27.1 C
Bhubaneswar
Thursday, April 25, 2024
Homeଓଡିଶାଖାଦ୍ୟ ଯୋଗାଣକାରୀ ସଂସ୍ଥା ନୁହେଁ , ପରିଚାଳନା ଦାୟୀ : ପ୍ରଶାସନ

ଖାଦ୍ୟ ଯୋଗାଣକାରୀ ସଂସ୍ଥା ନୁହେଁ , ପରିଚାଳନା ଦାୟୀ : ପ୍ରଶାସନ

ପୁରୀ : ଗତକାଲି ପୁରୀ ଜିଲ୍ଲାର ଏକାଧିକ କୋଭିଡ଼ କେୟାର ସେଣ୍ଟରର ଡାକ୍ତର , ନର୍ସ ଓ ଅନ୍ୟ ସ୍ୱାସ୍ଥ୍ୟ କର୍ମୀ ଖାଦ୍ୟକୁ ନେଇ ଅଭିଯୋଗ କରିଥିଲେ । ତାଙ୍କ ଅଭିଯୋଗ ମୁତାବକ କୋଭିଡ଼ କେୟାର ସେଣ୍ଟରର ଖାଦ୍ୟରୁ ପୋକ , ରୂଟି , ରବର ଆଦି ଅଖାଦ୍ୟ ବାହାରୁଛି । ଭାତ ,ଡ଼ାଲି ଓ ତରକାରୀ ଅତି ନିମ୍ନ ମାନର ରହୁଛି । ଏନେଇ ସମସ୍ତେ ପୁରୀ ସିଡିଏମଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ।
ଏହି ଅଭିଯୋଗ ପରେ ପୁରୀ ଏସଜେଏମସି ର କିଛି କର୍ମଚାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ଏସଜେଏମସି କୋଭିଡ଼ କେୟାର ସେଣ୍ଟରର ସୁପରିଚାଳନା ପାଇଁ ପୁରୀ ସିଡ଼ିଏମଓ ବଦଳି ଦର୍ଶାଇଛନ୍ତି । ଏଥିସହ ଖାଦ୍ୟ ଯୋଗାଣକାରୀ ସଂସ୍ଥାକୁ ଦାୟୀ ନକରି ପରିଚାଳନାକୁ ଦାୟୀ କରାଯାଇଛି । ଏସଜେଏମସି କୋଭିଡ଼ କେୟାର ସେଣ୍ଟରର ଏଏମଓ ଲଲାଟେନ୍ଦୁ ମିଶ୍ରଙ୍କୁ ଜିଲ୍ଲାର ସବୁ ସିସିସିର ଦାୟିତ୍ୱ ଦିଆଯାଇଛି । ଚନ୍ଦନପୁର ସିଏଚସିର ଅଧିକ୍ଷକ ପୁଣ୍ୟଶ୍ଲୋକ ଦାଶଙ୍କୁ ଏସଜେଏମସି ସିସିସିର ଏମଓ ଦାୟିତ୍ୱ ଦିଆଯାଇଛି । ଚୁକ୍ତିଭତ୍ତିକ ଏମଓ ଡ. ଅର୍ଣ୍ଣବ ପଟ୍ଟନାୟକ ତାଙ୍କ ପୂର୍ବ ସ୍ଥାନା ଡିଏଚଏଚକୁ ଫେରିଛନ୍ତି । ଏସଜେଏମସି କୋଭିଡ଼ କେୟାର ସେଣ୍ଟରର ଡିଏମଆରସିଏଚ ପ୍ରଶାନ୍ତ ବରାଳ ମଧ୍ୟ ମୂଳସ୍ଥାନକୁ ଫେରିବେ । ଦୁଃଖୀଶ୍ୟାମ ପଟ୍ଟନାୟକଙ୍କୁ ଏସଜେଏମସି କୋଭିଡ଼ କେୟାର ସେଣ୍ଟରର ହସ୍ପିଟାଲ ମ୍ୟାନେଜର ଦାୟିତ୍ୱ ଦିଆଯାଇଛି ।
ପୁରୀର ଶ୍ରୀ ଜଗନ୍ନାଥ କୋଭିଡ଼ କେୟାର ସେଣ୍ଟର , ଗୋପବନ୍ଧୁ ଆରର‌୍ୟୁବେଦ କୋଭିଡ଼ କେୟାର ସେଣ୍ଟର ଓ ଆଇଡିଏଚ କୋଭିଡ଼ ସେଣ୍ଟରର କୋଭିନ ଯୋଦ୍ଧା ମାନେ ଅଭିଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking