31.1 C
Bhubaneswar
Sunday, May 19, 2024
Homeଅପରାଧକୁଳ ବୁଡ଼ାଇଦେଲା ନିଶାସକ୍ତ ପୁଅ: ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରି ନିଜେ କଲା ଆତ୍ମହତ୍ୟା

କୁଳ ବୁଡ଼ାଇଦେଲା ନିଶାସକ୍ତ ପୁଅ: ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରି ନିଜେ କଲା ଆତ୍ମହତ୍ୟା

ଯୋଧପୁର : କୁଳ ଉଦ୍ଧାର କରିବ କ’ଣ, ବରଂ କୁଳ ବୁଡ଼ାଇଦେଲା ନିଶାସକ୍ତ ପୁଅ । ସାଜିଲା ହତ୍ୟାକାରୀ । ପରିବାରର ୪ ସଦସ୍ୟଙ୍କୁ ହତ୍ୟା କରିବା ପରେ ପାଣିଟାଙ୍କିରେ ଫୋପାଡ଼ିଲା ମୃତଦେହ । ରାଜସ୍ଥାନର ଯୋଧପୁରଠାରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା । ପରିବାରର ୪ ଜଣ ସଦସ୍ୟଙ୍କୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ଯୁବକ ।

ଯୋଧପୁରର ୩୮ ବର୍ଷୀୟ ଶଙ୍କର ଲାଲ ନାମକ ଜଣେ ଯୁବକ ନିଜ ବାପା ସୋନରାମ(୬୫)ଙ୍କୁ ଦାଆରେ ହାଣି ହତ୍ୟା କରିବା ପରେ ମାଆ ଚମ୍ପା(୫୫), ପୁଅ ଲକ୍ଷ୍ମଣ(୧୪) ଓ ଦିନେଶ(୮)ଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ଲୋହାୱତ୍ ଏସଏଚଓ ବଦ୍ରି ପ୍ରସାଦ ପିଟିଆଇ ନ୍ୟୁଜ୍ ଏଜେନ୍ସିକୁ ସୂଚନା ଦେଇଛନ୍ତି । ହତ୍ୟା କରିବା ପରେ ୪ ଜଣଙ୍କ ମୃତଦେହ ଛାତ ଉପରେ ଥିବା ପାଣିଟାଙ୍କିରେ ଫୋପାଡ଼ିଦେଇଥିଲା । ମୃତଦେହ ଫୋପାଡ଼ିବା ପରେ ଛାତ ଉପରେ ଥିବା ଟ୍ୟାଙ୍କ୍ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିବା ରିପୋର୍ଟରେ ପ୍ରକାଶ ।

ପୋଲିସର କହିବାନୁସାରେ ଶଙ୍କର ଚାଷ କାର୍ଯ୍ୟ କରୁଥିବା ବେଳେ ଜଣେ ନିଶାଖୋର ବ୍ୟକ୍ତି ଥିଲା । ଏହି ଘଟଣା ଘଟିବା ସମୟରେ ଶଙ୍କରଙ୍କ ସ୍ତ୍ରୀ ସମେତ ଘରର ଅନ୍ୟ ସଦସ୍ୟ ଉପସ୍ଥିତ ଥିଲେ ମଧ୍ୟ ଏ ଘଟଣା ସମ୍ପର୍କରେ କେହି କିଛି ଜାଣିନଥିବା କହିଛନ୍ତି । ପୋଲିସ ପାଣିଟାଙ୍କିରୁ ୪ ମୃତଦେହକୁ ଉଦ୍ଧାର କରିଥିବା ବେଳେ ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking