31.1 C
Bhubaneswar
Friday, May 10, 2024
Homeଓଡିଶାପହଞ୍ଚିପାରିଲାନି ଆମ୍ବୁଲାନ୍ସ : ଦେବଦୂତ ସାଜି ଗର୍ଭବତୀଙ୍କ ପାଖରେ ପହଞ୍ଚିଲେ ଆମ୍ବୁଲାନ୍ସ କର୍ମୀ

ପହଞ୍ଚିପାରିଲାନି ଆମ୍ବୁଲାନ୍ସ : ଦେବଦୂତ ସାଜି ଗର୍ଭବତୀଙ୍କ ପାଖରେ ପହଞ୍ଚିଲେ ଆମ୍ବୁଲାନ୍ସ କର୍ମୀ

ରା.ଉଦୟଗିରି : ଦୁର୍ଗମ ଅଞ୍ଚଳରେ ପହଞ୍ଚି ପାରିଲାନି ଆମ୍ବୁଲାନ୍ସ । ଦେବଦୂତ ସାଜି ଗର୍ଭବତୀଙ୍କ ପାଖରେ ପହଞ୍ଚିଲେ ଆମ୍ବୁଲାନ୍ସ କର୍ମୀ । ଷ୍ଟେଚର୍‌ରେ ବୋହି ନେଇ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚାଇଲେ । ଏଇ ଘଟଣା ଘଟିଛି ରା.ଉଦୟଗିରି ବ୍ଲକ ଶବରପଲ୍ଲୀ ପଞ୍ଚାୟତର ଦୁର୍ଗମ ଗାଁ ଭାଲିଆଗଣ୍ଡା ଗାଁରେ । ଗାଁର ରାମ ମଣ୍ଡଳଙ୍କ ପତ୍ନୀ ଝରାମଣି ରଇତଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ ପରିବାର ଲୋକେ । ଆମ୍ବୁଲାନ୍ସ ଆସିଥିଲେ ବି ନୂତନ ଭାବେ ରାସ୍ତା କାମ ଚାଲିଥିବା ହେତୁ ଏବଂ ଖାଲଖମା ପଥର ଓ କାଦୁଅ ପଚପଚ ରାସ୍ତା ହୋଇଥିବା ଯୋଗୁଁ ଗାଁକୁ ଯାଇପାରିନଥିଲା । ଫଳରେ ଫାର୍ମାସିଷ୍ଟ ସଦାଶିବ ପାଣି, ଡ୍ରାଇଭର ସରୋଜ ପଟ୍ଟନାୟକ ଏବଂ ହେଲ୍‌ପର୍ ଶକ୍ତିମାଳ ବିଷୋୟୀ ରାତିର ଅନ୍ଧାର ମଧ୍ୟରେ ଟ୍ରଚ ଲାଇଟ ଆଲୁଅ ସାହାଯ୍ୟରେ ଖାଲଖମା ପଥୁରିଆ ଓ କାଦୁଅ ରାସ୍ତାରେ ନିଛାଟିଆ ଜଙ୍ଗଲୀ ରାସ୍ତାରେ ଆମ୍ବୁଲାନ୍ସ କର୍ମଚାରୀମାନେ ଗର୍ଭବତୀଙ୍କୁ ଷ୍ଟେଚର୍‌ରେ ଦୁଇ କିଲୋମିଟର ବୋହି ଆଣି ରା.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଗର୍ଭବତୀ ଜଣକ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚିବାର ଅଳ୍ପ ସମୟ ମଧ୍ୟରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ । ତେବେ ଉଭୟ ମା’ ଓ ଶିଶୁ ସୁରକ୍ଷିତ ଥିବା ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଏନେଇ ୧୦୮ ଆମ୍ବୁଲାନ୍ସର ଫାର୍ମାସିଷ୍ଟ ଓ କର୍ମଚାରୀମାନଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି । ସୂଚନା ପ୍ରକାରେ ମଙ୍ଗଳବାର ୧୧ ତାରିଖ ସନ୍ଧ୍ୟାରେ ଜଣେ ଗର୍ଭବତୀଙ୍କ ଡେଲିଭେରି ଏମରଜେନ୍ସି ମାମଲା ନେଇ ସ୍ୱାସ୍ଥ୍ୟକେନ୍ଦ୍ରକୁ ଫୋନ୍ ଆସିଥିଲା । ଯେତେବେଳେ ସେହି ଗର୍ଭବତୀଙ୍କୁ ପ୍ରସବ ଯନ୍ତ୍ରଣା ହୋଇଥିଲା ସେତେବେଳେ ଏହି ୧୦୮ ଆମ୍ବୁଲାନ୍ସ ପହଞ୍ଚିଥିଲା । ଭାଲିଆଗଣ୍ଡା ଗ୍ରାମକୁ ନୂତନ ଭାବେ ରାସ୍ତା ନିର୍ମାଣ ହେଉଥିବା ହେତୁ ଏବଂ ସେହି ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାର ଦୁଇ ତିନି କିଲୋମିଟର ରାସ୍ତା ଅତ୍ୟନ୍ତ ଖରାପ ଥିବାରୁ ଆମ୍ବୁଲାନ୍ସ ଯିବା ସମ୍ଭବ ପର ହୋଇନଥିଲା । ତେଣୁ ବାଧ୍ୟ ହୋଇ ଆମ୍ବୁଲାନ୍ସ କର୍ମଚାରୀମାନେ ଷ୍ଟେଚର ସାହାଯ୍ୟରେ ଗର୍ଭବତୀଙ୍କୁ ଦୁଇ କିଲୋମିଟର ରାସ୍ତାରେ ବୋହି ଆଣିଥିଲେ । ଆମ୍ବୁଲାନ୍ସ ଫାର୍ମାସିଷ୍ଟ ସଦାଶିବ ପାଣି ଓ କର୍ମଚାରୀମାନେ ଯେଉଁଭଳି ଭାବେ କାର୍ଯ୍ୟ କରିଛନ୍ତି ସେଥିଲାଗି ସେମାନେ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ପାତ୍ର ପାଲଟିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking