30.1 C
Bhubaneswar
Friday, April 26, 2024
Homeଓଡିଶାଗୁଜୁରାଟ ଭଳି ଉତ୍କଳର ବିକାଶ କରିବା ମୋଦୀ ସରକାରଙ୍କ ଲକ୍ଷ୍ୟ : ଅମିତ ଶାହ

ଗୁଜୁରାଟ ଭଳି ଉତ୍କଳର ବିକାଶ କରିବା ମୋଦୀ ସରକାରଙ୍କ ଲକ୍ଷ୍ୟ : ଅମିତ ଶାହ

ଭୁବନେଶ୍ୱର: ଭୁବନେଶ୍ଵର ଜନତା ମଇଦାନରୁ ସିଏଏ ସମର୍ଥନରେ ଏକ ବିଶାଳ ଜନସମାବେଶରେ ସମ୍ବୋଧନ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଏହି ସମାବେଶରେ ଭାରତ ମାତାର ଜୟଗାନ କରି ଓ ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ କରି ଉଦବୋଧନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଜନତା ମଇଦାନରେ ଆୟୋଜିତ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନ ସଭାରେ ଯୋଗ ଦେଇ ଦଳର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କହିଛନ୍ତି, ସିଏଏ ନାଗରିକତା ନେବାର ନୁହେଁ, ବରଂ ନାଗରିକତା ଦେବାର ଆଇନ୍ । ଏହା ଦ୍ୱାରା ଜଣେ ହେଲେ ବି ସେମାନଙ୍କର ନାଗରିକତା ହରାଇବେ ନାହିଁ । ବିଶେଷ କରି ଦେଶର ଜଣେ ହେଲେ ବି ମୁସଲମାନ ବା ସଂଖ୍ୟାଲଘୁ ବ୍ୟକ୍ତି ଏହି ଆଇନ ଦ୍ୱାରା ନାଗରିକତା ହରାଇବେ ନାହିଁ । ଏହା ମୁଁ ଅତ୍ୟନ୍ତ ଦୃଢ଼ତାର ସହ କହୁଛି ।
ବିରୋଧୀ ଦଳମାନେ ଭାରତୀୟମାନଙ୍କୁ ପଥଭ୍ରଷ୍ଟ କରିବାକୁ ସିଏଏର ଭୁଲ ତର୍ଜମା କରୁଛନ୍ତି । ଏହି ଆଇନର କେଉଁଠି ହେଲେ ବି କାହାର ନାଗରିକତା ହରାଇବାର ପ୍ରାବଧାନ ନାହିଁ । ଏକଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଁ ସଂସଦରେ ଘୋଷଣା କରିଛୁ । ଯେଉଁ ସଂଖ୍ୟାଲଘୁମାନେ ପଡୋଶୀ ରାଷ୍ଟ୍ରରେ ଧର୍ମିକ ହିଂସାର ଶିକାର ହୋଇ ଭାରତ ପଳାଇ ଆସିଛନ୍ତି, ସେମାନଙ୍କୁ ଏହି ଆଇନ ନାଗରିକତା ପ୍ରଦାନ କରିବ । ଏଥିସହ ଅମିତ ଶାହା ନିଜର ଅଭିଭାଷଣରେ କହିଥିଲେ, ସିଏଏକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ କମ୍ୟୁନିଷ୍ଟ ବିରୋଧ କରିଛନ୍ତି। ସେମାନେ କହୁଛନ୍ତି ସିଏଏ ଯୋଗୁଁ ଦେଶର ଅସୁବିଧା ହେବ । କିନ୍ତୁ ମୁଁ କହୁଛି, ସିଏଏ କାହାର ନାଗରିକତା ଛଡାଇ ନେବ ନାହିଁ । ବରଂ ଏହା ନାଗରିକତା ପ୍ରଦାନ କରିବ । ଏହା ଦ୍ବାରା କୌଣସି ମୁସଲମାନଙ୍କର ଅସୁବିଧା ହେବ ନାହିଁ । ବିଗତ ୭୦ ବର୍ଷ ମଧ୍ୟରେ ଅନେକ ଲୋକ ନାଗରିକତା ଅଧିକାର ହରାଇଛନ୍ତି ।
ସେ କହିଥିଲେ,  ମୁଁ ୫ ବର୍ଷ ସଙ୍ଗଠନର ଅଧ୍ୟକ୍ଷ ଥିବା ମଧ୍ୟରେ ବହୁ ଥର ଓଡ଼ିଶା ଆସିଛି, ପ୍ରତି ଜିଲ୍ଲାକୁ ଯାଇଛି । ବହୁ କାର୍ଯ୍ୟକର୍ତ୍ତାଙ୍କୁ ସାକ୍ଷାତ କରିଛି । ମୋତେ ଓଡ଼ିଶା ଓ ଗୁଜୁରାଟ ମଧ୍ୟରେ ବିଶେଷ ପାର୍ଥକ୍ୟ ଲାଗେ ନାହିଁ । ଏହା ମୋତେ ମୋର ଦ୍ଵିତୀୟ ଘର ଭଳି ଅନୁଭବ ହୋଇଛି । କାରଣ ଗୁଜୁରାଟ ଏବଂ ଓଡ଼ିଶା ଏହି ଦୁଇ ମହାନ ରାଜ୍ୟକୁ ଯୋଡୁଥିବା ମହାପ୍ରଭୁ ଜଗନ୍ନାଥ ଓଡ଼ିଶାକୁ ବି ଆଶୀର୍ବାଦ କରୁଛନ୍ତି ଓ ଗୁଜୁରାଟ ବି ଆର୍ଶୀବାଦ କରୁଛନ୍ତି । ଏହି ଭକ୍ତି ଏହି ଶକ୍ତି ଆଜି ଓଡ଼ିଶା ଭାରତୀୟ ଜନତା ପାର୍ଟିର ଶକ୍ତି ହୋଇ ଠିଆ ହୋଇଛି । ଏହି ଅବସରରେ ମହାନ ଓଡ଼ିଆ ଉତ୍କଳ ଭୂମିର ଉତ୍କଳ ଗୌରବ ମଧୂସୁଦନ ଦାସ, ବକ୍ସି ଜଗବନ୍ଧୁ, ବୀର ସୁରେନ୍ଦ୍ର ସାଏ, ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ଭଳି ଅନେକ ମହାପୁରୁଷଙ୍କ ଅବଦାନକୁ ମନେ ପକାଇଲେ ଶାହା । ଓଡ଼ିଶା ଓ ଗୁଜୁରାଟ ମାଟି ସହିତ ଭଗବାନ ଶ୍ରୀଜଗନ୍ନାଥଙ୍କ ଘନିଷ୍ଠ ସଂପର୍କ ରହିଛି । ‘ବିଶାଳ ସମାବେଶ’କୁ ସମ୍ବୋଧନ କରି ଶାହା କହିଥିଲେ, ଉତ୍କଳର ଜନତା ଧନ୍ୟବାଦର ପାତ୍ର । ଓଡ଼ିଶାବାସୀ ବିଜେପିକୁ ସଂସଦରେ ୮ଟି ଆସନ ଦେଇ ନରେନ୍ଦ୍ର ମୋଦୀ ସରକାର ତଥା ଭାରତୀୟ ଜନତା ପାର୍ଟିକୁ ବିପୁଳ ସମର୍ଥନ ଜଣାଇଛନ୍ତି ।
ଶାହ ପୁଣି କହିଛନ୍ତି ଯେ, ଲୋକସଭା ନିର୍ବାଚନ ପରେ ମୁଁ ପ୍ରଥମ ଥର ପାଇଁ ଓଡ଼ିଶା ଆସିଛି । ଚଳିତ ଲୋକସଭା ନିର୍ବାଚନ ପାଇଁ ସେ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇ କହିଛନ୍ତି ଯେ, ଏତେ ବର୍ଷ ପରେ କଂଗ୍ରେସ ଦଳ ମୁଖ୍ୟ ବିରୋଧୀ ଦଳରୁ ହଟିଛି ଏହାର ପ୍ରତିବଦଳରେ ବିଜେପି ବିରୋଧୀ ଦଳର ଭୂମିକା ଗ୍ରହଣ କରିଛି । ଏହା ପଛରେ ଓଡ଼ିଶାବାସୀଙ୍କ ଅବଦାନକୁ ଧନ୍ୟବାଦ । ଓଡ଼ିଶାରେ ଆମକୁ ୯୧ ଲକ୍ଷ ଭୋଟ ମିଳିଛି, ବିଜେଡିକୁ ୧.୧ କୋଟି ଭୋଟ ମିଳିଛି । ଓଡ଼ିଶାର ବିଜେପିର ପତକା ଉଡ଼ାଇବା ପାଇଁ ଆମକୁ ଆଉ ଏକ ଲମ୍ଫ ମାରିବା ଆବଶ୍ୟକ ।
ସିଏଏକୁ ନେଇ ଶାହ କହିଛନ୍ତି ଯେ, ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ୭୦ ବର୍ଷ ଧରି ପଡ଼ିରହିଥିବା ବହୁ ସମସ୍ୟାର ସମାଧାନ କରିଛନ୍ତି । ରାଷ୍ଟ୍ରୀୟ ସୁରକ୍ଷାକୁ ନେଇ ପ୍ରଶନବାଚୀ ସୃଷ୍ଟି କରିଥିବା ସମସ୍ୟାର ସମାଧାନ କରିଛନ୍ତି । ଜାମ୍ମୁ କାଶ୍ମୀରରୁ ଧାରା ଅଗଷ୍ଟ ୫ରେ ୩୭୦ ଉଚ୍ଛେଦ କରିଛନ୍ତି । ଏହି ସମୟରେ ସେ ରାମ ମନ୍ଦିରକୁ ନେଇ କହିଛନ୍ତି ଯେ, ମୋଦିଙ୍କୁ ୩୦୩ ସିଟ୍ ମିଳିବା କାରଣରୁ ଏକ ଟ୍ରଷ୍ଟ ଗଠନ କରି ଭବ୍ୟ ରାମ ମନ୍ଦିର ନିର୍ମାଣ କରୁଛନ୍ତି । କିଛି ଦିନ ମଧ୍ୟରେ ଆକାଶକୁ ଛୁଉଁଥିବା ଭବ୍ୟ ରାମ ମନ୍ଦିର ଠିଆ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking