28.1 C
Bhubaneswar
Saturday, April 20, 2024
Homeଦେଶ ବିଦେଶକଂଗ୍ରେସ ସଭାପତି ନିର୍ବାଚନ ପ୍ରସଙ୍ଗ: ଗେହଲଟ୍‌ଙ୍କୁ ମିଳିପାରେ ଦ୍ୱୈତ ପଦ!

କଂଗ୍ରେସ ସଭାପତି ନିର୍ବାଚନ ପ୍ରସଙ୍ଗ: ଗେହଲଟ୍‌ଙ୍କୁ ମିଳିପାରେ ଦ୍ୱୈତ ପଦ!

ହାଇକମାଣ୍ଡଙ୍କ ସବୁଜ ସଙ୍କେତ
ନୂଆଦିଲ୍ଲୀ : ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ପଦ ପାଇଁ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏଥିପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର୍ ଓ ରାଜସ୍ଥାନ ମୁୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରାର୍ଥୀ ହେବେ ବୋଲି ଘୋଷଣା କରିସାରିଛନ୍ତି । କଂଗ୍ରେସର କାମଚଳା ସଭାପତି ସୋନିଆ ଗାନ୍ଧୀ ଇତିମଧ୍ୟରେ ଥରୁରଙ୍କ ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇଥିବାବେଳେ ଗେହଲଟ୍ କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କରିବାକୁ କୁଣ୍ଠାବୋଧ କରୁଛନ୍ତି । କଂଗ୍ରେସ ଦଳର ‘ଗୋଟିଏ ବ୍ୟକ୍ତିି, ଗୋଟିଏ ପଦ’ ନୀତିକୁ ନେଇ ଗେହଲଟ୍ ଚିନ୍ତିତ ହୋଇପଡିଛନ୍ତି । ଯଦି ସଭାପତି ନିର୍ବାଚିତ ହୁଅନ୍ତି, ତେବେ ଗେହଲଟ୍‌ଙ୍କୁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପଡିବ । ଗେହଲଟ୍ କିନ୍ତୁ ମୁଖ୍ୟମନ୍ତ୍ରୀ ପଦରୁ ହଟିବାକୁ ଚାହୁଁନାହାନ୍ତି । ତାଙ୍କ ସ୍ଥାନରେ ସଚିନ ପାଇଲଟ୍ ମୁଖ୍ୟମନ୍ତ୍ରୀ ପଦ ମାଡିବସିବେ ବୋଲି ଏକପ୍ରକାର ନିଶ୍ଚିତ ଜଣାପଡୁଛି । ୨୦୨୦ରେ ଗେହଲଟ୍‌ଙ୍କ ସରକାରର ପତନ ଘଟାଇବାକୁ ସଚିନ ଏକପ୍ରକାର ସଫଳ ହୋଇଯାଇଥିଲେ ।

ତେବେ ହାଇକମାଣ୍ଡଙ୍କ ହସ୍ତକ୍ଷେପ ଫଳରେ ଗେହଲଟ୍‌ଙ୍କ ମୁଖ୍ୟମନ୍ତ୍ରୀ ପଦ ସୁରକ୍ଷିତ ରହିଥିଲା । ଗେହଲଟ୍ ଏହି ପରିସ୍ଥିତିରେ ଦୁଇଟି ପଦ (କଂଗ୍ରେସ ସଭାପତି ଓ ରାଜସ୍ଥାନ ମୁଖ୍ୟମନ୍ତ୍ରୀ) ସମ୍ଭାଳିବାକୁ ଇଚ୍ଛାପ୍ରକାଶ କରିଛନ୍ତି । ଦ୍ୱନ୍ଦ୍ୱ ଦୂର କରିବାକୁ ସେ ବୁଧବାର ସନ୍ଧ୍ୟାରେ ସୋନିଆଙ୍କୁ ଭେଟିଛନ୍ତି । ଯଦି ସଭାପତି ନିର୍ବାଚିତ ହୁଅନ୍ତି, ତେବେ ଗେହଲଟ୍‌ଙ୍କୁ ହାଇକମାଣ୍ଡ ରିହାତି ଦେଇପାରନ୍ତି ବୋଲି କଂଗ୍ରେସର ସାଧାରଣ ସମ୍ପାଦକ କେ.ସି.ବେଣୁଗୋପାଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଦଳ ଯଦିଓ ‘ଗୋଟିଏ ବ୍ୟକ୍ତି, ଗୋଟିଏ ପଦ’ ନୀତି ଅବଲମ୍ବନ କରୁଛି, ତେବେ କଂଗ୍ରେସ ସମ୍ବିଧାନରେ ଦ୍ୱୈତ ପଦ ସମ୍ଭାଳିବା ନେଇ କୌଣସି ପ୍ରତିବନ୍ଧକ ନଥିବା ବେଣୁଗୋପାଳ କହିଛନ୍ତି । ସୋନିଆଙ୍କୁ ଭେଟିବା ପୂର୍ବରୁ ଗେହଲଟ୍ କହିଛନ୍ତି ଯେ ଦଳର ସ୍ୱାର୍ଥରକ୍ଷା ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ।

ଗୋଟିଏ ହେଉ କି ଦୁଇଟି କିମ୍ବା ତିନିଟି, ସବୁ ପଦ ସମ୍ଭାଳିବେ ପଛେ, ସଭାପତି ଦୌଡରୁ ଓହରିବେ ନାହିଁ ବୋଲି ଗେହଲଟ୍ ସ୍ପଷ୍ଟ କରିଛନ୍ତି । ଆସନ୍ତା ସୋମବାର ଗେହଲଟ୍ ପ୍ରାର୍ଥିପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ହାଇକମାଣ୍ଡଙ୍କ ପକ୍ଷରୁ ମିଳିଥିବା ଏଭଳି ସଙ୍କେତ ସଚିନଙ୍କ ପାଇଁ ଶୁଭଙ୍କର ଜଣାପଡୁନାହିଁ । ସଚିନ କହିଛନ୍ତି ଯେ ହାଇକମାଣ୍ଡଙ୍କ ନିର୍ଦ୍ଦେଶକୁ ସେ ଅକ୍ଷରେ ଅକ୍ଷରେ ପାଳନ କରିବେ । ଅପରପକ୍ଷରେ ସାକ୍ଷାତକାର ସମୟରେ ସୋନିଆ କହିଛନ୍ତି ଯେ ସଭାପତି ନିର୍ବାଚନରେ ଗାନ୍ଧୀ ପରିବାର କୌଣସି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବ ନାହିଁ । ଯୋଗ୍ୟ ବ୍ୟକ୍ତି ହିଁ ନିରପେକ୍ଷ ପ୍ରକ୍ରିୟାରେ ନିର୍ବାଚିତ ହେବେ ।

ଅପରପକ୍ଷରେ ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ପ୍ରତିଦ୍ୱନ୍ଦ୍ୱିତା କରିବେ କି ନାହିଁ, ସେ ସମ୍ପର୍କରେ ସ୍ପଷ୍ଟ କରିନାହାନ୍ତି । ଅବଶ୍ୟ ୭ଟି ରାଜ୍ୟର ପିସିସି (ପ୍ରଦେଶ କଂଗ୍ରେସ କମିଟି) ରାହୁଲଙ୍କ ସଭାପତି ପ୍ରାର୍ଥିତ୍ୱକୁ ସମର୍ଥନ ଜଣାଇସାରିଛନ୍ତି । ପ୍ରାର୍ଥର୍ିପତ୍ର ଦାଖଲ ସମୟ ଆସିନଥିବାରୁ କିଏ କିଏ ପ୍ରାର୍ଥୀ ହେବେ, ତାହା କରିବା କଷ୍ଟକର ବୋଲି ବେଣୁଗୋପାଳ କହିଛନ୍ତି । ସୂଚନାଯୋଗ୍ୟ ୨୦୧୯ ଲୋକସଭା ନିର୍ବାଚନରେ ଦଳର ଶୋଚନୀୟ ପ୍ରଦର୍ଶନ ପରେ ରାହୁଲ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେଇଥିଲେ । ସଭାପତି ଦୌଡରେ ଦିଗବିଜୟ ସିଂହ, ମଲ୍ଲିକାର୍ଜୁନ ଖାର୍ଗେ ଓ ଜୟରାମ ରମେଶଙ୍କ ଭଳି ବରିଷ୍ଠ ନେତା ସାମିଲ ହେବାକୁ ସଙ୍କେତ ଦେଇସାରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking