37.1 C
Bhubaneswar
Friday, May 17, 2024
Homeବଲିଉଡବଲିଉଡ୍‌ କେବେ ଶେଷ ହେବ ନାହିଁ : ରୋହିତ ଶେଟ୍ଟୀ

ବଲିଉଡ୍‌ କେବେ ଶେଷ ହେବ ନାହିଁ : ରୋହିତ ଶେଟ୍ଟୀ

ମୁମ୍ୱାଇ : ରୋହିତ ଶେଟ୍ଟୀ ଓ ରଣବୀର ସିଂହ ପୁଣି ଥରେ ଏକାଠି ହୋଇଛନ୍ତି। ଏହି ଥର ସେମାନେ କୌଣସି ଫିଲ୍ମ ପାଇଁ ଏକାଠି ହୋଇନାହାନ୍ତି , ସେମାନେ ଏକ ନୁଡଲ୍ସ କମ୍ପାନୀ ପାଇଁ ୫ ମିନିଟ୍‌ର ବିଜ୍ଞାପନ ପ୍ରସ୍ତୁତ କରିଛନ୍ତି । ଶନିବାର ଏହାର ଲଞ୍ଚିଂର ଅବସରରେ ରୋହିତ ଓ ରଣବୀର ମିଡ଼ିଆ ସାମ୍ନାକୁ ଆସିଥିଲେ । ସେଠାରେ ସେ ସାମ୍ୱାଦିକଙ୍କର ଅନେକ ପ୍ରଶ୍ନର ଉତ୍ତର ଦେଇଥିଲେ ।

ସିନେମା ଦୁନିଆରେ ଏହି ସମୟରେ ବଲିଉଡ ଓ ସାଉଥ୍‌ର ଫିଲ୍ମ ସବୁଠୁ ଅଧିକ ଚର୍ଚ୍ଚାରେ। ଏହି ସମୟରେ ଯେବେ ରୋହିତ ଶେଟ୍ଟୀଙ୍କୁ ଏହି ବିଷୟରେ ପଚରାଗଲା ତ ସେ ଏହାର ଜବାବ ଦେଇଥିଲେ । ଏହି ନିର୍ଦ୍ଦେଶକ କହିଥିଲେ ବଲିଉଡ୍‌ ଶେଷ ହେବା କଥା ପୂର୍ବରୁ ହିଁ କୁହାଯାଉଛି । ହେଲେ ଏହା କେବେ ଶେଷ ହେବ ନାହିଁ ।

ରୋହିତ କହିଛନ୍ତି , ଏମିତି ନୁହେଁ କି ସାଉଥ୍‌ ହଠାତ୍‌ ଆସି ଯାଇଛି । ପୂର୍ବରୁ ଏହା ରହିଛି । ଜେନେରେସନ ଯେବେ ଚେଞ୍ଜ ହୋଇଥାଏ ତ ମିଡ଼ିଆ ବି ବଦଳିଥାଏ । ଏହି କାରଣରୁ ମଧ୍ୟ ଏହି ପ୍ରଶ୍ନ ଆସି ଥାଏ । ରୋହିତ କହିଛନ୍ତି , ୫୦ ଓ ୬୦ ଦଶକରେ ମଧ୍ୟ ସାଉଥ୍‌ ରହିଛି । ଏଲଭି ପ୍ରସାଦ , ଜେମିନ, ଏବିଏମ୍ ସେତେବେଳ ଠାରୁ ଚଲାଇ ଆସୁଛନ୍ତି । ଏମିତି ନୁହେଁ କି ସାଉଥ୍‌ ନୂଆ ବୋଲି ।

୮୦ରେ ଯେବେ ଅମିତାଭ ବଚ୍ଚନ ଓ ବିନୋଦ ଖନ୍ନାଙ୍କର ଫିଲ୍ମ ଚାଲୁଥିବା , ସେତେବେଳେ  କମଲ ହାସଲ ଆସିଲେ ଏବଂ ଏକ ଦୁଜେ କେଲିଏ ହିଟ୍‌ ହେଲା । ରୋହତ ଆହୁରି କହିଛନ୍ତି ୮୦ ଓ ୯୦ ଦଶକର ସୁପରଷ୍ଟାର ଜୟାପଦ୍ରା ଓ ଶ୍ରୀଦେବୀ ରହିଛନ୍ତି। ପୂରା ଗୋଟିଏ ସମୟର ଜିତେନ୍ଦ୍ରଙ୍କର ଚାଲିଲା । ଯେବେ ସେ ହିମତୱାଲା ଓ ମୱାଲି କରିଥିଲେ । ଏସବୁ ସାଉଥ୍‌ ଫିଲ୍ମ ଥିଲା । ଆମର ପ୍ରମୁଖ ସଙ୍ଗୀତକାର ଏଆର୍‌ ରହମାନ ସାଉଥ୍‌ର ଅଟନ୍ତି । ୮୦ ଦଶକରେ ଯେବେ ରୋଜା ପରେ ପୂରା ଟ୍ରେଣ୍ଡ ବଦଳିଗଲା , ଏହାକୁ ମଣିରତ୍ନମ ତିଆରି କରିଥିଲେ । ପୁଣି ଏକ ଆକ୍ସନ ଫିଲ୍ମ ଆସିଲା,ଯାହାକୁ ରାମ ଗୋପାଳ ବର୍ମା କରିଥିଲେ , ଏଥିରେ ନାଗାର୍ଜୁନ ଥିଲେ । ଏଣୁ ଏହା ନୂଆ ନୁହେଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking