31.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶଏଣିକି ହ୍ୱାଟସଆପ ଷ୍ଟାଟସରେ ଦେଇ ହେବ ଭଏସ ମେସେଜ....

ଏଣିକି ହ୍ୱାଟସଆପ ଷ୍ଟାଟସରେ ଦେଇ ହେବ ଭଏସ ମେସେଜ….

ହାଇଦ୍ରାବାଦ: ବିଶ୍ୱର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ ହେଉଛି ହ୍ୱାଟ୍ସଆପ । କୋଟି କୋଟି ୟୁଜର୍ସଙ୍କ ସବୁଧା ପାଇଁ ଅନେକ ଫିଚର ଆଣିଛି ହ୍ୱାଟ୍ସଆପ । ଏହାରି ଭିତରେ ଆଜି ପୁଣି ଏକ ଫିଚର ବିଷୟରେ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ଫିଚର ନେଇ କେତେବେଳେ କିଛି ବିଜନେସ ଗଣାମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଥାଏ ତ ଆଉ କେତେବେଳେ କମ୍ପାନୀ ନିଜେ ସୂଚନା ଦେଇଥାଏ । ୟୁଜର୍ସମାନେ କିଭଳି ଫିଚରକୁ ବ୍ୟବାହର କରିପାରିବେ ସେନେଇ କମ୍ପାମୀ ନିଜେ ସୂଚନା ଦେଇଥାଏ । ଏହାରି ଭିତରେ ହ୍ୱାଟ୍ସଆପ ଆଜି ନିଜେ ଫିଚର ବିଷୟରେ ସୂଚନା ଦେଇଛି ।

ଏହି ଫିଚର ହ୍ୱାଟ୍‌ଆପ ଷ୍ଟାଟସ ସହ ଜଡିତ । ଏଣିକି ଆପଣ ହ୍ୱାଟ୍ସଆପ ଷ୍ଟାଟସରେ ଭଏସ ମେସେଜ ରଖିପାରିବେ । ପୂର୍ବରୁ ହ୍ୱାଟ୍ସଆପରେ ଫଟୋ ଏବଂ ଭିଡିଓ ରଖିବାର ସୁବିଧା ରହିଥିଲା । ହେଲେ ଏବେ ଭଏସ ମେସେଜ ରଖିବାର ମଧ୍ୟ ବ୍ୟବସ୍ଥା କରାଯାଇଛି । ଆଣ୍ଡ୍ରୋଏଡ ଏବଂ ଆଇଓଏସ୍ ବ୍ୟବହାରକାରୀଙ୍କ ପାଇଁ ଭଏସ୍ ଷ୍ଟାଟସ୍ ଟୁଲର ବ୍ୟବହାର କରିପାରିବେ । ଯଦିଓ ଏହାର ଆରମ୍ଭ ମାର୍ଚ୍ଚ ୨୦୨୩ରେ ଆରମ୍ଭ ହୋଇସାରିଥିଲା, କିନ୍ତୁ ୟୁଜର୍ସଙ୍କ ପାଇଁ ଉପଲବ୍ଧ ନଥିଲା । ଆଜି କମ୍ପାନୀ ପକ୍ଷରୁ ହିଁ ଏହି ଭଏସ ମେସେଜ ଫଚର ବିଷୟରେ ସୂଚନା ଦିଆଯାଇଛି ।

କିଭଳି ଏହି ଫିଚରକୁ ବ୍ୟବହାର କରିପାରିବେ ସେନେଇ ସମ୍ପୂର୍ଣ୍ଣ ଭାବେ ବିସ୍ତୁତ ବିବରଣୀ ଦେଇ କମ୍ପାନୀ ସୂଚନା ଦେଇଛି । ତେବେ ପୂର୍ବର ଭିଡିଓ ଏବଂ ଫଟୋ ଷ୍ଟାଟସରେ ରଖୁଥିବା ବେଳେ ଯେଭଳି ଭାବେ ପ୍ରାଇଭେସି ସୁବିଧା ମିଳୁଥିଲା ଭଏସ ମେସେଜରେ ମଧ୍ୟ ଉକ୍ତ ସୁବିଧା ମିଳିଛି । ଆପଣ ନିଜ ଇଚ୍ଛା ମୁତାବକ ଷ୍ଟାଟସ ପ୍ରାଇଭେସି କରିପାରିବେ । ତେବେ କହିରଖୁଛି କି, ଏହା ପୂର୍ବରୁ ହ୍ୱାଟ୍ସଆପ ମେସେଜରେ ଇମେଜି ରିଆକ୍ଟ ସୁବିଧା ରହିଥିଲା । ଭିଡିଓ ଷ୍ଟାଟସରେ ଯେଉଁଭଳି ୩୦ ସେକେଣ୍ଡର ଭିଡିଓ ଦେବାର ସୁବିଧା ରହିଥିଲା, ସେହିପରି ଭଏସ ମେସେଜରେ ମଧ୍ୟ ୩୦ ସେକେଣ୍ଡର ଦେଇପାରିବେ । ତେବେ ଭଏସ ରେକର୍ଡ କରିବା ପୂର୍ବରୁ ଯଦି ବାକଗ୍ରାଉଣ୍ଡ ରଙ୍ଗ ପରିବର୍ତ୍ତନ କରିବାକୁ ଚାହୁଁଥିଲେ କରିପାରିବେ । ନଚେତ ଭଏସ ରେକର୍ଡ କରିବା ପରେ ମଧ୍ୟ ରଙ୍ଗରେ ପରବର୍ତ୍ତନ କରିହେବ । ଏହାପୂର୍ବରୁ, ହ୍ୱାଟ୍ସଆପ୍ ବ୍ୟବହାରକାରୀମାନେ କେବଳ ବ୍ୟକ୍ତିଗତ ଚାଟ୍ ଏବଂ ଗ୍ରୁପ୍ ଚାଟରେ ଭଏସ୍ ମେସେଜ୍ ପଠାଇ ପାରୁଥିଲେ । ବର୍ତ୍ତମାନ ଷ୍ଟାଟସରେ ମଧ୍ୟ ଦେଇପାରିବେ ଭଏସ ମେସେଜ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking