36.1 C
Bhubaneswar
Thursday, May 2, 2024
Homeଖେଳଏସିଆନ୍ ରେସ୍‌ଲିଂ ଚାମ୍ପିଅନ୍‌ଶିପ୍‌: ସୁଷମା ଓ ସରିତାଙ୍କୁ ବ୍ରୋଞ୍ଜ୍‌

ଏସିଆନ୍ ରେସ୍‌ଲିଂ ଚାମ୍ପିଅନ୍‌ଶିପ୍‌: ସୁଷମା ଓ ସରିତାଙ୍କୁ ବ୍ରୋଞ୍ଜ୍‌

ନୂଆଦିଲ୍ଲୀ : ମଙ୍ଗୋଲିଆର ଉଲାନ୍‌ବାଟାର୍‌ରେ ଚାଲିଥିବା ଏସିଆନ୍ ରେସ୍‌ଲିଂ ଚାମ୍ପିଅନ୍‌ଶିପ୍‌ରେ ଭାରତୀୟ ମହିଳା ରେସ୍‌ଲର୍ ସୁଷମା ଶୋକୀନ୍ ଓ ସରିତା ମୋର୍ ଗୁରୁବାର ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ୫୫ କିଗ୍ରା ବର୍ଗରେ ସୁଷମା ଜାପାନର ଉମି ଇଲମାଇଙ୍କ ଠାରୁ ୧୦-୦ରେ ପରାଜିତ ହୋଇ ବ୍ରୋଞ୍ଜ୍ ପଦକରେ ସନ୍ତୁଷ୍ଟ ହୋଇଥିଲେ । ଏହା ପୂର୍ବରୁ ସେ କଜାଖ୍‌ସ୍ତାନର ଆଲ୍‌ତିନ୍ ଶାଗାୟେଭାଙ୍କୁ ୫-୦ ଏବଂ ଉଜ୍‌ବେକିସ୍ତାନର ସାର୍‌ବିନାଜ୍ ଜିଏନ୍‌ବାଏଭାଙ୍କୁ ‘ବାଇ ଫଲ୍‌’ରେ ହରାଇ ପଦକ ପକ୍କା କରିଥିଲେ ।

ପରେ ସୁଷମା ସ୍ଥାନୀୟ ରେସ୍‌ଲର୍ ଓଟଗୋଞ୍ଜାର୍‌ଗାଲ୍ ଗାନବାଟାର୍‌ଙ୍କଠାରୁ ୧୫-୫ରେ ହାରିଥିଲେ ମଧ୍ୟ ଏହା ତାଙ୍କର ପୋଡିୟମ୍ ଫିନିଶ୍ ଉପରେ କୌଣସି ପ୍ରଭାବ ପକାଇ ନଥିଲା । ଅନ୍ୟପକ୍ଷରେ ଦୁଇଥରର ଡିଫେଣ୍ଡିଂ ଚାମ୍ପିଅନ୍ ସରିତା ୫୯ କିଗ୍ରା ବର୍ଗର ପ୍ରଥମ ଦୁଇଟି ମ୍ୟାଚ୍‌ରେ ମଙ୍ଗୋଲିଆର ଶୁଭଡୋର ବାଟାର୍‌ଜାଭ୍ ଏବଂ ଜାପାନର ସାରା ନାଟାମିଙ୍କଠାରୁ ଯଥାକ୍ରମେ ୨-୧ ଓ ୧୦-୦ରେ ପରାଜିତ ହୋଇଥିଲେ ।

ତେବେ ପରେ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍ ବ୍ରୋଞ୍ଜ୍ ମେଡାଲିଷ୍ଟ୍ ସରିତା ଶକ୍ତିଶାଳୀ ପ୍ରଦର୍ଶନ ମାଧ୍ୟମରେ ଉଜ୍‌ବେକିସ୍ତାନ ଦିଲ୍‌ଫୁଜା ଆଇମ୍‌ନେତୋଙ୍କୁ ୧୧-୦ରେ ଏବଂ କଜାଖ୍‌ସ୍ତାନର ଦିନା କାୟୁମୋଭାଙ୍କୁ ୫-୨ରେ ହରାଇ ପାଞ୍ଚ ରେସ୍‌ଲର୍‌ଙ୍କ ମଧ୍ୟରେ ତୃତୀୟ ହୋଇଥିଲେ । ଅନ୍ୟପକ୍ଷରେ ୫୦ କିଗ୍ରା ବର୍ଗରେ ମନୀଷା ଚତୁର୍ଥ ସ୍ଥାନରେ ରହିଥିବା ବେଳେ ସୋନିଆ ହୁଡା (୬୮ କିଗ୍ରା) ସାତ ରେସ୍‌ଲର୍‌ଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଥିଲେ । ସେହିପରି ସୁଦେଶ କୁମାରୀ (୭୬ କିଗ୍ରା) ନିଜର ସମସ୍ତ ମ୍ୟାଚ୍ ହାରି ଷଷ୍ଠ ତଥା ଅନ୍ତିମ ସ୍ଥାନରେ ରହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking