31.1 C
Bhubaneswar
Sunday, May 5, 2024
Homeଋଷିଆ-ୟୁକ୍ରେନ୍ ଯୁଦ୍ଧରୁଷ୍‌ରେ ପୁଣି ଡ୍ରୋନ ଆକ୍ରମଣ; ଏକାଧିକ ଅଟ୍ଟାଳିକା କ୍ଷତିଗ୍ରସ୍ତ

ରୁଷ୍‌ରେ ପୁଣି ଡ୍ରୋନ ଆକ୍ରମଣ; ଏକାଧିକ ଅଟ୍ଟାଳିକା କ୍ଷତିଗ୍ରସ୍ତ

ମସ୍କୋ: ରୁଷ୍‌-ୟୁକ୍ରେନ ଯୁଦ୍ଧ ପ୍ରାୟ ବର୍ଷେରୁ ଊର୍ଦ୍ଧ୍ବ ସମୟ ଧରି ଚାଲିଛି। ଏହି ଦୁଇ ଦେଶ ଲଗାତାର ଭାବରେ ପରସ୍ପର ଉପରେ ଆକ୍ରମଣ କରୁଛନ୍ତି। ଇତି ମଧ୍ୟରେ ରୁଷ୍‌ର ରାଜଧାନୀ ମସ୍କୋରେ ପୁଣି ଡ୍ରୋନ ଆକ୍ରମଣ ହୋଇଛି। କିଛିଦିନ ପୂର୍ବରୁ ରୁଷ୍‌ର ରାଷ୍ଟ୍ରପତି ଭବନ କ୍ରେମଲିନର ଗମ୍ବୁଜ ଉପରେ ଡ୍ରୋନ୍‌ କ୍ରାସ୍‌ ହୋଇଥିବା ବେଳେ ଏବେ ପୁଣି ଏକାଧିକ ଡ୍ରୋନ୍‌ ଦ୍ବାରା ଆକ୍ରମଣ କରାଯାଇଛି। ତେବେ କିଏ ଏହି ଆକ୍ରମଣ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ମସ୍କୋ ମେୟର ସର୍ଗେଇ ସୋବୟାନିନ କହିଛନ୍ତି ଯେ, ମଙ୍ଗଳବାର ସକାଳେ ମସ୍କୋରେ ଡ୍ରୋନ୍ ଆକ୍ରମଣ ହୋଇଛି। ଏହି ଆକ୍ରମଣରେ ଅନେକ ଅଟ୍ଟାଳିକା ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ତେବେ ଆଶ୍ବସ୍ତିକର କଥା ହେଉଛି, ଏହି ଆକ୍ରମଣରେ କେହି ଗୁରୁତର ଆହତ ହୋଇନାହାନ୍ତି।

ମେୟର କହିଛନ୍ତି, ଏହି ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଥିବା ଦୁଇଟି ବିଲ୍ଡିଂର ବାସିନ୍ଦାଙ୍କୁ ସ୍ଥାନାନ୍ତର କରାଯାଇଛି ଏବଂ ସହରର ସମସ୍ତ ଜରୁରୀକାଳୀନ ସେବା ଘଟଣାସ୍ଥଳରେ ଉପଲବ୍ଧ ଅଛି। ଏଥିସହ ରୁଷର ଏକ ନ୍ୟୁଜ୍ ଏଜେନ୍ସି କହିଛି ଯେ, ସହରର ଦକ୍ଷିଣରେ ଥିବା ମସ୍କୋର ଏକ ବିଲ୍ଡିଂରେ ଉପସ୍ଥିତ ଥିବା କିଛି ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ମସ୍କୋ ଗଭର୍ଣ୍ଣର ଆଣ୍ଡ୍ରେଇ ଭୋରୋବ୍ୟୋଭ ମଧ୍ୟ ଏହି ଆକ୍ରମଣ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ମସ୍କୋ ଉପରେ ଏକାଧିକ ଡ୍ରୋନ୍ ଆକ୍ରମଣ କରାଯାଇଥିଲା, ଯାହାକୁ ଗୁଳି କରି ଖସାଇ ଦିଆଯାଇଛି। ଡ୍ରୋନ୍ ଆକ୍ରମଣ କିଏ କରିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ବୋଲି ସେ କହିଛନ୍ତି। ଅପରପକ୍ଷେ, ରୁଷର କେତେକ ଚ୍ୟାନେଲ ଅନୁଯାୟୀ, ମସ୍କୋର ବାହ୍ୟ ଅଞ୍ଚଳରେ ୪ରୁ ୧୦ଟି ଡ୍ରୋନ୍‌କୁ ଗୁଳି କରି ଖସାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking