27.1 C
Bhubaneswar
Friday, March 29, 2024
Homeଓଡିଶାସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ପରିବାର : ପ୍ରହସନ ପାଲଟିଛି ହରିଶ୍ଚଚନ୍ଦ୍ର ଯୋଜନା

ସ୍ୱାମୀଙ୍କ ମୃତ୍ୟୁ ପରେ ବେସାହାରା ପରିବାର : ପ୍ରହସନ ପାଲଟିଛି ହରିଶ୍ଚଚନ୍ଦ୍ର ଯୋଜନା

ସଇଁତଳା : ରାଜ୍ୟସରକାର ଓ କେନ୍ଦ୍ର ସରକାର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଯୋଜନା କରିବାସହ ମୃତ୍ୟୁପରେ ହରିଶ୍ଚଚନ୍ଦ୍ର ଯୋଜନା ମାଧ୍ୟରେ ୨ହଜାର ଟଙ୍କା ମଧ୍ୟ ଆର୍ଥକ ରାଶି ପ୍ରଦାନ କରୁଥିବା ଡିଣ୍ଡିମ ପିଟୁଛନ୍ତି । ହେଲେ ତାହା ଏବେ ଲୋକଙ୍କ ପାଇଁ ପ୍ରହସନ ପାଲଟିଛି । ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ୍ କନ୍ଧକେଳଗାଁ ଗ୍ରାମରେ ଗତ ୧୨ଦିନ ତଳେ ରମାକାନ୍ତି ମେହେର( ୩୬)ଙ୍କ ସ୍ୱାମୀ ହୃଦାନନ୍ଦ ମେହେର ହୃଦଘାତ ରୋଗର ଆକ୍ରାନ୍ତ ହେବାପରେ ପ୍ରଥମେ ବଲାଙ୍ଗିର ଓ ବୁର୍ଲାକୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନା ନେଇଥିଲେ । ତାଙ୍କ ପାଖରେ ଯେତିକି ଟଙ୍କାଥିଲା ସବୁଯାକ ଖର୍ଚ୍ଚ କରିବା ସହ ଲୋକଙ୍କ ପାଖରୁ ଧାରକରଜ ଆଣି ଚିକିତ୍ସା ମଧ୍ୟ କରିିଥିଲେ । ହେଲେ ଶେଷରେ ଆଖି ବୁଜିଦେଲେ ହୃଦାନନ୍ଦ । ତାଙ୍କ ମୃତ୍ୟୁପରେ ବେସାହାରା ହୋଇପଡ଼ିଛନ୍ତି ପରିବାର ।
ପରିବାର କହିଲେ ହୃଦାନନ୍ଦଙ୍କ ମା’ ଭଗବତୀ ମେହେର (୬୩) ଓ ତାଙ୍କ ୩ଟି ଝିଅ ମଧ୍ୟ ଅଛନ୍ତି । ହେଲେ ତାଙ୍କ ପାଠପଢ଼ାରେ ଡୋରି ବାନ୍ଧିବାରେ ଲାଗିଲାଣି । ଏବେ ଖାଇବାକୁ ମଧ୍ୟ ମୁଠାଏ ଦାନା ନଥିବା ବେଳେ ଦାଦନ ଖଟିବା ପାଇଁ ନିଷ୍ପତ୍ତି ନେଇଛନ୍ତି ପରିବାର ବର୍ଗ । ଅତିଗରିବ ଶ୍ରେଣୀ ପରିବାର ଲୋକେ ହୋଇଥିବା ବେଳେ ଦୟନୀୟ ଅବସ୍ଥାରେ ଦିନ କାଟୁଛନ୍ତି । ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ମା’ ଓ ସ୍ତ୍ରୀର ଆଖିରେ ଧାରଧାର ହୋଇ ଲୁହ ବୋହୁଛି ହେଲେ ତାଙ୍କ ଲୁହକୁ ପୋଛିବା ପାଇଁ ଅଛି କିଏ । ଛୋଟଛୋଟ ଝିଅମାନେ ତାଙ୍କ ବାପାଙ୍କ ବାଟକୁ ଚାହିଁ ଅନାଇ ବସିଛନ୍ତି । ଏଭଳି ଦୁଃଖରେ ଓ ଭୋକ ଉପବାସରେ ଦିନ ବିତୁଥିବା ବେଳେ ସ୍ଥାନୀୟ ସରପଞ୍ଚ କିମ୍ବା କାର୍ଯ୍ୟ ନିର୍ବାହି ଅଧିକାରୀଙ୍କ ଦୃଷ୍ଟି ପଡ଼ିନଥିବା ବେଳେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି । ସମାଜସେବୀ ଦିବସ କୁମାର ସାହୁ ଟୁଟିଇ ମାଧ୍ୟମରେ ମନ୍ତ୍ରୀ ଟୁକୁନି ସାହୁ ଓ ପ୍ରସଶାନକୁ ମଧ୍ୟ ଜଣାଇଛନ୍ତି ହେଲେ କେବେ ସହାୟତାର ହାତ ବଢ଼ାଇବେ ତାହାକୁ ଅନାଇ ବସିଛନ୍ତି ପରିବାର । ଏନେଇ ସଇଁତଳା ବିଡିଓ ଦେବାଶିଷ ସାମଲଙ୍କୁ ପଚାରିବାରୁ ସରକାରଙ୍କ ପକ୍ଷରୁ ଯେତିକି ସହାୟତା ହୋଇପାରିବ ସାହାଯ୍ୟ କରିବୁ ବୋଲି ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking