38.1 C
Bhubaneswar
Friday, April 26, 2024
Homeଦେଶ ବିଦେଶପଞ୍ଜାବ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ଆପ୍ ଖପ୍ପା: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବାତିଲ

ପଞ୍ଜାବ ରାଜ୍ୟପାଳଙ୍କ ନିଷ୍ପତ୍ତିରେ ଆପ୍ ଖପ୍ପା: ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ବାତିଲ

ଚଣ୍ଡିଗଡ: ଚଳିତମାସ ୨୨ରେ ଆସ୍ଥାଭୋଟ୍ ଲୋଡିବାକୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌ଙ୍କ ଅନୁରୋଧକ୍ରମେ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଥିଲା । ତେବେ ରାଜ୍ୟପାଳ ବନୱାରିଲାଲ ପୁରୋହିତ ବୁଧବାର ତାଙ୍କର ପୂର୍ବ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବାପରେ ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ବିବାଦର ସୂତ୍ରପାତ ହୋଇଛି । ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡକାଇବାକୁ ଯେଉଁ ସାମ୍ବିଧାନିକ ବ୍ୟବସ୍ଥା ରହିଛି, ତାହାକୁ ଅନୁସରଣ କରାଯାଇନଥିବାରୁ ଏହାକୁ ବାତିଲ କରାଗଲା ବୋଲି ରାଜ୍ୟପା କାରଣ ଦର୍ଶାଇଛନ୍ତିି । ରାଜ୍ୟପାଳଙ୍କ ଏତାଦୃଶ ନିଷ୍ପତ୍ତିକୁ ପଞ୍ଜାବରେ କ୍ଷମତାସୀନ ଆପ୍ ଦଳ ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ବିଜେପି ପକ୍ଷରୁ ଏକ ଲୋକପ୍ରିୟ ସରକାରକୁ ଗାଦିଚ୍ୟୁତ କରିବାକୁ ଷଡଯନ୍ତ୍ର କରାଯାଉଛି ବୋଲି ଆପ୍ ପକ୍ଷରୁ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking