28.1 C
Bhubaneswar
Saturday, April 27, 2024
Homeବଲିଉଡବଲିଉଡ କଳାକାର ନସିରୁଦ୍ଦିିନ ଶାହା ଓ ଅନୁପମ ଖେର ମୁହାଁମୁହିଁ

ବଲିଉଡ କଳାକାର ନସିରୁଦ୍ଦିିନ ଶାହା ଓ ଅନୁପମ ଖେର ମୁହାଁମୁହିଁ

ମୁମ୍ବାଇ: ରାଜନୈତିକ ପ୍ରସଙ୍ଗ କୁ ନେଇ ବଲିଉଡରେ ସୃଷ୍ଟି ହୋଇଛି ଝଡ଼ । ମୁହାଁମୁହିଁ ହୋଇଛନ୍ତି ବଲିଉଡର ଦୁଇ ଦମ୍ ଦାର କଳାକାର । ଏହି ଦୁଇଜଣ କଳାକାର ହେଲେ ନସିରୁଦ୍ଦିନ୍ ଶାହା ଏବଂ ଅନୁପମ ଖେର। ଏହି ଦୁଇଜଣ କଳାକାର ଏକାସାଙ୍ଗରେ କାମ ବି କରିଛନ୍ତି । ପରଦାରେ ନିଜର ଅଭିନୟ ର ଯାଦୁରେ ଲକ୍ଷ ଲକ୍ଷ ଦର୍ଶକଙ୍କୁ ବାନ୍ଧି ରଖୁଥିବା ଏହି ଦୁଇ ବରିଷ୍ଠ କଳାକାର ଏବେ ରାଜନୀତି ପାଇଁ ପରସ୍ପରର ବିରୋଧି ହୋଇଛନ୍ତି। ଖାଲି ଏତିକି ନୁହେଁ ଅତି ତଳସ୍ତରକୁ ଯାଇ ଦୁହେଁ ପରସ୍ପରକୁ ସମାଲୋଚନା କରିବାକୁ ପଛାଇ ନାହାନ୍ତି। ଅନୁପମ ଖେରଙ୍କୁ ନସିରୁଦ୍ଦିିନ ଶାହା ଏକ ସାକ୍ଷାତକାରରେ ‘ଜୋକର’ ବୋଲି କହିଥିବା ବେଳେ ତାଙ୍କୁ ଜବାବ ଦେଇ ନସିରୁଦ୍ଦିିନ ଶାହାଙ୍କୁ ‘ନିଶାଖୋର’ କହିଛନ୍ତି ଅନୁପମ ଖେର।
ଏହି ବୟାନ ବାଜି ପ୍ରଥମେ ନସିରୁଦ୍ଦିନ୍ ଶାହା ଆରମ୍ଭ କରିଥିଲେ । ନାଗରିକତା ସଂଶୋଧନ ଆଇନକୁ ନେଇ ଦୁଇ କଳାକାରଙ୍କ ଭିତରେ ଏଭଳି ବୟାନବାଜି ହୋଇଥିବା ଜଣାପଡ଼ିଛି। ମୋଦୀ ସରକାରଙ୍କ ପ୍ରଶଂସକ ଭାବେ ଜଣାଶୁଣା ଅନୁପମ ଖେର ସିଏଏକୁ ସମର୍ଥନ କରିଆସୁଥିବାରୁ ତାଙ୍କୁ ଜଣେ ଜୋକର ବୋଲି ସମ୍ବୋଧନ କରିିଥିଲେ ନସିରୁଦ୍ଦିନ୍ ଶାହା, ଯାହା ପରେ ଟୁଇଟ୍ ରେ ଏକ ଭିଡିଓ ପୋଷ୍ଟ କରି ଅତି କଠୋର ଶବ୍ଦରେ ଏହାର ଜବାବ ଦେଇଛନ୍ତି ଅନୁପମ ଖେର। ଭିଡିଓ ରେ ଅନୁପମ ଏହା ବି କହିଛନ୍ତି “ମୋ ରକ୍ତରେ ହିନ୍ଦୁସ୍ଥାନ ରହିଛି ,ଏହା ଆପଣ ଭଲ ଭାବେ ମନେ ରଖନ୍ତୁ ” ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking