27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶକାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ: ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ଼

କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ: ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀଙ୍କ ଗୁଳିମାଡ଼

ଶ୍ରୀନଗର: କିଛି ଦିନର ବ୍ୟବଧାନ ପରେ କାଶ୍ମୀରରେ ପୁଣି ଟାର୍ଗେଟ କିଲିଂ ଉଦ୍ୟମ । ଆଜି ସଂଧ୍ୟାରେ ଦୁଇ ପ୍ରବାସୀ ଶ୍ରମିକଙ୍କୁ ଆତଙ୍କବାଦୀ ଗୁଳିମାଡ କରିଛନ୍ତି । ଉଭୟଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ଦୁହିଁଙ୍କ ମଧ୍ୟରୁ ଜଣେ ଶ୍ରମିକ ବିହାରର ବାସିନ୍ଦା ହୋଇଥିବା ବେଳେ ଅନ୍ୟ ଜଣେ ନେପାଳର ବୋଲି ପ୍ରାଥମିକ ଭାବେ ଜଣାପଡିଛି । ଉଭୟ ବୋନ୍ଦିଲଗମରେ ଏକ ଘରୋଇ ସ୍କୁଲରେ ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଥିଲେ । ଆଜି ସଂଧ୍ୟାରେ ଉଭୟ ସ୍କୁଲ ନିକଟବର୍ତ୍ତୀ ସ୍ଥାନରେ ଥିବା ବେଳେ ଆତଙ୍କବାଦୀ ସେମାନଙ୍କୁ ଗୁଳି କରି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ । ସ୍ଥାନୀୟ ଲୋକେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ମଧ୍ୟ ଅଧିକ ସୂଚନା ମିଳି ପାରିନାହିଁ । ଖବର ପାଇଁ ସ୍ଥାନୀୟ ପୁଲିସ ଟିମ ଓ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସମଗ୍ର ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ ମଧ୍ୟ ଆରମ୍ଭ ହୋଇଛି । ଘାଟିରେ ସୁରକ୍ଷାବଳର ନିରନ୍ତର ଆତଙ୍କୀ ନିରୋଧୀ ଅପରେସନ ସତ୍ତ୍ୱେ ମଧ୍ୟ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ସାଧାରଣ ଲୋକ ତଥା ଅଣସ୍ଥାନୀୟଙ୍କୁ ଟାର୍ଗେଟ କରିଛନ୍ତି ଆତଙ୍କବାଦୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking