32.1 C
Bhubaneswar
Sunday, May 26, 2024
Homeଖେଳଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ରୌପ୍ୟ

ଏସୀୟ କ୍ରୀଡ଼ାରେ ଭାରତକୁ ଆଉ ଏକ ରୌପ୍ୟ

ନୂଆଦିଲ୍ଲୀ:ଏସୀୟ କ୍ରୀଡ଼ାରେ ଭାରତକୁ ମିଳିଛି ଆଉ ଏକ ପଦକ । ଆଜି ସୁଟିଂରେ ପୁଣି ଏକ ରୌପ୍ୟ ପଦକ ଜିତିଛି ଭାରତ। ସରବଜିତ ସିଂହ ଏବଂ ଦିବ୍ୟା ଥାଡ଼ିଗୋଲ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଇଭେଣ୍ଟରେ ଦ୍ବିତୀୟ ସ୍ଥାନ ପାଇ ପଦକ ଜିତିଛନ୍ତି । ଭାରତୀୟ ଟିମ୍ ଚୀନର ଝାଙ୍ଗ ବୋଏନ୍ ଜିଆନ୍ ରାନକ୍ସିନଙ୍କ ସହ କଡ଼ା ସଂଘର୍ଷ ପରେ ଠାରୁ ୧୪-୧୬ ପଏଣ୍ଟରେ ହାରି ଯାଇଛନ୍ତି ।

ଚୀନର ହାଙ୍ଗଝୌ ଠାରେ ଚାଲିଥିବା ଏସୀୟ କ୍ରୀଡ଼ାରେ ଏହାକୁ ମିଶାଇ ଭାରତୀୟ ସୁଟିଂ ଦଳ ମୋଟ ୧୯ଟି ପଦକ ଜିତିଛି । ଏ ପର୍ଯ୍ୟନ୍ତ ବନ୍ଧୁକଚାଳନାରୁ ଭାରତ ୬ ସ୍ବର୍ଣ୍ଣ ସହ ୧୯ ପଦକ ଜିତି ୧୭ ବର୍ଷ ତଳର କୀର୍ତ୍ତିମାନକୁ ପଛରେ ପକାଇଛି। ୨୦୦୬ ଦୋହା ଏସୀୟ କ୍ରୀଡ଼ାରେ ଭାରତ ବନ୍ଧୁକଚାଳନାରୁ ସର୍ବାଧିକ ୧୪ ପଦକ ଜିତିବା ଏ ପର୍ଯ୍ୟନ୍ତ ଶ୍ରେଷ୍ଠ ପ୍ରଦର୍ଶନ ହୋଇ ରହିଥିଲା। ପ୍ରତିଯୋଗିତାରେ ଭାରତ ଏପର୍ଯ୍ୟନ୍ତ ୮ଟି ସ୍ବର୍ଣ୍ଣ, ୧୩ଟି ରୌପ୍ୟ ଓ ୧୩ଟି ବ୍ରୋଞ୍ଜ ସହ ମୋଟ ୩୪ଟି ପଦକ ଅକ୍ତିୟାର କରିଛି । ଆଜି ଆଥଲେଟିକ୍ସର ବିଭିନ୍ନ ଇଭେଣ୍ଟ ସହିତ ହକିରେ ଭାରତ ଓ ପାକିସ୍ତାନ ମଧ୍ୟରେ ମୁକାବିଲା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking