30.1 C
Bhubaneswar
Sunday, May 19, 2024
Homeଓଡିଶାଖୋଲିବ ୧୦୬ ନୂଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଖୋଲିବ ୧୦୬ ନୂଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ

ଭୁବନେଶ୍ୱର: ରାଜ୍ୟରେ +୨ ସିଟ୍ ସଂଖ୍ୟାରେ ବୃଦ୍ଧିହୋଇଛି । ୧୩ ହଜାର ସିଟ୍ ବଢ଼ିଛି । ୨୦୨୩-୨୪ ଶିକ୍ଷାବର୍ଷରେ୧୦୬ ନୂଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୋଲାଯିବ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ରାଜ୍ୟର ସମସ୍ତ ହାଇସ୍କୁଲକୁ ୫-ଟି ଟ୍ରାନ୍ସଫର୍ମେସନ୍ କାର୍ଯ୍ୟକ୍ରମ ଅଧୀନରେ ରୂପାନ୍ତର କରାଯିବ । ୨୦୨୩ ଶେଷ ସୁଦ୍ଧା ରାଜ୍ୟରେ ସବୁ ହାଇସ୍କୁଲରେ ଆଇଟି ଲ୍ୟାବ ଉପଲବ୍ଧ ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର ରିପୋର୍ଟ କାର୍ଡ ପ୍ରଦାନ ପରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡି ଏବଂ ସଚିବ ଅସ୍ୱାଥି ଏସ୍ କହିଛନ୍ତି ।
ମଙ୍ଗଳବାର ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ କହିଛନ୍ତି ଯେ ନିର୍ବାଚନୀ ଇସ୍ତାହାରରେ ଦିଆଯାଇଥିବା ପ୍ରତିଶ୍ରୁତିକୁ ବିଭାଗ ପୂରଣ କରିବାରେ ସଫଳ ହୋଇଛି । ମୋ ସ୍କୁଲ ଅଭିଯାନରେ ବିଦ୍ୟାଳୟଗୁଡ଼ିକର ଭିତ୍ତିଭୂମି ବିକାଶ ହୋଇଛି । ସମସ୍ତ ୧୧୪ ପୌରାଞ୍ଚଳ ଓ ଏନ୍‌ଏସିରେ ଗୋଟିଏ ଲେଖାଏଁ ମଡେଲ ସ୍କୁଲ ଅଛି । ବ୍ଲକ୍‌ସ୍ତରରେ ମୋଟ୍ ୩୧୫ଟି ଓଏଭି (ଓଡ଼ିଶା ଆଦର୍ଶ ବିଦ୍ୟାଳୟ) ସହିତ ୩୧୩ଟି ଶିକ୍ଷାନୁଷ୍ଠାନ, ୧୭୦ଟି ବାଳିକା ହଷ୍ଟେଲ ଓ ୩୨ଟି ବାଳକ ହଷ୍ଟେଲ ନିର୍ମାଣ କରାଯାଇ କାର୍ଯ୍ୟକ୍ଷମ କରାଯାଇଛି । ସିବିଏସ୍‌ଇ ଅନୁବନ୍ଧିତ ଆଦର୍ଶ ବିଦ୍ୟାଳୟଗୁଡ଼ିକରେ ଗ୍ରାମାଞ୍ଚଳର ମେଧାବୀ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହ ଆବାସିକ ରହିବା, ପରିବହନ, ଭିତ୍ତିଭୂମି ସହାୟତା ଏବଂ ଅତ୍ୟାଧୁନିକ ଶିକ୍ଷାଦାନ ସୁବିଧା ପ୍ରଦାନ କରାଯାଉଛି ।
ଫଳ ସ୍ୱରୂପ ପ୍ରତିଷ୍ଠାର ମାତ୍ର ୭ ବର୍ଷ ମଧ୍ୟରେ ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ଓଡ଼ିଶାରେ ଓଏଭି ଛାତ୍ରଛାତ୍ରୀଙ୍କ ନାମଲେଖାରେ ଅବିଶ୍ୱସନୀୟ ବୃଦ୍ଧି ଘଟିଛି । ଏହି ଉଲ୍ଲେଖନୀୟ ସଫଳତା ସହ ୨୦୨୨ ଶିକ୍ଷା ୱାର୍ଲଡ ଇଣ୍ଡିଆ ସ୍କୁଲ ମାନ୍ୟତାରେ ଗଞ୍ଜାମର ଓଏଭି ହାତିଓଟ ଏବଂ ମୟୂରଭଞ୍ଜ ଓଏଭି ରାଣୀଭୋଲିନ ଶ୍ରେଷ୍ଠ ୧୦ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇଛନ୍ତି । ଏକକାଳୀନ ସର୍ବବୃହତ୍ ନିଯୁକ୍ତିରେ ବିଭାଗ ଗତ ୨-୩ ବର୍ଷ ମଧ୍ୟରେ ରେକର୍ଡ ସଂଖ୍ୟକ ଶିକ୍ଷକ ନିଯୁକ୍ତି କରିଛି । ୩,୨୨୨ ବିଦ୍ୟାଳୟ ୧୦୦% ଫଳାଫଳ ହାସଲ କରି ଉତ୍କର୍ଷତାର ସ୍ତରକୁ ଉନ୍ନିତ ହୋିଛନ୍ତି । ୪,୧୫୮ ଜଣ ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଥିବା ବେଳେ ୨,୩୦,୮୯୫ ଜଣ ଛାତ୍ରଛାତ୍ରୀ ୬୦%ରୁ ଅଧିକ ମାର୍କ ରଖିଛନ୍ତି ।
ବିଦ୍ୟାଳୟ ଶିକ୍ଷା ବ୍ୟବସ୍ଥାର ପ୍ରମାଣଭିତ୍ତିକ ବ୍ୟାପକ ବିଶ୍ଳେଷଣ ପାଇଁ ଉଦ୍ଦିଷ୍ଟ ଏକ ସ୍ୱତନ୍ତ୍ର ସୂଚକାଙ୍କ ୨୦୨୦-୨୧ (ପିଜିଆଇ)ରେ ରାଜ୍ୟ ନିଜର ସ୍କୋରରେ ଉନ୍ନତି ଆଣି ୧୨ଟି ରାଜ୍ୟ ମଧ୍ୟରେ ତୃତୀୟ ସ୍ତରରେ (୮୫୦) ୧୦ମ ସ୍ଥାନ ଅଧିକାର କରିଛି । ରାଜ୍ୟର ସମସ୍ତ ପିଲାଙ୍କୁ ମାଗଣା ଓ ବାଧ୍ୟତାମୂଳକ ଶିକ୍ଷା ପ୍ରଦାନ କରିବା ଉଦ୍ଦେଶ୍ୟରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ୟୁନିଫର୍ମ ପ୍ରଦାନ କରିବା ପାଇଁ ୨୦୨୩-୨୪ ଆର୍ôଥକ ବର୍ଷରୁ ମୁଖ୍ୟମନ୍ତ୍ରୀ ଶିକ୍ଷକପରିଧାନ ଯୋଜନା ଆରମ୍ଭ କରାଯାଇଛି ବୋଲି ବିଭାଗୀୟ ସଚିବ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking