30.1 C
Bhubaneswar
Friday, April 26, 2024
Homeବ୍ରେକୀଙ୍ଗକରୋନା ମୁକାବିଲା ପାଇଁ ୧୩ ଗୋଟି ପ୍ରସ୍ତାବ ସହ କୋଶଲ ରାଜ୍ୟ ସମନ୍ୱୟ ସମିତିର ମୁଖ୍ୟମନ୍ତ୍ରୀଙ୍କୁ...

କରୋନା ମୁକାବିଲା ପାଇଁ ୧୩ ଗୋଟି ପ୍ରସ୍ତାବ ସହ କୋଶଲ ରାଜ୍ୟ ସମନ୍ୱୟ ସମିତିର ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି

ବଲାଙ୍ଗିର, (ଦେବାଶିଷ ମିଶ୍ର) : କରୋନା ଯୋଗୁଁ ବର୍ତ୍ତମାନ ସାରା କୋଶଳାଞ୍ଚଳରେ ଭୟଙ୍କର ପରିସ୍ଥିତି ରହିଛି । ସୁନ୍ଦରଗଡ ଓ କଳାହାଣ୍ଡିକୁ ଛାଡି ଦେଲେ ପ୍ରାୟ ସମସ୍ତ ସ୍ଥାନରେ ସ୍ଥିତି ସମାନ ରହିଛି । ଏହାକୁ ନେଇ ଆଜି କୋଶଲ ରାଜ୍ୟ ସମନ୍ୱୟ ସମିତି ଏକ ଖୋଲା ଚିଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛି । ଏହି ଚିଠିରେ ବଲାଙ୍ଗିର ତଥା କୋଶଳାଞ୍ଚଳର ସ୍ୱାସ୍ଥ୍ୟସେବା ଗତ ସମସ୍ୟା ତଥା ଏହାର ପ୍ରତିକାର ବ୍ୟବସ୍ଥା ଉପରେ ସମିତି ନିଜର ମତବ୍ୟକ୍ତ କରିଛି । ଲିଖିତ ସମସ୍ୟା ଗୁଡିକର ତୁରନ୍ତ ନିରାକରଣ ପାଇଁ ଆବଶ୍ୟକ ସ୍ଥଳେ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ପଶ୍ଚିମ ଓଡିଶା ପରିଦର୍ଶନ କରିବା ପାଇଁ ଅନୁରୋଧ କରାଯାଇଛି । ଏହା ସହ ଏ ଅଂଚଳର ବିଭିନ୍ୟ ସମସ୍ୟା ଦୁର କରିବା ପାଇଁ ୧୩ ଗୋଟି ସ୍ୱତନ୍ତ୍ର ପ୍ରସ୍ତାବ ଦିଆଯାଇଛି ।
କୋଭିଡ-୧୯ ରେ ପଶ୍ଚିମାଞ୍ଚଳର ପ୍ରାୟ ସମସ୍ତ ଜିଲ୍ଲାର ଅବସ୍ଥା ସଙ୍ଗୀନ ରହିଛି । ପ୍ରତ୍ୟେକ ଜିଲ୍ଲାରେ କୋଭିଡ ମୁକାବିଲା ନେଇ ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରାଯାଉ । ପ୍ରତ୍ୟେକ ଜିଲ୍ଲାରେ ଘରକୁ ଘର କୋଭିଡ ପରୀକ୍ଷା କରାଯାଉ । ଏହା ସହ ପ୍ରତି ଜିଲ୍ଲାରେ ୱାର୍ଡ ବାରି କୋଭିଡ ସେନ୍‌ଟର୍‌ ଖୋଲାଯାଉ । କୋଭିଡ ଚିକିତ୍ସ ପାଇଁ ପ୍ରତି ଜିଲ୍ଲାରେ ଭିତ୍ତିଭୂମର ବିକାଶ କରାଯାଉ । ବଲାଙ୍ଗିର ସମେତ ଅନ୍ୟ ଜିଲ୍ଲାମାନଙ୍କରେ ଡେଲି ମାର୍କେଟମାନଙ୍କ ବିକେନ୍ଦ୍ରିତ କରାଯାଉ । ବ୍ୟାଙ୍କ, ବଡ ବଡ ଦୋକାନ ତଥା ଅନ୍ୟାନ୍ୟ ଜନ ବହୁଳ ଅଂଚଳରେ ସମାଜିକ ଦୂରତାକୁ କଡାକଡି ଭାବେ ପାଳନ କରାଯାଉ । କୋଭିଡ ସମୟରେ ସରକାରୀ ଡାକ୍ତରମାନଙ୍କ ପ୍ରାଇଭେଟ ପ୍ରାକ୍ଟିସ ଉପରେ ରୋକ ଲାଗାଯାଇ ରୋଗୀ ସେବା ଉପରେ ସଂପୁର୍ଣ୍ଣ ଗୁରୁତ୍ୱ ଦିଆଯାଉ । କୋଭିଡ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଭ୍ରାମ୍ୟମାଣ ୟୁନିଟର ବ୍ୟବସ୍ଥା କରାଯାଉ । ପ୍ରତି ୱାର୍ଡ ନିତିଦିନ ବିଷୋଧୀକରଣ କରାଯାଉ । କୋଭିଡ ରୋଗୀଙ୍କୁ ଡାକ୍ତରଖାନାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ସହ ସଙ୍ଗରୋଧରେ ଥିବା ରୋଗୀମାନଙ୍କ ସହିତ ଯୋଗାଯୋଗ ରକ୍ଷା କରାଯାଉ । ବଜାରରେ ଭିଡ ନିୟନ୍ତ୍ରଣ କରିବା ପାଇଁ ବଜାର ଖୋଲା ସମୟ ନିର୍ଦ୍ଦାରଣ କରାଯାଉ । ଭିଡ ନିୟନ୍ତ୍ରଣ କରିବା ଅଧିକ ସଂଖ୍ୟକ ପୋଲିସ ମୁତୟନ କରାଯାଉ ଏବଂ କରୋନା ଚିକିତ୍ସା ଓ ମୁକାବିଲା ବ୍ୟୟ ବରାଦ ସର୍ବସାଧାରଣ କରାଯାଉ, ଆଦି ୧୩ ଗୋଟି ପ୍ରସ୍ତାବ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking