27.1 C
Bhubaneswar
Tuesday, May 7, 2024
Homeଦେଶ ବିଦେଶମା’ ଓ ନବଜାତକୁ ଅଧା ବାଟରେ ଓହ୍ଲାଇ ଦେଲା ଆମ୍ବୁଲାନ୍ସ ଡ୍ରାଇଭର

ମା’ ଓ ନବଜାତକୁ ଅଧା ବାଟରେ ଓହ୍ଲାଇ ଦେଲା ଆମ୍ବୁଲାନ୍ସ ଡ୍ରାଇଭର

ମୁମ୍ବାଇ: ମରିଗଲା ମାନବିକତା । ମା’ ଓ ନବଜାତକୁ ଅଧା ବାଟରେ ଓହ୍ଲାଇ ଦେଲା ଆମ୍ବୁଲାନ୍ସ ଡ୍ରାଇଭର । ରାସ୍ତା ଖରାପ କହି ଆଗକୁ ଯିବାକୁ ଅମଙ୍ଗ ହେଲା । ମହାରାଷ୍ଟ୍ରର ୱାଶିମରେ ସୋସିଆଲ ମିଡିଆରେ ଏହି ଘଟଣାର ଭିଡିଓ ଭାଇରାଲ ହେବାରେ ଲାଗିଛି । ମହିଳାଙ୍କ ସମେତ ପରିବାର ସଦସ୍ୟ ଓ ନବଜାତ ଶିଶୁକୁ ଆମ୍ବୁଲାନ୍ସରୁ ଓହ୍ଲାଉ ଦେଉଥିବା ଭିଡିଓ ଦେଖିବାକୁ ମିଳିଛି ।

ଏହି ଭିଡିଓର ସତ୍ୟତା ସମ୍ପର୍କରେ ଅନୁସନ୍ଧାନ କରିବା ପରେ ପ୍ରକୃତ କଥା ଜଣାପଡିଛି । ଅକ୍ଟୋବର ୨୬ରେ ଏହି ଘଟଣା ଘଟିଛି । ୱାଶିମ୍ ଜିଲ୍ଲାର ରିସୋଦ ସହର ଠାରୁ କିଛି କିଲୋମିଟର ଦୂରରେ ଥିବା ଗଣେଶପୁର ଗାଁର ମହିଳାଙ୍କ ସହ ଏପରି ବ୍ୟବହାର କରିଛି ଆମ୍ବୁଲାନ୍ସ ଡ୍ରାଇଭର । ସନ୍ଦୀପ ସାୱନ୍ତ ନାମକ ଜଣେ ବ୍ୟକ୍ତିଙ୍କ ପତ୍ନୀଙ୍କ ପ୍ରସବ ବେଦନା ହେବାପରେ ଅକ୍ଟୋବର ୨୪ରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଉ ଏହାର ଦୁଇ ଦିନ ପରେ ଶିଶୁ ଜନ୍ମ ହୋଇଥିଲା ।

ଆଉ ସେହି ଦିନ ହିଁ ମାଆ ଏବଂ ଶିଶୁକୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଥିଲା । ଘରକୁ ଛାଡ଼ିବା ପାଇଁ ସରକାରୀ ଡାକ୍ତରଖାନାରେ ପାର୍କିଂ କରାଯାଇଥିବା ଆମ୍ବୁଲାନ୍ସ ୧୦୨କୁ ପଠାଯାଇଥିଲା । ହେଲେ ଗଣେଶପୁର ଗାଁର ୩ କିଲୋମିଟର ପୂର୍ବରୁ ଆମ୍ବୁଲାନ୍ସର ଡ୍ରାଇଭର ପିଲା ସହ ମହିଳାଙ୍କୁ ଓହ୍ଲାଇ ଦେଇଥିଲା । ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆଗକୁ ଯାଇପାରିବ ନାହିଁ କହି ଆଗକୁ ଯିବାକୁ ସଫା ସଫା ମନା କରିଦେଇଥିଲା । ଏହି ଭାଇରାଲ୍ ଭିଡିଓ ଭାଇରାଲ୍ ହେବା ପରେ ଘଟଣାର ଯାଞ୍ଚ କରାଯାଇଥିଲା । ଏବେ ଡ୍ରାଇଭରକୁ ବରଖାସ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking