38.1 C
Bhubaneswar
Friday, April 26, 2024
Homeଓଡିଶାଆମ୍ବୁଲାନସରେ ଯାତ୍ରୀ ନେଲେ ବନ୍ଧା ହେବେ

ଆମ୍ବୁଲାନସରେ ଯାତ୍ରୀ ନେଲେ ବନ୍ଧା ହେବେ

ଭୁବନେଶ୍ୱର: ଏବେ ଆମ୍ବୁଲାନ୍ସର କରିପାରିବେନି ଅପବ୍ୟବହାର । କାରଣ ଆମ୍ବୁଲାନ୍ସରେ ଯାତ୍ରୀଙ୍କୁ ନେଉଥିବାରୁ ଏବେ ରାଜ୍ୟ ସରକାର ଏକ କଠୋର ପଦକ୍ଷେପ ନେଇଛନ୍ତି । ଫଳରେ ଯଦି କୌଣସି ଆମ୍ବୁଲାନ୍ସ ଯାତ୍ରୀଙ୍କୁ ନେଇ ଧରାପଡିବେ ତାଙ୍କ ପ୍ରତି କଡା କାର୍ଯ୍ୟାନୁଷ୍ଠାନ ନିଆଯିବ । ଫଳସ୍ୱରୂପ ସେମାନହ୍‌କ ଗାଡି ବାଜ୍ୟାପ୍ତ ହେବା ସହ ଡ୍ରାଇଭର ମଧ୍ୟ ଗିରଫ ହେବେ । ତେବେ ରାଜ୍ୟରେ କେତେକ ସ୍ଥାନରେ ଆମ୍ବୁଲାନ୍ସର ଦୂରୁପ ବ୍ୟବହାର କରାଯାଇଥିବା ଖବର ସାମ୍ନାକୁ ଆସିଛି । ଲକଡାଉନ ସମୟରେ ଆମ୍ବୁଲାନ୍ସରେ କିଛି ଲୋକଙ୍କୁ ବୁହାଯାଉଥିବା ସୂଚନା ମିଳିଛି । ତେବେ ତାଲାବନ୍ଦ ବେଳେ ଏଭଳି କାମ ଆଦୌ ଗ୍ରହଣଯୋଗ୍ୟ ନୁହେଁ । ଆଗାମୀ ଦିନରେ ଯଦି ଆମ୍ବୁଲାନ୍ସର କେହି ଅପବ୍ୟବହାର କରନ୍ତି ତେବେ ଡ୍ରାଇଭର ସମେତ ମାଲିକଙ୍କୁ ଗିରଫ କରାଯିବ । ଏହା ସହ ସଙ୍ଗେ ସଙ୍ଗେ ଉକ୍ତ ଆମ୍ବୁଲାନ୍ସକୁ ବାଜ୍ୟାପ୍ତ କରାଯିବ ବୋଲି ସରକାର ନିର୍ଦ୍ଦେଶ ଦେଇଥିବା ସୁବ୍ରତ କହିଛନ୍ତି ।
ମାର୍ଚ୍ଚ ୨୮ ତାରିଖରେ ଭଦ୍ରକରେ ଏକ ଆମ୍ବୁଲାନ୍ସ ଲୁଚାଛପାରେ କିଛି ଲୋକଙ୍କୁ ନେଇ ଭଦ୍ରକରୁ ଚାନ୍ଦବାଲି ଯାଉଥିବା ବେଳେ ପୁଲିସ ଓ ଭଦ୍ରକ ଆରଟିଓ ହାତରେ ଧରାପଡିଥିଲା । ଆମ୍ବୁଲାନ୍ସଟି ୭ଜଣ ଯାତ୍ରୀଙ୍କୁ ନେଇ ଭଦ୍ରକରୁ ଚାନ୍ଦବାଲି ବ୍ଲକରେ ଥିବା ଘଣ୍ଟେଶ୍ୱରକୁ ଯାଉଥିଲା । ଏହି ସମୟରେ ଡାହାଣୀଗୁଡିଆ ଛକରେ ଆମ୍ବୁଲାନ୍ସକୁ ଅଟକାଇଥିଲେ ଉଭୟ ପୁଲିସ ଓ ଭଦ୍ରକ ଆରଟିଓ । ଭିତରେ ୭ଜଣ ଯାତ୍ରୀଙ୍କୁ ଦେଖି କରୋନା କଟକଣା ଭାଙ୍ଗିଥିବାରୁ ଚାଳକ ନାଁରେ ୩୧,୫୦୦ ଟଙ୍କାର ଚାଲଣ କାଟିଥିଲେ ଭଦ୍ରକ ଆରଟିଓ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking