32.1 C
Bhubaneswar
Saturday, May 4, 2024
Homeଅପରାଧବିଚ୍‌ ରାସ୍ତାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ବିଚ୍‌ ରାସ୍ତାରେ ଆରଜେଡି ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ

ପାଟନା: ବିହାରରେ ଆରଜେଡି ନେତାଙ୍କୁ ହତ୍ୟା । ବିଚ୍‌ ରାସ୍ତାରେ ବନ୍ଧୁକରୁ ଗୁଳି ଫୁଟାଇ ଆରଜେଡି ନେତାଙ୍କୁ ହତ୍ୟା କଲେ ଦୁର୍ବୃତ୍ତ । ମୃତକ ଜଣଙ୍କ ହେଉଛନ୍ତି ବିଜେନ୍ଦ୍ର ଯାଦବ । କାରଘରର ନିମଧିରା ରୋଡରେ ଆଜି ତାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ପିଏଏସ୍‌ସିରର ସଭାପତି ବିଜେନ୍ଦ୍ର ଯାଦବ ଆଜି ସକାଳ ସମୟରେ ନିମଧିରା ରାସ୍ତାରେ ଚାଷ କାର୍ଯ୍ୟ ପାଇଁ ଯାଉଥିଲେ ।

ଏହି ସମୟରେ ୬ଜଣ ଦୁର୍ବୃତ୍ତ ବାଇକରେ ଆସି ହଠାତ ତାଙ୍କ ଉପରକୁ ଗୁଳି ଚଳାଇଥିଲେ । ୨ଟି ଗୁଳି ତାଙ୍କ ମୁଣ୍ଡ ଓ ବେକରେ ବାଜିବା ପରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ତେବେ ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣାପଡିଛି । ବର୍ତ୍ତମାନ ତଦନ୍ତ ଜାରି ରହିଥବାବେଳେ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking