26.1 C
Bhubaneswar
Friday, March 29, 2024
Homeକରୋନାଟିକା, ଅକ୍ସିଜେନ ଉପରେ କଷ୍ଟମ ଡ୍ୟୁଟି ଛାଡ କଲେ ସରକାର

ଟିକା, ଅକ୍ସିଜେନ ଉପରେ କଷ୍ଟମ ଡ୍ୟୁଟି ଛାଡ କଲେ ସରକାର

ନୂଆଦିଲ୍ଲୀ: ବର୍ତମାନ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ଏବଂ ଅକ୍ସିଜେନ ଅଭାବ ନେଇ ରଖି କେନ୍ଦ୍ର ସରକାର ଅକ୍ସିଜେନ ଓ ଅକ୍ସିଜେନ ସମ୍ବନ୍ଧୀୟ ଉପକରଣ ଆମଦାନୀ ଉପରେ ଶୁକ୍ଳ ଛାଡ ନେଇ ଶନିବାର ଘୋଷଣା କରିଛନ୍ତି । ତିନି ମାସ ପାଇଁ ଏହି ଶୁକ୍ଳ ଛାଡ ନିଷ୍ପତ୍ତି କରାଯାଇଛି । ଏହାସହିତ କୋଭିଡ ଟିକା ଆମଦାନୀ ଉପରେ ବି ତିନିମାସ ପାଇଁ ଶୁକ୍ଳ ଛାଡ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି । ଦେଶରେ ଅକ୍ସିଜେନ ଅଭାବ ଦୂର କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି କେନ୍ଦ୍ର ସରକାର ।

ସୂଚନାଯୋଗ୍ୟ , ଦେଶରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦୈନିକ ସଂକ୍ରମଣ ଲକ୍ଷାଧିକ ଟପୁଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ଦେଶରେ ଦିନକରେ ୩ଲକ୍ଷ ୪୬ହଜାର ୭୮୬ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ମୋଟ ପଜିଟିଭ ସଂଖ୍ୟା ୧,୬୬,୧୦,୪୮୧କୁ ବୃଦ୍ଧି ପାଇଛି। ଚିକିତ୍ସାଧୀନ ଅବସ୍ଥାରେ ୨,୬୨୪ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୋଟ ମୃତ୍ୟୁ ସଂଖ୍ୟା ୧,୮୯,୫୪୪ରେ ପହଞ୍ଚିଛି। ୨୪ ଘଣ୍ଟାରେ ୨,୧୯,୮୩୮ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମୋଟ ୧,୩୮,୬୭,୯୯୭ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୨୫,୫୨,୯୪୦ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ମିଳିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking