27.8 C
Bhubaneswar
Friday, April 19, 2024
Homeଓଡିଶା୮୫ କିମି ଦୂରରେ ମାଟ୍ରିକ୍ ପରୀକ୍ଷାକେନ୍ଦ୍ର : ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୁଷ୍ଟ

୮୫ କିମି ଦୂରରେ ମାଟ୍ରିକ୍ ପରୀକ୍ଷାକେନ୍ଦ୍ର : ଛାତ୍ରଛାତ୍ରୀ ଓ ଅଭିଭାବକ ଅସନ୍ତୁଷ୍ଟ

ଅନୁଗୁଳ : ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଅନ୍ତର୍ଗତ ରଣିଆକଟା ଆଦର୍ଶ ବିଦ୍ୟାଳୟ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପରୀକ୍ଷାକେନ୍ଦ୍ର ସ୍ଥାନ ନିରୂପଣକୁ କେନ୍ଦ୍ରକରି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ସମ୍ପ୍ରତି ପ୍ରଚଣ୍ଡ ରୌଦ୍ରତାପ ଯୋଗୁଁ ସାଧାରଣ ଜୀବନଯାତ୍ରା ଦୁର୍ବିସହ ହୋଇ ପଡୁଥିବାବେଳେ ଛାତ୍ରଛାତ୍ରୀମାନେ ଦୀର୍ଘ ୮୫ କିମି ଯାଇ ପରୀକ୍ଷା ଦେବା ଅତ୍ୟନ୍ତ କଷ୍ଟଦାୟକ ହେବ ବୋଲି ଛାତ୍ରଛାତ୍ରୀ ଓ ଅଭିଭାବକ ଅଭିଯୋଗ କରିଛନ୍ତି । ପୂର୍ବରୁ କୋଭିଡ୍ ମାର୍ଗଦର୍ଶିକା ଅନୁସାରେ ନିଜ ନିଜ ବିଦ୍ୟାଳୟରେ ପରୀକ୍ଷା କେନ୍ଦ୍ର ହେବ ବୋଲି କୁହାଯାଉଥିଲା ।

ଦୀର୍ଘ ୮୫ କିମି ଦୂରରେ ପରୀକ୍ଷା କେନ୍ଦ୍ର ହୋଇଥିବା ଜଣାପଡିବା ପରେ ଛାତ୍ରଛାତ୍ରୀ ଓ ଅଭିଭାବକ ଚିନ୍ତାରେ ଅଛନ୍ତି । ପରୀକ୍ଷା କେନ୍ଦ୍ର ନିକଟରେ ଛାତ୍ରଛାତ୍ରୀଙ୍କ ପାଇଁ ଅସ୍ଥାୟୀ ଶିବିର କରାଯାଇ ପରୀକ୍ଷା ଦେବା ପାଇଁ ବିଶେଷ ସୁବିଧା ନଥିବାରୁ ଅଭିଭାବକମାନେ ପିଲାମାନଙ୍କୁ ନିଜ ଦାୟିତ୍ୱରେ ନେବା ଆଣିବା କରିବାକୁ ବାଧ୍ୟହେବେ ବୋଲି ପ୍ରକାଶ କରିଛନ୍ତି । ଏତେ ଦୂରରେ ପରୀକ୍ଷାକେନ୍ଦ୍ର ପାଇଁ ସ୍ଥାନ ନିରୂପଣ କରାଯାଇଥିବାରୁ ଅଧିକ ଖର୍ଚ୍ଚାନ୍ତ ଏବଂ ହଇରାଣ ହରକତ ହେବାକୁ ପଡୁଥିବା ପ୍ରକାଶ କରିଛନ୍ତି ।

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଅଧୀନରେ ଥିବା ସରକାରୀ ବିଦ୍ୟାଳୟଗୁଡିକରେ ୧୦ କିମି ଭିତରେ ପରୀକ୍ଷା କେନ୍ଦ୍ର କରାଯାଉଥିବାବେଳେ ରଣିଆକଟା ଆଦର୍ଶ ବିଦ୍ୟାଳୟର ଦୀର୍ଘ ୮୫ କିମି ଦୂରରେ ପରୀକ୍ଷା କେନ୍ଦ୍ର ପାଇଁ କର୍ତ୍ତୃପକ୍ଷ ସ୍ଥାନ ନିରୂପଣ କରିଥିବାରୁ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏ ସମ୍ପର୍କରେ ରଣିଆକଟା ଆଦର୍ଶ ବିଦ୍ୟାଳୟ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଯୋଗାଯୋଗ କରିବାରୁ, ବିଦ୍ୟାଳୟରେ ଆନୁସଙ୍ଗିକ ଭିତ୍ତିଭୂମି ବ୍ୟବସ୍ଥା ନଥିବାରୁ ନିକଟସ୍ଥ ଜାତୀୟ ବିଦ୍ୟାଳୟରେ ପରୀକ୍ଷାକେନ୍ଦ୍ର ପାଇଁ ସ୍ଥାନ ନିରୂପଣ କରାଯାଇଛି । ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀଙ୍କ ସମସ୍ୟା ଓ ଅସୁବିଧାକୁ ହୃଦୟଙ୍ଗମ କରି ପରୀକ୍ଷାକେନ୍ଦ୍ର ସ୍ଥାନାନ୍ତର କିମ୍ବା ବିକଳ୍ପ ପଦକ୍ଷେପ ଗ୍ରହଣ କଲେ ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରନ୍ତେ ବୋଲି କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking