40.1 C
Bhubaneswar
Sunday, June 16, 2024
Homeଓଡିଶା୨୯ରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

୨୯ରେ ପୁଣି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ଆସନ୍ତା ୨୯ ତାରିଖରେ ପୁଣି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏନେଇ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲସିଂ ତୋମର୍ ସୂଚନା ଦେଇଛନ୍ତି। ସେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ରାପଡ଼ା ଓ ବାଲେଶ୍ବରରେ ବିଜେପି ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବେ। ଉଭୟ ସ୍ଥାନରେ ଆୟୋଜିତ ହେବାକୁ ଥିବା ବିଶାଳ ଜନସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେବେ। ସାଧାରଣ ନିର୍ବାଚନ ପୂର୍ବରୁ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଓଡ଼ିଶାରେ ଶେଷ ପ୍ରଚାର ବୋଲି କୁହାଯାଉଛି। ସୂଚନା ଯୋଗ୍ୟ ଯେ,  ମେ ୧୯ ତାରିଖରେ ଓଡିଶା ଆସିଥିଲେ ମୋଦି । ଏବଂ 20 ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଡଦାଣ୍ଡରେ ମେଗା ରୋଡ୍ ସୋ’’ କରିଥିଲେ। ତାଙ୍କ ସହ ମନମୋହନ ସାମଲ ଓ ପୁରୀ ଲୋକସଭା ସାଂସଦ ପ୍ରାର୍ଥୀ ସମ୍ବିତ ପାତ୍ର ଥିଲେ । ରୋଡ ସୋ’’ ସମୟରେ ବଡ ଦାଣ୍ଡରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ଏହାସହ ମୋଦୀଙ୍କୁ ଦେଖିବା ପାଇଁ ରାସ୍ତା କଡ ଓ ପ୍ରତି ଘରର ଛାତ ଉପରେ ମଧ୍ୟ ଲୋକଙ୍କ ଗହଳି ଦେଖିବାକୁ ମିଳିଥିଲା। ମୋଦୀଙ୍କ ରୋଡ ଶୋ’ ପାଇଁ ବଡଦାଣ୍ଡ ସହ ପୁରା ପୁରୀ ସହରକୁ କଡା ସୁରକ୍ଷା ବଳୟ ଭିତରେ ରଖାଯାଇଥିଲା। ପ୍ରାୟ ଘଣ୍ଟାଏରୁ ଊର୍ଦ୍ଧ୍ୱ ସମୟ ଧରି ଏହି ରୋଡ ଶୋ’ ଚାଲିଥିବା ବେଳେ ବାଟରେ ଦେଖିବାକୁ ମିଳୁଥିଲା ଓଡ଼ିଶାର ସଂସ୍କୃତିର ଝଲକ । କେଉଁଠି କଳାକାରମାନେ ପ୍ରଧାନମନ୍ତ୍ରୀଙ୍କ ସ୍ୱାଗତ ନିମନ୍ତେ ଗୋଟି ପୁଅ ନୃତ୍ୟ ତ କେଉଁଠି ଓଡ଼ିଶୀ ନୃତ୍ୟ ପରିବେଷଣ କରୁଥିଲେ। ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ନିମନ୍ତେ ଆଜି ୬୩ ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ମୁତୟନ ହୋଇଥିଲେ। ପ୍ରଧାନମନ୍ତ୍ରୀ ପୁରୀରେ ପହଞ୍ଚିବାର ଘଣ୍ଟାଏ ପୂର୍ବରୁ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିବା ସହ ଟ୍ରାଫିକ କଟକଣା ମଧ୍ୟ ଜାରି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking