36.1 C
Bhubaneswar
Saturday, May 18, 2024
Homeଅପରାଧସୀମା ଟପିଲା ପାଶବିକତା, ନାବାଳିକାକୁ  ଅପହରଣ କରି ୪ ଦିନ ଧରି ଦୁଷ୍କର୍ମ ଅଭିଯୋଗ

ସୀମା ଟପିଲା ପାଶବିକତା, ନାବାଳିକାକୁ  ଅପହରଣ କରି ୪ ଦିନ ଧରି ଦୁଷ୍କର୍ମ ଅଭିଯୋଗ

ପାରାଦ୍ବୀପ: ଜଗତସିଂହପୁର ଜିଲ୍ଲାର ପାରାଦ୍ବୀପ ଅଞ୍ଚଳରେ ଗୋଟିଏ ପରେ ଗୋଟିଏ ନିନ୍ଦନୀୟ, ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଆଶାକର୍ମୀଙ୍କୁ ଦୁଷ୍କର୍ମ ଘଟଣା ଅଞ୍ଚଳବାସୀଙ୍କ ମନରୁ ନ ଲିଭୁଣୁ ନାବାଳିକାକୁ ଅପହରଣ କରି ଦୁଷ୍କର୍ମ କରିବା ଭଳି ଛାତି ଥରାଇବା ଘଟଣା ଘଟିଛି । ଜଣେ ଡ୍ରାଇଭର ନାବାଳିକାକୁ ଅପହରଣ କରି ନିଜ ଘରେ ପ୍ରାୟ ୪ଦିନ କଳା ଜୋରଜବରଦସ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗଣେଶ ଚତୁର୍ଥୀ ଦିନ ନାବାଳିକା ଜଣକ ପୂଜାକୁ ଯାଉଥିବା ସମୟରେ ଅଭିଯୁକ୍ତ ଅନିଲ ନାୟକ ନାବାଳିକାକୁ ଗାଡ଼ିରେ ବସିବାକୁ କହିଥିଲା । ଏହାପରେ ତାକୁ ଜୋରଜବରଦସ୍ତ ଅପହରଣ କରି ଲକଥାନା ଅଧୀନରେ ଥିବା ଏକ ଘରକୁ ନେଇଥିଲା । ସେଠାରେ ନାବାଳିକାକୁ ବିଭିନ୍ନ ପ୍ରକାର ଶାରୀରିକ ନିର୍ଯାତନା ଦେବା ସହିତ ୪ଦିନ ଧରି ଦୁଷ୍କର୍ମ କରିଥିଲା ।

ନାବାଳିକା ଝିଅଟି ଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଅଭିଯୁକ୍ତର ନଜର ବନ୍ଦୀରେ ରହିଥିବାରୁ ବାହାରକୁ ବାହାରିବା ଅସମ୍ଭବ ହୋଇଥିଲା । ନାବାଳିକ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ମା’ ଦେଇଥିବା ୫ ଶହ ଟଙ୍କାକୁ ଏକ ଛୋଟ ଝିଅକୁ ଦେଇ ନିଜର ଭଉଣୀକୁ ଦେବାକୁ କହିଥିଲା। ଯାହାଫଳରେ ଟଙ୍କା ଦେବାକୁ ଆସିଥିବା ଝିଅ ଠାରୁ ବିସ୍ତୃତ ସୂଚନା ପାଇବାପରେ କଳିଙ୍ଗ ମହିଳା ଶକ୍ତିର ସଭାନେତ୍ରୀ ମନୋରମା ଖଟୁଆଙ୍କ ସହଯୋଗରେ ନାବାଳିକାର ପିତାମାତା ନିଜ ଝିଅଟିକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ ।

ନାବାଳିକା ଠାରୁ ସମସ୍ତ ଘଟଣା ଶୁଣିବାପରେ ପରିବାର ସହିତ ଲକ ଥାନାରେ ଅଭିଯୋଗ କରିଥିଲେ ପୀଡିତାଙ୍କ ପରିବାର ଲୋକେ ।ଅଭିଯାଗକୁ ଭିତ୍ତି କରି ପୋଲିସ ଅଭିଯୁକ୍ତ ଅନିଲ ନାୟକକୁ ଗିରଫ କରିବାରେ ସଫଳ ହେବା ସହିତ ଘଟଣାରେ ଆଉ କିଏ ସାମିଲ ଥିବା ସନ୍ଦେହ କରି ତଦନ୍ତ ଚଳାଇଛି । ତେବେ ଅଭିଯୁକ୍ତ ଅନିଲ ନାୟକକୁ ୪୫ବର୍ଷରୁ ଊର୍ଦ୍ଧ୍ବ ହୋଇଥିବା ବେଳେ ସେ ଏକାଧିକ ବିବାହ କରିଥିବା ନେଇ ନାବାଳିକା ଝିଅର ପରିବାର ଲୋକେ ଅଭିଯୋଗ ଆଣିବା ସହିତ ଅଭିଯୁକ୍ତକୁ କଠୋର ଦଣ୍ଡ ଦେବାକୁ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking