29.1 C
Bhubaneswar
Saturday, April 27, 2024
Homeଓଡିଶାଓଡିଶା ସୀମାରେ ଆନ୍ଧ୍ରର ସେତୁ ନିର୍ମାଣ , ଓଡିଶା ପ୍ରଶାସନ ହସ୍ତକ୍ଷେପରେ ଅଧାରୁ ଅଟକିଲା ସେତୁ...

ଓଡିଶା ସୀମାରେ ଆନ୍ଧ୍ରର ସେତୁ ନିର୍ମାଣ , ଓଡିଶା ପ୍ରଶାସନ ହସ୍ତକ୍ଷେପରେ ଅଧାରୁ ଅଟକିଲା ସେତୁ ନିର୍ମାଣ

ରାୟଗଡା: ଆନ୍ଧ୍ର ସରକାରଙ୍କ ସୀମା ଲଙ୍ଘା ଯୋଜନା ମହଙ୍ଗା ପଡିଛି । ରାୟଗଡା ଜିଲ୍ଲା ପ୍ରଶାସନର ହସ୍ତକ୍ଷେପ ଫଳରେ ଅଧାରୁ ଓହରିଲା ସେତୁ ନିର୍ମାଣ କାର୍ଯ୍ୟରୁ । ଏଭଳି ଘଟଣାଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ସଦର ବ୍ଲକର ସାନଲୁକୁଟି ଗ୍ରାମ ନିକଟରେ । କେତେବେଳେ ଓଡିଶା ଜମିରେ ରାସ୍ତା ନିର୍ମାଣ ତ ପୁଣି କେତେବେଳେ ସେତୁ ନିର୍ମାଣ ସବୁ ସମୟରେ ଓଡିଶା ସୀମାକୁ ଲଂଘିବା ଆନ୍ଧ୍ର ପ୍ରଶାସନ ଦାଦାଗିରିର ଓଡିଶା ପ୍ରଶାସନ ପକ୍ଷରୁ କଡା ଜବାବ ଦିଆଯାଇଛି । ଆନ୍ଧ୍ର ଦ୍ୱାରା ଓଡିଶା ମାଟିରେ ନିର୍ମାଣ ହେଉଥିବା ସେତୁକୁ ରାୟଗଡା ପ୍ରଶାସନ ସଂପୂର୍ଣ୍ଣ ବନ୍ଦ କରିଦେଇଛି । ରାୟଗଡା ସଦର ବ୍ଲକର ସାନଲୁକୁଟି ଗ୍ରାମ ନିକଟରେ ଥିବା ଆନ୍ଧ୍ରର କିଛି ଗାଁରେ ପଞ୍ଚୟତ ନିର୍ବାଚନ ଚିଲିଥିବା ବେଳେ ସେଠିକା ଲୋକଙ୍କୁ ଆକ୍ରୁଷ୍ଟ କରିବା ପାଇଁ ଗତ ଫେବ୍ରୁଆରୀ ମାସରେ ଜୋର ଜବରଦସ୍ତ ଆନ୍ଧ୍ରପ୍ରଶାସନ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ । ଏହି ଖବର ସେତେବେଳେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସେତୁ ନିର୍ମାଣ କାର୍ଯ୍ୟକୁ ରାୟଗଡା ଜିଲ୍ଲା ପ୍ରଶାସନ ପକ୍ଷରୁ ବନ୍ଦ କରିଦିଆଯିବା ସହ ଓଡିଶା ଅଧିକୃତ ଅଞ୍ଚଳରେ ପ୍ରଶାସନ ପକ୍ଷରୁ ଫଳକ ଲଗାଯାଇଥିଲା । ତେବେ ଦୀର୍ଘ ଦିନ ନିରବ ରହିବାପରେ ଗତ ୧୦ ଦିନ ଧରି ସେତୁନିର୍ମାଣ କାର୍ଯ୍ୟ ପୁଣି ଥରେ ଆରମ୍ଭ କରିଥିଲା ଆନ୍ଧ୍ରପ୍ରଶାସନ । ଖବର ପାଇ ରାୟଗଡା ବିଡିଓ ଲକ୍ଷ୍ମୀନାରାୟଣ ସାବତ ଏବଂ ତହସିଲଦାର ଉମା ଶଙ୍କର ବେହେରାଙ୍କ ନେତୃତ୍ୱରେ ଏକ ଟିମ ନିର୍ମାଣ କାର୍ଯ୍ୟକୁ ଆଜି ବନ୍ଦ କରିଦେଇଛନ୍ତି । ସେପଟେ ଏହି ଘଟନା ପରେ ଚତୁରତାର ସହିତ ଆନ୍ଧ୍ର ପ୍ରଶାସନ ସେତୁ କାମ ସଂପୂର୍ଣ୍ଣ କରିବା ପାଇଁ ରାୟଗଡା ଜିଲ୍ଲା ପ୍ରଶାସନକୁ ଲିଖିତ ଅନୁମତି ମାଗି ଥିବା ବେଳେ ଓଡିଶା ସୀମାରେ ରହିଥିବା ସ୍ଥାନରେ ଏବେ ରାୟଗଡା ପ୍ରଶାସନ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ବୋଲି ସୂଚନା ଦେଇଛନ୍ତି ରାୟଗଡା ବିଡିଓ ଲକ୍ଷ୍ମୀନାରାୟଣ ସାବତ । ଓଡିଶାର ସୀମାନ୍ତ ସାନଲୁକୁଟି ଗ୍ରାମକୁ ଲାଗି ରହିଛି ଆନ୍ଧ୍ରର ଲାଡ୍ଡାଗ୍ରାମ । ଭୌଗଳିକ ସ୍ଥିତି ଅନୁଯାଇ ଚାରିଆଡେ ଓଡିଶାର ଗ୍ରାମ ରହିଥିବା ବେଳେ ମଝିରେ ରହିଛି ଆନ୍ଧ୍ରର ଲାଡ୍ଡାଗ୍ରାମ । ଏହି ଗ୍ରାମକୁ ଯିବାକୁ ହେଲେ ଓଡିଶା ଦେଇ ଯିବାକୁ ପଡେ । ତେଣୁ ସେଠାରେ ସେତୁନିର୍ମାଣକୁ ଅଧିକ ଗୁରୁତ୍ୱ ଦେଇଥିଲା ଆନ୍ଧ୍ରପ୍ରଶାସନ । ତେବେ ଆନ୍ଧ୍ର ନିର୍ମାଣ କରୁଥିବା ସେତୁରେ ଆନ୍ଧ୍ର ଜମିରେ ଗୋଟିଏ ପିଲାର ନିର୍ମାଣ କରିଥିବା ବେଳେ ଓଡିଶା ଜମିରେ ୨ ଟି ପିଲାର ର୍ନିର୍ମାଣ ସାରି ଛାତ ପକାଇବାକୁ ଯୋଜନା କରିବା ସମୟରେ ରାୟଗଡା ପ୍ରଶାସନ ଏହାକୁ ବିରୋଧ କରିଛି । ତେବେ ସବୁଠାରୁ ବଡ କଥା ଓଡିଶା ସରକାର କିମ୍ବା ରାୟଗଡା ଜିଲ୍ଲାପ୍ରଶାସନର ବିନା ଅନୁମତିରେ ଏତେ ଦୂର ସେତୁ ନିର୍ମାଣ ହେଲା କେମିତି ବୋଲି ଏଠି ପ୍ରଶ୍ନ ଉଠୁଛି । ତେବେ ଗତ ଆନ୍ଧ୍ର ପଞ୍ଚୟତ ନିର୍ବାଚନ ସମୟରେ ସେତୁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପ୍ରଶାସନର ତାଗିଦ ପରେ ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଥିଲା ଆନ୍ଧ୍ରପ୍ରଶାସନ । ତେବେ ଏବେ ପୁଣି ଚାଲାକି କରି ଆନ୍ଧ୍ର ସେତୁନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିବାବେଳେ ରାୟଗଡା ବିଡିଓ,ତହସିଲଦାରଙ୍କ ସମେତ ରାଜସ୍ୱ ବିଭାଗର ଅଧିକାରୀ ମାନେ ଆନ୍ଧ୍ରପ୍ରଶାସନ ସହ କଥାବାର୍ତ୍ତା କରି ନିର୍ମାଣ କାର୍ଯ୍ୟକୁ ବନ୍ଦ କରିଛନ୍ତି । ତେବେ ଗୁରୁତ୍ୱ ପୂର୍ଣ୍ଣ କଥାହେଲା ଆନ୍ଧ୍ରର ଲାଡ୍ଡାଗ୍ରାମରେ ମାତ୍ର ୨୦ ରୁ ୨୫ ପରିବାର ବସବାସ କରୁଥିବାବେଳେ ସେମାନଙ୍କୁ ବିକାଶ ଧାରାରେ ସାମିଲ କରିବା ପାଇଁ ଆନ୍ଧ୍ର ସରକାର ଅହର ହଉଦ୍ୟମ କରୁଥିବାବେଳେ ବିବାଦ ପରେବି ଓଡିଶା ସରକାର କୌଣସି ସେହି ଅଞ୍ଚଳରେ ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଯାହା ଫଳରେଆନ୍ଧ୍ର-ଓଡିଶା ସୀମାରେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିବାଦ ଘନେଇବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking