29.1 C
Bhubaneswar
Friday, May 3, 2024
Homeସ୍ୱାସ୍ଥ୍ୟଖୁବ୍ ବିଷାକ୍ତ ହୋଇଥାଏ ସେଓର ମଞ୍ଜି

ଖୁବ୍ ବିଷାକ୍ତ ହୋଇଥାଏ ସେଓର ମଞ୍ଜି

ନୂଆଦିଲ୍ଲୀ : ଶରୀରକୁ ସୁସ୍ଥ ଏବଂ ସତେଜ ରଖିବାକୁ ଚିକିତ୍ସକମାନେ ଫଳ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଅନେକ ଲୋକଙ୍କୁ ଫଳ ଭିତରେ ସେଓ ଖାଇବାକୁ ଖୁବ୍ ଭଲ ଲାଗେ। ତେବେ ଜାଣନ୍ତି କି ସେଓ ଖାଇବା ଦେହ ପାଇଁ ଯଦିଓ ଭଲ ତେବେ ଏହାର ମଞ୍ଜି ତା’ଠାରୁ ଆହୁରି ବିପଦଜନକ ହୋଇଥାଏ। ସେଓ ମଞ୍ଜିରେ ଥିବା ପ୍ଲାଣ୍ଟ କମ୍ପାଉଣ୍ଡ ଆମିଗଡାଲିନ୍(amygdalin)ରେ ସାଇନାଏଡ୍ ଓ ସୁଗାର ଥାଏ। ଶରୀରରେ ଯିବା ପରେ ଏହା ହାଇଡ୍ରୋଜେନ୍‌ରେ ପରିଣିତ ହୋଇଯାଏ। ଏଥିରେ ନା କେବଳ ଆପଣ ଅସୁସ୍ଥ ହୋଇଥାନ୍ତି, ତାହା ନୁହେଁ ମୃତ୍ୟୁର ବିପଦ ମଧ୍ୟ ରହିଥାଏ। ଆପଣ କେମିକଲ ଫର୍ମ ବ୍ୟତୀତ କିଛି ଫଳର ମଞ୍ଜିରେ ସାଇନାଏଡ୍ ମିଳିଥାଏ। ଏଥିର ଆପ୍ରିକଟ୍ ଅର୍ଥାତ ଖୁବାନି, ଚେରି, ପିଚ୍‌, ପ୍ଲମ୍ ଓ ସେଓ ଭଳି ଫଳ ରହିଛି। ଏହାର ମଞ୍ଜିର ଉପରେ ଖୁବ୍ ମଜବୁତ କୋଟିଂ ଥାଏ, ଯହାଫଳରେ ଓମିଡଗଲିନ୍ ଏହା ଭିତରେ ବନ୍ଦ ରହିଥାଏ।

ସାଏନାଇଡ୍, ହାର୍ଟ ଓ ବ୍ରେନ୍‌କୁ କ୍ଷତି କରିଥାଏ। ଏହା ଶରୀରରେ ଅକ୍ସିଜେନ୍ ସପ୍ଲାଇକୁ ବନ୍ଦ କରିଥାଏ। କିଛି ଅଳ୍ପ ମାମଲାରେ ମଣିଷ କୋମାରେ ଚାଲିଯାଇଥାଏ ଓ ତାଙ୍କର ମୃତ୍ୟୁ ମଧ୍ୟ ହୋଇପାରେ। ଯଦି ଅଧିକ ମାତ୍ରାରେ ସାଏନାଇଡ୍ର ସେବନ କରନ୍ତି ତେବେ ନିଶ୍ବାସ ନେବାରେ ସମସ୍ୟା ହୋଇପାରେ। ସେଓ ମଞ୍ଜିର ବିଷାକ୍ତ ପ୍ରଭାବର ହୃଦସ୍ପନ୍ଦନ ବଢାଇବା ସହ ବ୍ଲଡ ପ୍ରେସନ୍ କମ୍ କରିଥାଏ। ଏହାଦ୍ବାରା ଆପଣ ବେହୋସ୍ ମଧ୍ୟ ହୋଇପାରନ୍ତି। ଯଦି ସେଓର ମଞ୍ଜି ଖାଇବା ପରେ ଆପଣ ଠିକ୍ ହୋଇଯାଆନ୍ତି ତେବେ ଆପଣଙ୍କ ଶରୀର ଉପରେ ଏହାର ପ୍ରଭାବ ରହିଥାଏ ଓ ହାର୍ଟ ଏବଂ ମସ୍ତିଷ୍କକୁ ଖୁବ୍ କ୍ଷତି କରିଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking