29.1 C
Bhubaneswar
Saturday, April 27, 2024
Homeଓଡିଶାକରୋନା ଜାଲରେ ଆଉ ଜଣେ ବିଧାୟକ

କରୋନା ଜାଲରେ ଆଉ ଜଣେ ବିଧାୟକ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏହାସହ ସେଥିରୁ ନେତାଠାରୁ ଆରମ୍ଭ କରି ମନ୍ତ୍ରୀ କେହି ବି ବାଦ ପଡ଼ୁନାହାନ୍ତି । ଏହାରି ମଧ୍ୟରେ ଆଜି ରାଜ୍ୟରେ ଆଉ ଜଣେ ବିଧାୟକ କରୋନା କବଜାକୁ ଆସିଛନ୍ତି । ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କୁ କରେନା ହୋଇଥିବା ସୂଚନା ମିଳିଛି । ତାଙ୍କର ଆଜି କରୋନା ରିପୋର୍ଟ ପଜିଟିଭ ଆସିଥିବା ଜଣାପଡ଼ିଛି ।

ପୂର୍ବରୁ ରାଜ୍ୟରେ ୬ ବିଧାୟକ ଓ ଜଣେ ମନ୍ତ୍ରୀ କରୋନାରେ ଆକ୍ରାନ୍ତ ହୋଇଥିବା ସୂଚନା ରହିଛି । ସେ ସୁସ୍ଥ ଓ ହୋମ କ୍ୱାରେଣ୍ଟାଇନରେ ରହିଥିବା ଟ୍ୱିଟ କରି ଜଣାଇଛନ୍ତି । ଏହାସହ ତାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କୁ ସଙ୍ଗରୋଧ ରହିବା ସହ କରୋନା ଟେଷ୍ଟ କରିବାକୁ ସେ ପରାମର୍ଶ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking