33.1 C
Bhubaneswar
Thursday, April 25, 2024
Homeଏସିଆ କପ୍‌ଏସିଆ କପ୍‌-୪ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ପାକିସ୍ତାନ

ଏସିଆ କପ୍‌-୪ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ବାଜି ମାରିଲା ପାକିସ୍ତାନ

ଦୁବାଇ: ଭାରତ-ପାକିସ୍ତାନ ଲିଗ୍ ମ୍ୟାଚ୍‌ ପରେ ଏସିଆ କପ୍‌-୪ର ସଂଘର୍ଷପୂର୍ଣ୍ଣ ମୁକାବିଲାରେ ଏଥର ବାଜି ମାରିଲା ପାକିସ୍ତାନ। ପାକିସ୍ତାନ ୫ ଓ୍ଵିକେଟ୍‌ରେ ଭାରତକୁ ହରାଇଛି। ଏଥିସହ ଏସିଆ କପରେ ଲିଗ୍ ପର୍ଯ୍ୟାୟର ପ୍ରତିଶୋଧ ନେଇଛି ପାକିସ୍ତାନ। ଭାରତୀୟ ବୋଲରଙ୍କ ବିଫଳତା ଏବଂ ମହମ୍ମଦ ରିଜଓ୍ଵାନଙ୍କ ଲଢୁଆ ୭୧ ରନ ଏବଂ ମହମ୍ମଦ ନଓ୍ଵାଜଙ୍କ ୪୨ ରନ ବଳରେ ୧୯.୫ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି ପାକିସ୍ତାନ। ଏଥିସହ ବିରାଟ କୋହଲିଙ୍କ ୬୦ ରନର ଅର୍ଦ୍ଧଶତକୀୟ ଇନିଂସ ବୃଥା ହୋଇଛି। ପ୍ରଥମେ ବ୍ୟାଟିଂ କରିଥିବା ଭାରତ କୋହଲିଙ୍କ ୬୦ ରନ ବଳରେ ୨୦ ଓଭରରେ ୭ ଓ୍ଵିକେଟ୍ ହରାଇ ୧୮୧ ରନ କରିଥିଲା। ଆଜିର ମ୍ୟାଚ୍‌ରେ ଅର୍ଶଦୀପ ସିଂହ ଏବଂ ରବି ବିଷ୍ଣୋଇଙ୍କୁ ବାଦ୍ ଦେଲେ ବାକି ବୋଲର ନିରାଶ କରିଥିଲେ।

୧୮୨ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ପାକିସ୍ତାନର ଆରମ୍ଭ ନିରାଶଜନକ ଥିଲା। ଅଧିନାୟକ ବାବର ଆଜମ ୧୪ ରନ କରି ଆଉଟ୍ ହୋଇଥିଲେ। ରବି ବିଷ୍ଣୋଇ ବାବରଙ୍କୁ ଆଉଟ୍ କରି ଭାରତକୁ ବଡ ସଫଳତା ଦେଇଥିଲେ। ଏହା ପରେ ଇନଫର୍ମ ମହମ୍ମଦ ରିଜଓ୍ଵାନ ଏବଂ ଫକର ଜମାନ ଦ୍ଵିତୀୟ ଓ୍ଵିକେଟ୍‌ରେ ୪୧ ରନ ଯୋଡିଥିଲେ। ଚହଲ ଫକର ଜମାନ(୧୫)ଙ୍କୁ ଆଉଟ୍ କରିଥିଲେ। ତେବେ ରିଜଓ୍ଵାନ ଏବଂ ମହମ୍ମଦ ନଓ୍ଵାଜଙ୍କ ଯୋଡି ଭାରତକୁ ଚାପରେ ରଖିଥିଲେ। ଦୁଇ ବ୍ୟାଟସମ୍ୟାନ ଦ୍ରୁତ ଗତିରେ ରନ ସଂଗ୍ରହ କରି ପାକିସ୍ତାନର ସ୍ଥିତି ମଜବୁତ କରିଥିଲେ। ଏହି କ୍ରମରେ ମହମ୍ମଦ ରିଜଓ୍ଵାନ ଏସିଆ କପ୍‌ରେ ନିଜର ଚମତ୍କାର ଫର୍ମ ବଜାୟ ରଖି ଅର୍ଦ୍ଧଶତକ ହାସଲ କରିଥିଲେ। ରିଜଓ୍ଵାନ ଏବଂ ନଓ୍ଵାଜ ତୃତୀୟ ଓ୍ଵିକେଟ୍‌ରେ ୭୩ ରନ ଯୋଡିଥିଲେ।

ଭାରତ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିବା ଏହି ଯୋଡିକୁ ଭାଙ୍ଗିଥିଲେ ଭୁବନେଶ୍ଵର କୁମାର। ୧୬ତମ ଓଭରରେ ନଓ୍ଵାଜ ମାତ୍ର ୨୦ ବଲ୍‌ରେ ୬ ଚୌକା ଏବଂ ୨ ଛକା ସହ ୪୨ ରନର ବିସ୍ଫୋରକ ଇନିଂସ ଖେଳିଥିଲେ। ୧୫.୩ ଓଭରରେ ୧୩୬ ରନ କରି ମଜବୁତ ସ୍ଥିତିରେ ଥିବା ପାକିସ୍ତାନ ଏହି ଯୋଡି ଭାଙ୍ଗିବା ପରେ ଚାପରେ ଆସିଥିଲା। ଏହା ପରେ ମହମ୍ମଦ ରିଜଓ୍ଵାନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବଲ୍‌ରେ ଆଉଟ୍ ହୋଇଥିଲେ। ସେ ୫୧ ବଲ୍‌ରୁ ୬ ଚୌକା ଏବଂ ୨ ଛକା ସହ ୭୧ ରନ କରିଥିଲେ। ଅନ୍ତିମ ୨ ଓଭରରେ ପାକିସ୍ତାନକୁ ଜିତିବା ପାଇଁ ୨୬ ରନ ଦରକାର ଥିଲା। ହେଲେ ୧୯ ତମ ଓଭରରେ ଭୁବନେଶ୍ଵର କୁମାର ୧୯ ରନ ଦେବା ଭାରତକୁ ବହୁତ ମହଙ୍ଗା ପଡିଥିଲା। ଶେଷ ଓଭରରେ ୭ ରନ ଥିବା ବେଳେ ପାକିସ୍ତାନ ୧୯.୫ ଓଭରରେ ୫ ଓ୍ଵିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଖୁସଦିଲ ଶାହ ଅପରାଜିତ ୧୪ ରନ ଏବଂ ଇଫତିଖାର ଅହମ୍ମଦ ୨ ରନରେ ଅପରାଜିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking