31.1 C
Bhubaneswar
Friday, March 29, 2024
Homeଦେଶ ବିଦେଶପୋଷ୍ୟ ସନ୍ତାନ ଚାହୁଁଥିଲେ ଅର୍ପିତା

ପୋଷ୍ୟ ସନ୍ତାନ ଚାହୁଁଥିଲେ ଅର୍ପିତା

କୋଲକାତା : ଶିକ୍ଷକ ନିଯୁକ୍ତି ସମ୍ପର୍କିତ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଚାହୁଁଥିଲେ ବୋଲି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଦାଖଲ କରାଯାଇଥିବା ଚାର୍ଜସିଟ୍‌ରେ ଉଲ୍ଲେଖ କରାଯାଇଛି । ଏଥିପାଇଁ ଉଦ୍ଦିଷ୍ଟ ଫର୍ମରେ ପାର୍ଥ ସ୍ୱାକ୍ଷର କରିଥିବାବେଳେ ଅର୍ପିତାଙ୍କୁ ଏନ୍‌ଓସି (ନୋ ଅବ୍‌ଜେକ୍ସନ ସାର୍ଟିଫିକେଟ) ପ୍ରଦାନ ମଧ୍ୟ କରିଥିଲେ ।

ଯଦି କୌଣସି ବ୍ୟକ୍ତି ପୋଷ୍ୟ ସନ୍ତାନ ଗ୍ରହଣ କରିବାକୁ ଇଚ୍ଛାପ୍ରକାଶ କରୁଥାନ୍ତି, ତେବେ ଉକ୍ତ ବ୍ୟକ୍ତିଙ୍କୁ ସ୍ଥାନୀୟ ବିଧାୟକଙ୍କ ନିକଟରୁ ଏନ୍‌ଓସି ଗ୍ରହଣ କରିବାକୁ ପଡିଥାଏ । ଏହି ଦୁର୍ନୀତିରେ ପାର୍ଥଙ୍କ ସମେତ ଅର୍ପିତାଙ୍କୁ ମଧ୍ୟ ଗିରଫ କରାଯାଇଛି । ପାର୍ଥଙ୍କ ସହ କୌଣସି ବ୍ୟବସାୟିକ ସମ୍ପର୍କ ନଥିଲା ବୋଲି ଅର୍ପିତା ବାରମ୍ବାର କହିଆସୁଛନ୍ତିି । ତେବେ ଅର୍ପିତାଙ୍କ ଏକାଧିକ ଜୀବନବୀମା ପଲିସୀରେ ପାର୍ଥଙ୍କୁ ନୋମିନି କରାଯାଇଥିବାର ପ୍ରମାଣ ମିଳିସାରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking