30.1 C
Bhubaneswar
Thursday, April 25, 2024
Homeବ୍ରେକୀଙ୍ଗଦୁର୍ନିତୀଗତ ଟେକ୍ନିସିଏନ ବିରୁଦ୍ଧରେ ତଦନ୍ତ କର, ନହେଲେ ଅନଶନ

ଦୁର୍ନିତୀଗତ ଟେକ୍ନିସିଏନ ବିରୁଦ୍ଧରେ ତଦନ୍ତ କର, ନହେଲେ ଅନଶନ

କଣ୍ଟାବାଞ୍ଜି(ଦେବାଶିଷ ମିଶ୍ର)- କଣ୍ଟାବାଞ୍ଜି ଡାକ୍ତରଖାନାର ରକ୍ତ ଭଣ୍ଡାରରେ କାମ କରିଥିବା ପୁର୍ବତନ ଟେକ୍ନିସିଏନ ତଥା ବର୍ତ୍ତମାନ ବଲାଙ୍ଗିର ଡାକ୍ତରଖାନାରେ କାର୍ଯ୍ୟରତ ନରେଶ ମିଶ୍ର ଦୁର୍ନିତୀଗ୍ରସ୍ତ ହୋଇଥିବାବେଳେ ଅନେକ ଗରିବ,ଦିନ ମଜୁରିଆ, ଖଟିଖିଆଙ୍କ ବହୁ କଷ୍ଟ ଅର୍ଜିତ ପଇସା ହଡପ କରିଛନ୍ତି । ତେବେ ଏହା ଉପରେ ତଦନ୍ତ କରାଗଲେ ସମସ୍ତ ତଥ୍ୟ ଲୋକଲୋଚକୁ ଆସିବ ବୋଲି ଜଣେ ସମାଜ ସେବି ଯୁବକ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଯୁବକଙ୍କ ନାଁ ରୋହନ କୁମାର ମହତ ହୋଇଥିବାବେଳେ ସେ ତୁରେକେଲା ବ୍ଲକ ଚଟୁଅନକା ଗାପ୍ର ବେହେରନସିଲଟ ଗ୍ରାମର ବୋଲି ଜଣା ପଡିଛି । ତଙ୍କ ଦାବିପତ୍ର ଅନୁସାରେ , ସରକାର ରକ୍ତ ଭଣ୍ଡାରରେ ୟୁଜର୍ସ ଫି ମାଫ କରିଛନ୍ତି କିନ୍ତୁ ଶ୍ରୀ ମିଶ୍ର ୨୦୧୯ ଫେବୃଆରି ଠାରୁ ଜୁନ ୨୦୧୯ ମଧ୍ୟରେ ପ୍ରାୟ ସାତ ଶହ ଲୋକଙ୍କଠୁଁ ବେଆଇନ ଭାବେ ୟୁଜର୍ସ ଫୀ ଆଦାୟ କରିଛନ୍ତି । ଅନେକ ସମୟରେ ନକଲି ବିଲ ମାଧ୍ୟମରେ ଶ୍ରୀ ମିଶ୍ର ରକ୍ତଦାତାଙ୍କ ପାଇଁ ଆସୁଥିବା ରିଫ୍ରସମେଣ୍ଟ ପଇସାକୁ ଆୟ୍ମସାତ କରିଛନ୍ତି । ୨୦୧୯ ଜୁଲାଇ ମାସରେ ସେ କିଛି ରୋଗୀଙ୍କ ଠାରୁ ୟୁଜର୍ସ ଫୀ ନେଇଥିବାବେଳେ ତତକାଳିନ ମେଡିକାଲ ଅଫୀସରଙ୍କ ନିଦ୍ଦେର୍ଶକ୍ରମେ ନେଇଥିବା ଟଙ୍କା ଫେରସ୍ତ କରିଥିଲେ । ବର୍ତ୍ତମାନ ମେଡିକାଲ ଅଫିସର ଶ୍ରୀ ମିଶ୍ର ସବୁ କାର୍ଯ୍ୟକଳାପ ଜାଣୀଥିବା ସତ୍ୱେ କୌଣସି କାର୍ଯ୍ୟାନୁଷ୍ଠାନ ନନେବାରୁ ଲୋକେ ବାରମ୍ବାର ଠକେଇର ଶିକାର ହେଉଛନ୍ତି । ତେବେ ବଲାଙ୍ଗିର ଜିଲ୍ଲା ପ୍ରଶାସନ ଏକ କମିଟି ଗଠନକରି ଉପରୋକ୍ତ ଦାବୀ ଗୁଡିକ ଉପରେ ତଦନ୍ତ କରିବାକୁ ଅନୁରୋଧ କରିଛନ୍ତି ରୋହନ । ତେବେ ଜିଲ୍ଲା ପ୍ରଶାସନ ଯଦି ଉପରୋକ୍ତ ଦାବୀ ଗୁଡିକ ନଶୁଣେ ତେବେ ରୋହନ ଆସନ୍ତା ସମୟରେ ଅଫୀସ ସମ୍ମୁଖରେ ଅନଶନ କରିବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଛନ୍ତି।

file

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking