40.1 C
Bhubaneswar
Monday, June 17, 2024
Homeଓଡିଶାଶିମିଳିପାଳରେ ସାଙ୍ଗ ହୋଇ ବୁଲିଲେ ମହାବଳ ଓ କଳା ବାଘ

ଶିମିଳିପାଳରେ ସାଙ୍ଗ ହୋଇ ବୁଲିଲେ ମହାବଳ ଓ କଳା ବାଘ

ଭୁବନେଶ୍ବର: ଗୋଟିଏ ପଟେ ରାଜ୍ୟରେ ହାତୀ ଓ କଲରାପତରିଆ ବାଘ ଗଣନା ଚାଲିଛି। ଆଉ ଅନ୍ୟପଟେ ଓଡ଼ିଶା ଜଙ୍ଗଲରୁ ଭିନ୍ନ ଭିନ୍ନ ଦୁଇଟି ଦୃଶ୍ୟ ଆଜି ସାମ୍ନାକୁ ଆସିଛି। ସକାଳେ ସାତକୋଶିଆ ଗଣ୍ତରେ ୩୫ଟି ଘଡ଼ିଆଳ କୁମ୍ଭିର ଜନ୍ମ ଗ୍ରହଣ ଖବର ଆସିଥିବା ବେଳେ ଦ୍ବିତୀୟ ଦୃଶ୍ୟଟି ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଦୁଇ ପ୍ରଜାତିର ବାଘ କାନ୍ଧକୁ କାନ୍ଧ ମିଶାଇ ଚାଲିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଘଡ଼ିଆଳ ଓ ବାଘ ବଂଶ ବୃଦ୍ଧି ପାଇଁ ରାଜ୍ୟ ସରକାର ଗୋଟିଏ ପରେ ଗୋଟିଏ ଯୋଜନା କରୁଥିବା ବେଳେ ଏଭଳି ଦୁଇଟି ଖବରକୁ ନେଇ ବନ୍ୟଜନ୍ତୁ ପ୍ରେମୀମାନେ ଖୁସିବ୍ୟକ୍ତ କରିଛନ୍ତି। ଓଡ଼ିଶାରେ ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ସଂଖ୍ୟା ବୃଦ୍ଧି କ୍ଷେତ୍ରରେ ଏହା ଏକ ମାଇଲ୍‌ଖୁଣ୍ଟ ହେବ ବୋଲି କୁହାଯାଉଛି। ପିସିସିଏଫ୍‌(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦଙ୍କ କହିଛନ୍ତି ଯେ ଭାରତର ଦକ୍ଷିଣାଞ୍ଚଳ ଭାବେ ମହାନଦୀ ହେଉଛି ଘଡ଼ିଆଳଙ୍କ ଶେଷ ସ୍ଥାନ। ଗୋଟିଏ ସମୟ ଥିଲା ଓଡ଼ିଶାରେ ଘଡ଼ିଆଳ ଲୋପ ପାଇଯିବାର ସମ୍ଭାବନା ସୃଷ୍ଟି ହୋଇଥିଲା। ମାତ୍ର ଆଜି ସକାଳ ସମୟରେ ସାତକୋଶିଆ ଗଣ୍ଡରେ ୩୫ଟି ଘଡ଼ିଆଳ ଜନ୍ମ ଗ୍ରହଣ କରିଛନ୍ତି। ୪ ଦଶନ୍ଧି ପରେ କ୍ରମାଗତ ୪ର୍ଥ ଥର ପାଇଁ ମହାନଦୀର ସାତକୋଶିଆ ଗଣ୍ଡରେ ପ୍ରାକୃତିକ ଭାବେ ଘଡ଼ିଆଳ ପ୍ରଜନନ କରିଛନ୍ତି। ସେପଟେ ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟରେ ଆଜି ଦୁଇଟି ପ୍ରଜାତିର ବାଘ ଏକାଠି ଚାଲିବାର ଦେଖିବାକୁ ମିଳିଛି। ଗୋଟିଏ ସାଧାରଣ ବାଘ ସହ ଅନ୍ୟ ଏକ କଳା ବାଘ ସାଙ୍ଗ ହୋଇ ଜଙ୍ଗଲ ଭିତରେ ଚାଲୁଛନ୍ତି। ଉଭୟଙ୍କୁ ଦୂରରୁ ଦେଖିଲେ ଜଣାପଡ଼ୁଛି ‌ଯେ ସାଧାରଣ ବାଘର ଛାଇ ପଡ଼ିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking