30.1 C
Bhubaneswar
Friday, April 26, 2024
Homeଓଡିଶାଆଉ ୫୧୫ କରୋନାରୁ ହେଲେ ସୁସ୍ଥ : ମୋଟ ସୁସ୍ଥ ସଂଖ୍ୟା ୧୨୪୫୨କୁ ବୃଦ୍ଧି

ଆଉ ୫୧୫ କରୋନାରୁ ହେଲେ ସୁସ୍ଥ : ମୋଟ ସୁସ୍ଥ ସଂଖ୍ୟା ୧୨୪୫୨କୁ ବୃଦ୍ଧି

ଭୁବନେଶ୍ୱର : ଆଜି ରାଜ୍ୟରୁ ୫୧୫ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଏଥିସହ ଏବେ ରାଜ୍ୟରେ ୧୨୪୫୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ସାରିଲେଣି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି । ଏବେ ରାଜ୍ୟରେ ଆଉ ୪୮୬୬ ଜଣ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି ।
ଆଜି ସୁସ୍ଥ ହୋଇଥିବା ସୁସ୍ଥକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୧୯୯ଜଣ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ୮୦ ଜଣ, ଯାଜପୁରରୁ ୪୦ , ସୁନ୍ଦରଗଡ଼ରୁ ୩୭ , କଟକ ରୁ ୨୮ଜଣ , କେନ୍ଦୁଝରରୁ ୨୦ଜଣ , ଜଗତସିଂହପୁରରୁ ୧୮ଜଣ , ବାଲେଶ୍ୱରରୁ ୧୫ଜଣ , ଝାରସୁଗୁଡ଼ା ଓ ବରଗଡ଼ରୁ ୧୩ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଅନୁଗୁଳ ଓ କେନ୍ଦ୍ରାପଡ଼ାରୁ ଜଣେ ଲେଖାଏଁ , କୋରାପୁଟରୁ ୫ଜଣ , ପୁରୀ ଓ ଗଜପତିରୁ ୬ଜଣ ଲେଖାଏଁ, ଭଦ୍ରକରୁ ୭ଜଣ , ବଲାଙ୍ଗୀରରୁ ୮ଜଣ , ରାୟଗଡ଼ା ଓ ମୟୁରଭଞ୍ଜରୁ ୯ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗୋଟିଏ ପଟେ ସଂକ୍ରମଣ ମାତ୍ରା ବଢିଚାଲିଥିବା ବେଳେ ଅନ୍ୟପଟେ ସୁସ୍ଥ ହାର ମଧ୍ୟ ବଢିବାରେ ଲାଗିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking