33.1 C
Bhubaneswar
Friday, May 17, 2024
Homeଆଇପିଏଲ୍ -2022ସିଏସ୍‌କେରେ ମିଲ୍‌ନେଙ୍କ ସ୍ଥାନରେ ପାଥିରାନା

ସିଏସ୍‌କେରେ ମିଲ୍‌ନେଙ୍କ ସ୍ଥାନରେ ପାଥିରାନା

ମୁମ୍ବାଇ : ଚେନ୍ନାଇ ସୁପର୍ କିଙ୍ଗ୍‌ସ (ସିଏସ୍‌କେ) ଗୁରୁବାର ଶ୍ରୀଲଙ୍କାର ଯୁବ ପେସର୍ ମାଥିଶା ପାଥିରାନାଙ୍କୁ ଆହତ ଆଦାମ୍ ମିଲ୍‌ନେଙ୍କ ସ୍ଥାନରେ ବାକି ସିଜନ୍ ପାଇଁ ଟିମ୍‌ରେ ସାମିଲ କରିଛି । ନ୍ୟୁଜିଲାଣ୍ଡ ଫାଷ୍ଟ୍ ବୋଲର୍ ମିଲ୍‌ନେ କୋଲ୍‌କାତା ନାଇଟ୍ ରାଇଡର୍ସ ବିପକ୍ଷ ଚଳିତ ଆଇପିଏଲ୍‌ର ଉଦ୍‌ଘାଟନୀ ମ୍ୟାଚ୍‌ରେ ହାମ୍‌ଷ୍ଟ୍ରିଙ୍ଗ୍ ଇନ୍‌ଜୁରୀର ଶିକାର ହୋଇଥିଲେ । ଏହାର ତିନି ସପ୍ତାହ ପରେ ସେ ଟୁର୍ଣ୍ଣାମେଣ୍ଟ୍‌ରୁ ବାଦ୍ ପଡ଼ିଥିଲେ । ୧୯ ବର୍ଷୀୟ ଯୁବ ପେସର୍ ପାଥିରାନା ୨୦୨୦ ଓ ୨୦୨୨ରେ ଶ୍ରୀଲଙ୍କାର ଅଣ୍ଡର-୧୯ ବିଶ୍ୱକପ୍ ଟିମ୍‌ର ସଦସ୍ୟ ଥିଲେ । ସେ ୨୦ ଲକ୍ଷ ଟଙ୍କା ବେସ୍ ପ୍ରାଇସ୍‌ରେ ସିଏସ୍‌କେରେ ଯୋଗଦେବେ ବୋଲି ଆଇପିଏଲ୍ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking