୍ଠାନ ନେବେ ତାହା ଆଗାମୀ ଦିନରେ ଜଣାପଡିବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking