34.8 C
Bhubaneswar
Tuesday, July 15, 2025
Homeବ୍ରେକୀଙ୍ଗରାଜଧାନୀରେ ନିର୍ମମ ହତ୍ୟା

ରାଜଧାନୀରେ ନିର୍ମମ ହତ୍ୟା

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ନିର୍ମମ ହତ୍ୟାକାଣ୍ଡ । ସାମନ୍ତରାପୁର ଅଞ୍ଚଳରେ ଜଣେ ମିଠା ଦୋକାନୀଙ୍କୁ ହାଣି ହତ୍ୟା କଲେ ଦୁର୍ବୃତ୍ତ । ହତ୍ୟା ପ୍ରତିବାଦରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକ ଟାୟାର ଜାଳି ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି । ହତ୍ୟା କରିଥିବା ଦୁର୍ବୃତ୍ତମଧ୍ୟ ଜଣେ ମିଠା ଦୋକାନୀ ବୋଲି ଜଣାପଡିଛି । ତେବେ ବ୍ୟବସାୟିକ କାରଣରୁ ହତ୍ୟାକାଣ୍ଡ ଘଟିଥିବା କୁହାଯାଉଛି ।

ସାମନ୍ତରାପୁରରେ ଦିଲୁ ଏକ ମିଠା ଦୋକାନ କରିଥିଲେ। ତାଙ୍କ ପାଖରେ ଜମ୍ୱୁ କାମ କରୁଥିଲେ। କିଛି ଦିନ ତଳେ ଦିଲୁଙ୍କ ଦୋକାନ ଛାଡ଼ି ଜମ୍ବୁ ନିଜେ ଏକ ମିଠା ଦୋକାନ କରିଥିଲେ। ଯାହାଫଳରେ ଦିଲୁଙ୍କ ବେପାର ମାନ୍ଦା ହୋଇଥିଲା। ଏହାକୁ ନେଇ ଦୁଇ ଜଣଙ୍କ ମଧ୍ୟରେ ଶତ୍ରୁତା ଲାଗି ରହିଥିଲା। ଏଥିରେ ପ୍ରତିଶୋଧ ପରାୟଣ ହୋଇ ଦିଲୁ ଫାର୍ସାରେ ଜମ୍ୱୁକୁ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking