26.1 C
Bhubaneswar
Wednesday, May 8, 2024
Homeଦେଶ ବିଦେଶଜୋଶୀମଠରେ ହିମସ୍ଖଳନ; ୮ ମୃତ

ଜୋଶୀମଠରେ ହିମସ୍ଖଳନ; ୮ ମୃତ

ନୂଆଦିଲ୍ଲୀ: ଚମୋଲିରେ ପୁଣି ଥରେ ଏକ ବଡ ଅଘଟଣ ଘଟିଯାଇଛି । ଭାରତ -ଚୀନ ସୀମାସ୍ଥିତ ତିନି ଘାଟିର ସୁମନାରେ ଆଇଟିବିପି ବାଟାଲିଅନ ପୋଷ୍ଟ ନିକଟରେ ପୁଣି ଥରେ ହିମସ୍ଖଳନ ହୋଇଛି । ହିମସ୍ଖଳନ ଯୋଗୁଁ ସେଠାରେ ବହୁତ ଲୋକେ ଫସି ରହିଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେସ୍କ୍ୟୁ ଅପରେସନ ଆରମ୍ଭ ହୋଇଛି । ବର୍ତମାନ ପର୍ଯ୍ୟନ୍ତ ମିଳିଥିବା ସୂଚନା ମୁତାବକ, ପ୍ରାୟ ୪୩୦ ଜଣଙ୍କୁ ଉଦ୍ଧାର କରାଯାଇଛି । ଅନ୍ୟପଟେ ୮ ଜଣଙ୍କ ମୃତ୍ୟୁ ହୋଇଛି । ସୂଚନା ମୁତାବକ, ପ୍ରାୟ ୪୨୫ରୁ ୪୩୦ ଜଣ ଫସି ରହିଥିବା ଅନୁମାନ କରାଯାଉଛି । ଭାରତୀୟ ସେନାର ଆଲା ଅଦିକାରୀ ସେଠାରେ ପହଂଚିଛନ୍ତି । ସୁରାଇ ଠୋଟାରୁ ମଲାରୀ ପର୍ଯ୍ୟନ୍ତ ହିମସ୍ଖଳନ ହୋଇଛି । ଦୁଇଟି ଶବ ସକାଳ ୭ଟା ୩୦ ମିନିଟରେ ଉଦ୍ଧାର ହୋଇଛି । ସେହିଭଳି ୯ଟାରୁ ୧୦ଟା ମଧ୍ୟରେ ୬ଟି ଶବ ଉଦ୍ଧାର କରାଯାଇଛି ।
ହିମସ୍ଖଳନ ଜୋଶୀମଠ ସମୁନା ଅଂଚଳରେ ହିମସ୍ଖଳନ ହୋଇଛି । ସେଠାରେ ବିଆରଓ କ୍ୟାମ୍ପରେ ଥିଲେ । ଏହି ହିମସ୍ଖଳନ ଶୁକ୍ରବାର ଅପରାହ୍ନ ୪ଟା ବେଳେ ହୋଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking