39.1 C
Bhubaneswar
Friday, April 26, 2024
Homeଅପରାଧପୁଣି ସାଇବର ଠକେଇ: ଫିକ୍ସ ଡିପୋଜିଟ୍‌ରୁ ନେଇଗଲେ ୩ ଲକ୍ଷ ୩୪ ହଜାର

ପୁଣି ସାଇବର ଠକେଇ: ଫିକ୍ସ ଡିପୋଜିଟ୍‌ରୁ ନେଇଗଲେ ୩ ଲକ୍ଷ ୩୪ ହଜାର

ବ୍ରହ୍ମପୁର: ଷ୍ଟେଟ ବ୍ୟାଙ୍କର ଜଣେ ଗ୍ରାହକ ସାଇବର ଠକେଇର ଶିକାର ହୋଇଛନ୍ତି । ସାଇବର ଠକମାନେ ସୁଧାଂଶୁ କୁମାର ପଟ୍ଟନାୟକ ନାମକ ଜଣେ ଗ୍ରାହକଙ୍କ ବ୍ୟାଙ୍କରେ ଜମା ଥିବା ଦୁଇଟି ଫିକ୍ସ ଡିପୋଜିଟ୍‌ରୁ ୩ ଲକ୍ଷ ୩୪ ହଜାର ଠକି ନେଇଛନ୍ତି । ଏନେଇ ସେ ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ପ୍ରକାଶ ଯେ ଗତ ବର୍ଷ ଜୁନ ୧୫ ତାରିଖରେ ସୁଧାଂଶୁ ବ୍ରହ୍ମପୁର ଷ୍ଟେଟ ବ୍ୟାଙ୍କରେ ପ୍ରଥମେ ୧ ଲକ୍ଷ ୭୬ ହଜାର ୫୨୦ ଟଙ୍କା ଓ ଏହାର ୧୦ ଦିନ ପରେ ସେ ୧ ଲକ୍ଷ ୭୩ ହଜାର ୫୦୭ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ କରିଥିଲେ । ଚଳିତ ବର୍ଷ ଜୁନ ୧୫ ତାରିଖରେ ସୁଧାଂଶୁ ୧ ଲକ୍ଷ ୮୫ ହାଜର ୫୧୩ ଟଙ୍କା ଓ ଜୁନ ୨୬ ତାରିଖରେ ୧ ଲକ୍ଷ ୮୨ ହଜାର ୪୦୯ ଟଙ୍କା ଉଠାଇବାର ଥିଲା । ତେବେ ଏହି ଦୁଇଟି ଫିକ୍ସ ଡିପୋଜିଟ୍‌ର ସମୟ ଅବଧି ଗତ ମାସରେ ପୂର୍ଣ୍ଣ ହୋଇଯାଇଥିବା ବେଳେ ସେ ଉକ୍ତ ଟଙ୍କା ଉଠାଇ ନଥିଲେ ।

କିନ୍ତୁ ଗତ ଦୁଇ ଦିନ ତଳେ ସୁଧାଂଶୁ ଉକ୍ତ ଫିକ୍ସ ଡିପୋଜିଟ ଉଠାଇବାକୁ ବ୍ୟାଙ୍କକୁ ଯାଇଥିଲେ । କିନ୍ତୁ ଆଜକୁ ୧୧ ମାସ ପୂର୍ବରୂ ତାଙ୍କରି ସେହି ଦୁଇଟି ଫିକ୍ସ ଡିପୋଜିଟ୍ ବଦଳରେ ଲୋନ୍ ନିଆଯାଇଥିବା ବ୍ୟାଙ୍କ କର୍ମଚାରୀ କହିଥିଲେ । ଏହି ବିଷୟରେ ଜାଣିବା ନିମନ୍ତେ ସୁଧାଂଶୁ ନିଜ ଆକାଣ୍ଟର ଷ୍ଟେଟମେଣ୍ଟ ବାହାର କରିଥିଲେ । ଗତ ବର୍ଷ ଜୁଲାଇ ମାସରେ ତାଙ୍କ ଆକାଉଣ୍ଟ୍‌ରୁ ଦୁଇଟି ଲୋନ ଉଠାଯାଇଥିବା ସେହି ଷ୍ଟେଟମେଣ୍ଟ ଦେଖିବାକୁ ପାଇଥିଲେ । ଏହି ଦୁଇଟି ଫିକ୍ସ ଡିପୋଜିଟ୍ ବଦଳରେ ପାଟନାର ଜଣେ ସାଇବର ଠକ ଦୁଇଟି ଲୋନ ବାବଦକୁ ମୋଟ ୨ ଲକ୍ଷ ୩୯ ହଜାର ୮୬୮ ଟଙ୍କା ନେଇଛନ୍ତି । ସେହି ଟଙ୍କାଗୁଡ଼ିକୁ ସେ ବିଭିନ୍ନ ନେଣଦେଣ ଜରିଆରେ ଜିଓମି କମ୍ୟୁନିକେସନ, ରିୟଲମି ମୋବାଇଲ ଟେଲିକମ୍ୟୁନିକେସନ, ମୋବିଟେକ କ୍ରିଏସନ୍ ଏବଂ ଓପୋ ମୋବାଇଲସ ଇଣ୍ଡିଆ ନାମକ କମ୍ପାନୀଙ୍କୁ ଟଙ୍କା ଟ୍ରାନ୍ସଫର କରିଥିବା ସୁଧାଂଶୁ ଜାଣିଥିଲେ ।

ଏହା ସହ ସାଇବର ଠକମାନେ ପାଟନା ମୋର୍ଚ୍ଚାଠାରେ ଥିବା ଷ୍ଟେଟବ୍ୟାଙ୍କ ବ୍ରାଞ୍ଚ ଏଟିଏମରୁ ୨୦ ହଜାର ଟଙ୍କା ଉଠାଇଥିବା ସୁଧାଂଶୁ ଜାଣିବାକୁ ପାଇଥିଲେ । ଠକମାନେ ସୁଧାଂଶୁଙ୍କ ସେଭିଙ୍ଗସ୍ ବ୍ୟାଙ୍କ ଆକାଉଣ୍ଟରୁ ମଧ୍ୟ ୩୯ ହଜାର ଟଙ୍କା ଠକି ନେଇଥିବା ସେ ଅଭିଯୋଗ କରିଥିଲେ । ଗତ ବର୍ଷ ଜୁଲାଇ ମାସରେ ସୁଧାଂଶୁ ନିଜ କ୍ରେଡି୍‌ଟ କାର୍ଡ ବ୍ଲକ କରିବାକୁ କଷ୍ଟମର କେୟାର ସହ କଥାବାର୍ତ୍ତା ହୋଇ ଏକ ଓଟିପି ଦେଇଥିଲେ । ଏହା ଓଟିପିକୁ ଆଧାର କରି ସାଇବର ଠକମାନେ ତାଙ୍କ ଫିକ୍ସ ଡିପୋଜିଟ ଓ ଆକାଉଣ୍ଟରୁ ଟଙ୍କା ନେଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ସେ ବ୍ରହ୍ମପୁର ସାଇବର ଅପରାଧ ଏବଂ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକୁ ଆଧାର କରି ପୁଲିସ ଏକ ମାମଲା ରୁଜୁ ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking