29.1 C
Bhubaneswar
Saturday, April 27, 2024
Homeଓଡିଶାଶରଧାପୁର ଗ୍ରାମରେ ଉତ୍ତେଜନା : କୋଭିଡ୍ ରୋଗୀଙ୍କୁ ନେବାକୁ ଆସିଥିବା ଆମ୍ବୁଲାନ୍ସ ଅଟକ

ଶରଧାପୁର ଗ୍ରାମରେ ଉତ୍ତେଜନା : କୋଭିଡ୍ ରୋଗୀଙ୍କୁ ନେବାକୁ ଆସିଥିବା ଆମ୍ବୁଲାନ୍ସ ଅଟକ

ଅନୁଗୁଳ : ପ୍ରଶାସନର କରୋନା ପଜିଟିଭ-ନେଗେଟିଭ ଖେଳରେ ଅତିଷ୍ଠ ହୋଇ ଅନୁଗୁଳ ବ୍ଲକର ଶରଧାପୁର ଗ୍ରାମବାସୀ କୋଭିଡ୍ ରୋଗୀଙ୍କୁ ଡାକ୍ତରଖାନା ନେବାକୁ ଆସିଥିବା ଦୁଇଟି ଆମ୍ବଲାନ୍ସକୁ ଦୀର୍ଘ ସମୟ ଧରି ଅଟକ ରଖିଥିଲେ । ଶେଷରେ ରୋଗୀଙ୍କୁ ନେଇ ନପାରି ଆମ୍ବୁଲାନ୍ସ ଫେରିଯାଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଗାଁରେ ଉତ୍ତେଜନା ଦେଖାଦେଇଥିଲା । ଖବରପାଇ ପୁଲିସ ଗ୍ରାମରେ ପହଞ୍ଚିଥିଲାବେଳେ ଗ୍ରାମବାସୀ ପୁଲିସ ସହ ମଧ୍ୟ ଯୁକ୍ତିତର୍କ କରିଥିଲେ । ଶେଷରେ ଆମ୍ବୁଲାନ୍ସ ସହ ପୁଲିସ ମଧ୍ୟ ନିରୁପାୟ ହୋଇ ଫେରି ଆସିଥିଲା ।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, କିଛି ଦିନ ପୂର୍ବେ ଗାଁର ଜଣେ ବୃଦ୍ଧଙ୍କୁ କରୋନା ପଜିଟିଭ୍ ଥିବା କହି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଡ୍ ହସ୍ପିଟାଲକୁ ନିଆଯାଇଥିଲା । କିନ୍ତୁ ସେଠାରେ ୪ ଦିନ ରଖିବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିଲା । ଏହାପରେ ଗାଁର ପ୍ରାୟ ୧୪୦ ଜଣଙ୍କର ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ଗତକାଲି ସମସ୍ତେ ନେଗେଟିଭ୍ ଥିବା ସ୍ଥାନୀୟ ସରପଞ୍ଚ ଗ୍ରାମବାସୀଙ୍କୁ ସୂଚନା ଦେଇଥିଲେ । ଫଳରେ ଲୋକେ ନିଶ୍ଚିତ ହୋଇ ମିଳାମିଶା କରିଥିଲେ । କିନ୍ତୁ ହଠାତ୍ ରବିବାର ସରପଞ୍ଚ ଗାଁର ୧୨ ଜଣ ପଜିଟିଭ୍ ଥିବା କହିଥିଲେ । ଅପରାହ୍ନ ପ୍ରାୟ ୫ଟା ସମୟରେ ୧୨ ଜଣ ସଂକ୍ରମିତଙ୍କୁ କୋଭିଡ୍ ହସ୍ପିଟାଲକୁ ନେବା ପାଇଁ ଗାଁରେ ଦୁଇଟି ଆମ୍ବୁଲାନ୍ସ ପହଞ୍ଚିଥିଲା । କିନ୍ତୁ ଆମ୍ବୁଲାନ୍ସରେ ଥିବା କର୍ମଚାରୀମାନେ କାହାକୁ ନେବେ ସେନେଇ ସେମାନଙ୍କ ପାଖରେ କୌଣସି ତାଲିକା ନଥିବାରୁ ଗାଁ ମଣ୍ଡପରେ ବସିଥିବା କିଛି ଲୋକଙ୍କୁ ଗାଡିରେ ବସିବାକୁ କହିଥିଲେ । ଏହାକୁ ନେଇ ଗାଁରେ ଉତ୍ତେଜନା ସୃଷ୍ଟି ହୋଇଥିଲା । ଶତାଧିକ ଗ୍ରାମବାସୀ ଏକାଠି ହୋଇ ଏହାକୁ ବିରୋଧ କରିଥିଲେ । ବାରମ୍ବାର କାହିଁକି ରିପୋର୍ଟ ବଦଳା ଯାଉଛି ବୋଲି କହି ଗ୍ରାମବାସୀ ପ୍ରତିବାଦ କରିବା ସହ ସଂକ୍ରମିତ ବ୍ୟକ୍ତିଙ୍କ ତାଲିକା ଦେଲେ ଛାଡ଼ିବେ ବୋଲି ଜିଦ୍ ଧରି ବସିଥିଲେ । ଲୋକଙ୍କ ଜିଦ ଆଗରେ ପୁଲିସ ହାର ମାନିଥିଲା । ଆମ୍ବୁଲାନ୍ସକୁ ଫେରାଇ ନେଇଥିଲା । ତେବେ ଗ୍ରାମବାସୀ ସଂକ୍ରମିତ ଚିହ୍ନଟ ବ୍ୟକ୍ତିମାନଙ୍କୁ ଗାଁ ସ୍କୁଲରେ ରଖିବେ । ସେମାନଙ୍କର ପୁଣି ଥରେ ରକ୍ତ ନମୁନା ପରୀକ୍ଷା ପରେ ଛାଡ଼ିବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଏନେଇ ସ୍ଥାନୀୟ ସରପଞ୍ଚ ଜ୍ୟୋତ୍ସ୍ନାମୟୀ ନାଏକ କହିଛନ୍ତି ଯେ, ମୋତେ ସ୍ୱାସ୍ଥ୍ୟ ବିଭାଗ ଯାହା ଯେତେବେଳେ ରିପୋର୍ଟ ଦେଲେ ମୁଁ ଲୋକଙ୍କୁ ତାହା କହିଲି । ଏଥିରେ ମୋର କେଉଁଠି ଦୋଷ ରହିଲା ବୋଲି ସେ କହିଛନ୍ତି ।

 

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking